କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଛାତ୍ର ସମେତ ୩ ଗିରଫ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ି ଚାଲିଥିବାବେଳେ ସେଥିରେ ଛାତ୍ରଙ୍କ ସମ୍ପୃକ୍ତି ନଜରକୁ ଆସୁଛି। ବୁଧବାର ରାତିରେ ପିପିଲି ଅଞ୍ଚଳରୁ ୨ଜଣ ଛାତ୍ର ସମେତ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନଙ୍କଠାରୁ ୧କିଲୋ ୭୪୯ ଗ୍ରାମ (କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର) ବ୍ରାଉନ ସୁଗାର ଜବତ କରିଛି। ଏ ସମ୍ପର୍କରେ ପୋଲିସ ଡିଜି ଅଭୟ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଢାଉ ବେଳେ ଗୋଟିଏ ସ୍କର୍ପିଓ(ଓଡି-୦୨ବିକେ-୪୬୪୬), ୩ ବାଇକ୍‌, ପ୍ୟାକିଂ ମେଶିନ, ଗୋଟିଏ ସିସିଟିଭି କ୍ୟାମେରା ଓ ୮ଟି ମୋବାଇଲ୍‌ ଫୋନ ଅଭିଯୁକ୍ତମାନଙ୍କଠାରୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମର ମାନସ ରଞ୍ଜନ ପରିଜା, ସନ୍ତୋଷ କୁମାର ଦାଶ ଓ ପୁରୀର ମହେଶ୍ୱର ସାହୁ। ସେମାନଙ୍କ ବିରୋଧରେ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ ଆକ୍ଟ(୧୯୮୫) ସେକ୍ସନ ୨୧(ସି) ଓ ୨୯ ଅନୁଯାୟୀ କେସ୍‌ ନଂ.୧୫/୨୦ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ପୂର୍ବରୁ ଗିରଫ ହୋଇଥିବା ବ୍ରାଉନ ସୁଗାର ବେପାରୀଙ୍କୁ ପଚରାଉଚରା ପରେ ଏହି ତିନି ଅଭିଯୁକ୍ତଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌ ଜାଣିପାରି ସେମାନଙ୍କ ଉପରେ ନଜର ରଖୁଥିଲା। ବୁଧବାର ସେମାନେ ବ୍ରାଉନ ସୁଗାର ଆଣିଥିବା ଏସ୍‌ଟିଏଫ ଖବର ପାଇଥିଲା। ଫଳରେ ରାତିରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ସାଦା ପୋଷାକରେ ମହେଶ୍ୱରଙ୍କ ଘରକୁ ଯାଇଥିଲେ। ଗ୍ରାହକ ଭାବେ ବ୍ରାଉନ ସୁଗାର ମାଗିବା ପରେ ଚଢାଉ କରି ମହେଶ୍ୱର ଏବଂ ସନ୍ତୋଷଙ୍କୁ ଗିରଫ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ, ଏସ୍‌ଟିଏଫ୍‌ ଦୁଇ ମାସରେ ୪କେଜି ୨୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଏହାସହ ୧୭ ମାମଲା ରୁଜୁ କରି ୩୨ ଜଣଙ୍କୁ ଗିରଫ କରିଛି।
ପାଠ ପଢ଼ିବା ସହ ବିକୁଥିଲେ ବ୍ରାଉନ ସୁଗାର
ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିବା ବ୍ରାଉନସୁଗାର ବେପାରୀଙ୍କ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ରହିଛି। ଏହି ରାକେଟର ମାଷ୍ଟରମାଇଣ୍ଡ କୁହାଯାଉଥିବା ମହେଶ୍ୱର ସାହୁ ଜଣେ ବି.ଟେକ୍‌ ଛାତ୍ର ହୋଇଥିବା ବେଳେ ସନ୍ତୋଷ ମଧ୍ୟ ଜଣେ ବିବିଏ ଛାତ୍ର। ଉଭୟ ରାଜଧାନୀ ଉପକଣ୍ଠ ଏକ ଘରୋଇ କଲେଜରେ ପାଠ ପଢୁଛନ୍ତି। ମହେଶ୍ୱରଙ୍କ ଘରେ ସନ୍ତୋଷ ରହୁଥିଲେ। ସେମାନେ ବ୍ରାଉନ ସୁଗାର ବିକି ପାଉଥିବା ଟଙ୍କାରେ ମଉଜ କରୁଥିଲେ। ଉଭୟଙ୍କର ଗ୍ରାହକ ଉକ୍ତ ଘରୋଇ କଲେଜର ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି।
ଘରେ ଲାଗିଥିଲା ଓ୍ବାଇଫାଇ କ୍ୟାମେରା
ମହେଶ୍ୱର ପୋଲିସ ନଜରରୁ ବର୍ତ୍ତିବା ପାଇଁ ଘରେ ଲଗାଇଥିଲେ ସିସିଟିଭି କ୍ୟାମେରା, ଯାହା ତାଙ୍କ ମୋବାଇଲ ଫୋନ ସହ ସଂଯୋଗ ଥିଲା। ସେ ବାହାରକୁ ଯାଉଥିଲେ ମଧ୍ୟ ଘରକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସେ ମୋବାଇଲ୍‌ ଫୋନରେ ନଜର ରଖୁଥିଲେ।
ମୁର୍ଶିଦାବାଦରୁ ଓଡ଼ିଶା ଆସୁଥିଲା
ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ବ୍ରାଉନ ସୁଗାର ମେଦିନାପୁରକୁ ଆସୁଛି। ସେଠାରୁ ତାହା ବାଲେଶ୍ୱର ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼କୁ ଯାଉଛି। ଗିରଫ ୩ ଅଭିଯୁକ୍ତ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣୁଥିଲେ। ମହେଶ୍ୱର ଘରେ ତାହାକୁ ଜରିରେ ପ୍ୟାକିଂ କରାଇ ଜଟଣୀ,ଏୟାରଫିଲ୍ଡ ଓ ପିପିଲି ଅଞ୍ଚଳକୁ ପଠାଉଥିଲେ।
ବ୍ୟାଙ୍କ୍‌ ଡକାୟତିରେ ସାମିଲ
ବ୍ରାଉନ ସୁଗାର ବେପାର ସହ ବ୍ୟାଙ୍କ୍‌ ଡକାୟତି ଭଳି ଅଭିଯୋଗ ଏହି ଗ୍ୟାଙ୍ଗ୍‌ ନଁାରେ ରହିଛି। ନିକଟରେ ଜଙ୍କିଆ ଥାନା ଅଞ୍ଚଳର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସେମାନେ ଡକାୟତି କରିଥିଲେ। ଏନେଇ ଜଙ୍କିଆ ଥାନାରେ ଏକ ମାମଲା କରାଯାଇଛି। ତେଣୁ ସେମାନଙ୍କ ଆଉ କେଉଁ ଡକାୟତି ଓ ଅନ୍ୟ ଅପରାଧରେ ସମ୍ପୃକ୍ତି ରହିଛିି ତାହା ଜାଣିବା ପାଇଁ ଏସ୍‌ଟିଏଫ୍‌ ସେମାନଙ୍କୁ ରିମାଣ୍ଡରେ ନେବ। ଏଥିଲାଗି କୋର୍ଟରେ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି।
ଅଞ୍ଜଳି ଦିଦି ଲିଙ୍କ୍‌
ବାଂଲାଦେଶରୁ ଯୁବତୀ ଚାଲାଣ ମାମଲାରେ ଗିରଫ ହୋଇଥିବା ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ ଲିଙ୍କ୍‌ରେ ରହିଥିଲେ ଏହି ୩ ଅଭିଯୁକ୍ତ। ସେମାନେ ବାଂଲାଦେଶରୁ ବ୍ରାଉନ ସୁଗାର ଆଣିବା ସମୟରେ ଅଞ୍ଜଳି ଦିଦିଙ୍କ ସହ ଭେଟ ହୋଇଥିଲା। ତେଣୁ ଏହି ଗ୍ୟାଙ୍ଗ ଯୁବତୀ ଚାଲାଣରେ ସମ୍ପୃକ୍ତ ରହିଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri