ଡୁସାନ୍ବେ,୨୬।୪ (ପି.ଟି.): କେନ୍ଦ୍ରଏସୀୟ ଦେଶ ତାଜିକସ୍ତାନ ଶେଷରେ କୋଭିଡ୍-୧୯ ମହାମାରୀ କାରଣରୁ ତା’ର ଫୁଟବଲ ସେସନକୁ ସସ୍ପେଣ୍ଡ କରିଛି। ବିଶ୍ୱର କେତୋଟି ହାତଗଣତି ଦେଶ ମଧ୍ୟ ତାଜିକ୍ସ୍ତାନ ସାମିଲ ଥିଲା ଓ ଏହି ମହାମାରୀ ସତ୍ତ୍ୱେ ଫୁଟବଲ ସେସନ୍ ଜାରି ରଖିବ ବୋଲି ଦୃଢତାର ସହ କହିଥିଲା। ତେବେ ଶେଷରେ ତାଜିକ୍ସ୍ତାନକୁ ଏହି ମହାମାରୀ ଆଗରେ ମୁଣ୍ଡ ନୁଅଁାଇବାକୁ ପଡିଛି। ରବିବାର ସବୁପ୍ରକାର ଫୁଟବଲ ମ୍ୟାଚ୍କୁ ଏହି ଦେଶ୍ରେ ସସ୍ପେଣ୍ଡ କରାଯାଇଛି। ଏହି ମହାମାରୀକୁ ରୋକିବା ପାଇଁ ତାଜିକସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଛି। ସୋମବାରଠାରୁ ଏହି ସସ୍ପେନଶନ ଆରମ୍ଭ ହେବ ବୋଲି ତାଜିକ୍ ଫୁଟବଲ ଫେଡେରେଶନ ତରଫରୁ କୁହାଯାଇଛି। ଫଳରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ଗୁଡିକ ବିନା ଦର୍ଶକରେ ଖେଳାଯିବ। ଚାଇନାର ପଡୋଶୀ ଦେଶ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଜିକ୍ସ୍ତାନରେ କୌଣସ କରୋନା ଭାଇରସ ସଂକ୍ରମଣ ଦେଖିବାକୁ ମିଳିନାହିଁ। ଦେଶରେ ଏବେ ଦୁଇ ସପ୍ତାହ ପାଇଁ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।