କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କୋରାପୁଟ ଏସ୍ପି ସିଂଙ୍କୁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଛି। ଉଲ୍ଲେଖଯୋଗ୍ୟ ଯେ, ସିଂଙ୍କ ଉଦ୍ୟମ ଯୋଗୁ ଗତ ଏକ ବର୍ଷ ମଧ୍ୟରେ କୋରାପୁଟ ଜିଲାରେ ବ୍ୟାପକ ପରିମାଣର ଗଞ୍ଜେଇ ଚୋରା ଚାଲାଣକୁ ଧରପଗଡ଼ କରି ରୋକାଯାଇପାରିଛି। ସେହିପରି ଜିଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ଓ ମାଓବାଦୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯାଇ ପାରିଛି।