କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ ବିଭିନ୍ନ ବିଭାଗ ଥାଇ ମଧ୍ୟ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ଉପଯୁକ୍ତ ସେବା ପାଇପାରୁ ନାହାନ୍ତି। କେତେବେଳେ ମେଡିକାଲରେ ଅଲଟ୍ରାସାଉଣ୍ଡ ସମେତ ବହୁ ମୂଲ୍ୟବାନ ଯନ୍ତ୍ରପାତି ଖରାପ ହେବା ଯୋଗୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଏଠାରେ ଭର୍ତ୍ତି ହେବା ପରେ ସେମାନଙ୍କୁ ବିଶାଖାପାଟଣା ନଚେତ ବ୍ରହ୍ମପୁର ଯିବାକୁ କୁହାଯାଉଛି। ମେଡିକାଲକୁ ଆସୁଥିବା ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ କରୁଛନ୍ତି।
କିଛି ଦିନ ହେଲା ମେଡିକାଲ କଲେଜରେ ରୋଗୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଷ୍ଟ୍ରେଚର ଓ ହୁଇଲ ଚେୟାରର ଘୋର ଅଭାବ ରହିଥିବା ବେଳେ ରୋଗୀଙ୍କୁ କାନ୍ଧେଇ ମେଡିକାଲ ଭିତରକୁ ନେଉଛନ୍ତି ସମ୍ପର୍କୀୟ। ଗୁରୁତର ରୋଗୀଙ୍କୁ ଦୁଇ ତିନି ଜଣ ଲୋକ ବୋହି ଡାକ୍ତରଙ୍କ ପାଖକୁ ନେଉଛନ୍ତି। ଡାକ୍ତରଙ୍କ ପାଖରେ ଅଧିକ ଭଡ଼ି ଥିଲେ, ରୋଗୀ ଜଣଙ୍କୁ ତଳେ ଶୁଆଇବାକୁ ପଡୁଛି। ଏହି ମେଡିକାଲକୁ ଦୈନନ୍ଦିନ କୋରାପୁଟ ସମେତ ଜିଲା ବାହାରୁ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର ହଜାର ହଜାର ରୋଗୀ ଆସୁଛନ୍ତି। କିନ୍ତୁ ମେଡିକାଲରେ ରହିଥିବା ବିଭିନ୍ନ ସମସ୍ୟା ପାଇଁ ସେମାନଙ୍କୁ ଉଚିତ୍‌ ସେବା ମିଳୁପାରୁ ନାହିଁ। ମେଡିକାଲରେ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ସୁବିଧା ନ ଥିବାରୁ ରୋଗୀଙ୍କୁ ବ୍ରହ୍ମପୁର ନଚେତ ବିଶାଖାପାଟଣା ରେଫର କରାଯାଉଛି। ସେହିପରି ମେଡିକାଲରେ ଥିବା ୩ଟି ଡିଜିସେଟ୍‌ରୁ ବର୍ତ୍ତମାନ ୨ଟି ଖରାପ ହୋଇଥିବାରୁ ବିଜୁଳି ଗଲେ ବେଳେବେଳେ ଡାକ୍ତରଙ୍କୁ ଅନ୍ଧାରରେ ରୋଗୀଙ୍କ ଚିକିତ୍ସା କରିବାକୁ ପଡୁଛି। ମେଡିକାଲ କଲେଜର ଡିନ୍‌ କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ମେଡିକାଲ ଅଧୀକ୍ଷକଙ୍କୁ ବହୁବାର ଏହି ସମସ୍ୟା ଉପରେ ଅବଗତ କରାଯାଇଥିଲେ ମଧ୍ୟ ଏହାର ସମାଧାନ ପ୍ରତିଶ୍ରୁତି ମିଳୁଛି ସତ, କିନ୍ତୁ ସମାଧାନ ହେଉନାହିଁ। ଅନ୍ୟପକ୍ଷରେ ମେଡିକାଲ କଲେଜର ସମସ୍ୟା ନେଇ ଆଗାମୀ ବିଧାନସଭା ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ...

ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର...

ବ୍ୟବସାୟ କରିବାକୁ ଯାଇ ଫେରୁଥିଲେ ସ୍ତ୍ରୀ-ସ୍ବାମୀ, ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

ଲକ୍ଷ୍ମୀପୁର,୨୦ା୧୧(ଅନନ୍ତ ନାୟକ): ରାୟଗଡ଼ା ଜିଲା ଲକ୍ଷ୍ମୀପୁର ଷ୍ଟେଶନ ନିକଟସ୍ଥ ୧ କି.ମି. ଦୂର ଏକ ଗ୍ରାମକୁ ବ୍ୟବସାୟ କରିବାକୁ ଯାଇ ଫେରୁଥିବା ଦମ୍ପତିଙ୍କ ଟ୍ରେନ୍‌ ଧକ୍କାରେ...

ଦାରିଦ୍ର୍ୟ: ୨୦ ହଜାରରେ ଶିଶୁକନ୍ୟା ବିକ୍ରି

ରାୟଗଡ଼ା/ଜେକେପୁର,୨୦।୧୧ (ଆଶିଷ ରଞ୍ଜନ ପଣ୍ଡା/ରାଜେଶ ବିଶ୍ୱାଳ):ଦାରିଦ୍ର୍ୟ ଯୋଗୁ ମାତ୍ର ୨୦ ହଜାର ଟଙ୍କାରେ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରିକଲେ ମା’ବାପା। ରାୟଗଡ଼ା ଜିଲା ଚାନ୍ଦିଲି ଥାନା...

ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ରାୟଗଡ଼ା,୧୭।୨୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଶନିବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଘଟି ଅଶାନ୍ତ ହୋଇଛି। ଏଭଳିକି ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ...

ଗ୍ୟାସ୍‌ ଟାଙ୍କି ଫାଟି ୩ ଗୁରୁତର

ରାୟଗଡ଼ା,୧୫ା୧୧(ଆଶିଷ ରଞ୍ଜନ ପଣ୍ଡା): ଗ୍ୟାସ୍‌ ଟାଙ୍କି ଫାଟି ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତ୍ତି କରି ପ୍ରାଥମିକ...

ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ

ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍‌ଡିଜେଏମ୍‌ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍‌. ଭାସ୍କର ରାଓଙ୍କ...

ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ

ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri