ଫୁଲବାଣୀ ଅଫିସ, ୫ା୫-କରୋନା ମୁକାବିଲା ଲାଗି ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରି ଆସୁଛନ୍ତି। ଏହିକ୍ରମରେ ଫୁଲବାଣୀ ଅମଲାପଡା ଓଡ଼ିଆ ବାପ୍ଟିଷ୍ଟ ମଣ୍ଡଳୀ ପକ୍ଷରୁ ସୋମବାର ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଚର୍ଚ୍ଚ ପକ୍ଷରୁ ବାପ୍ଟିଷ୍ଟ ମଣ୍ଡଳୀ ବିଶ୍ୱାସୀଙ୍କ ପାଖରୁ ଏହି ଟଙ୍କା ଆଦାୟ କରାଯାଇ ଚେକ୍ ଆକାରରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବାପ୍ଟିଷ୍ଟ ମଣ୍ଡଳୀ ସଭାପତି ଇମାନୁଏଲ ରଥ, ସାଧାରଣ ସମ୍ପାଦକ ଗିଦିୟନ ନାୟକ, କୋଷାଧ୍ୟକ୍ଷ ରବୀନ କୁମାର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ସହ ସମ୍ପାଦକ ଆଶିଷ କୁମାର ସେନାପତି ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଚେକ୍ ପ୍ରଦାନ କରିଥିଲେ ା