Posted inଖେଳ

କୋଭିଡ-୧୯ ପ୍ରଭାବ: ୨୦୨୧ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ା ୨୦୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ୨୦୨୧ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ପୂର୍ବରୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ ଅଲିମ୍ପିକ୍ସ ଓ ଏହି ଯୁବ କ୍ରୀଡ଼ା ଏକା ସମୟରେ ପଡୁଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ହୃଦୟଙ୍ଗମ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) କାର୍ଯ୍ୟନିର୍ବାହୀ ବୋର୍ଡ ଏହାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି।
କରୋନା ଭାଇରସ କାରଣରୁ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଏବେ ୨୦୨୧ ଗ୍ରୀଷ୍ମରେ ଆୟୋଜନ କରାଯିବ। ଯୁବକ୍ରୀଡ଼ା ଠିକ୍‌ ଏହି ସମୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାର ଏହି ସପ୍ତମ ସଂସ୍କରଣ ତ୍ରିନିଦାଦ ଓ ଟୋବାଗୋରେ ୨୦୨୧ ଅଗଷ୍ଟ ୧ରୁ ୭ ତାରିଖ ମଧ୍ୟରେ ଆୟୋଜନ ହୋଇଥାନ୍ତା। ତେବେ ୨୦୨୩ରେ ଏହି କ୍ରୀଡ଼ା ଆୟୋଜନ ପାଇଁ ତ୍ରିନିଦାଦ୍‌ ଓ ଟବାଗୋ ପ୍ରଥମ ପସନ୍ଦ ବୋଲି ସିଜିଏଫ୍‌ ତରଫରୁ କୁହାଯାଇଛି। ଆଥଲେଟ ଓ ପ୍ରଶଂସକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସିଜିଏଫ୍‌ ଅଧ୍ୟକ୍ଷ ଡେମ୍‌ ଲୋଇସ୍‌ କହିଛନ୍ତି। କୋଭିଡ-୧୯ କାରଣରୁ ବିଶ୍ୱକ୍ରୀଡ଼ା ସାଂଘାତିକ ଭାବେ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି

ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍‌ଡି / ସ୍ପୋର୍ଟସ ଭାବରେ...

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

ନୂଆ ଇନିଂସ ଆରମ୍ଭ କଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ...

ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍‌ର,ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍‌ ସିପିଏଲ୍‌ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପ୍ୟାଟ୍ରିୟଟ୍‌ସ ବନାମ ଗୁଇନା ଆମାଜନ ୱାରିୟର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri