କୋଭିଡ-୧୯:ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରି ଘୁଞ୍ଚିଲା

ପ୍ୟାରିସ,୧୭।୪(ଏଏଫ୍‌ପି): କୋଭିଡ-୧୯ ମହମାରୀ କାରଣରୁ ବର୍ଲିନ ଫର୍ମୁଲା ଇ ଗ୍ରାଁ ପ୍ରିକୁ ସ୍ଥଗିତ ରଖାଯାଇଛି। ଏହା ଜୁନ୍‌ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପଞ୍ଚମ ରେସ୍‌ ଭାବେ ଏହି ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଏହାପୂର୍ବରୁ ରୋମ, ପ୍ୟାରିସ୍‌, ସିଓଲ ଓ ଜାକାର୍ତ୍ତା ରେସ୍‌କୁ କରୋନା ଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ରଖାଯାଇଥିଲା। ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ସରକାରମାନେ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କଣ୍ଟେନମେଣ୍ଟ ନିୟମକୁ ଆମେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ତେବେ ଏହି ରେସ୍‌ ଆୟୋଜନ କରିବାକୁ ଓ ଶେଷ କରିବାକୁ ଆମେ ସବୁ ବିକଳ୍ପର ସନ୍ଧାନ କରିବୁ। ଆବଶ୍ୟକ ପଡିଲେ ରୁଦ୍ଧଦ୍ୱାରରେ ଏହି ରେସ୍‌ ଆୟୋଜନ କରିବାକୁ ପଛାଇବୁ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

ପ୍ରଥମ ଭାରତୀୟ ଦ୍ରୁତ ବୋଲର୍‌ ଭାବେ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୨୫।୧୨: ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବୋଲିଂ ର଼୍ୟାଙ୍କିଂରେ ୯୦୪ ଅଙ୍କ ହାସଲ କରି ଇତିହାସ ରଚିଛନ୍ତି। ସେ ସ୍ପିନର ରବିଚନ୍ଦ୍ରନ...

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri