ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ରେ କାଶ୍ୟପ ମାଲେସିଆର ଡାରେନ ଲୁଇଙ୍କୁ ହରାଇ ଦେଇଛନ୍ତି। ୫୬ ମିନିଟ୍ ଧରି ଚାଲିଥିବା ମ୍ୟାଚ୍କୁ କାଶ୍ୟପ ୨୧-୧୭, ୧୧-୨୧, ୨୧-୧୨ ଗେମ୍ରେ ଜିତିଛନ୍ତି। ସେ ସେମିଫାଇନାଲରେ ୮ମ ସିଡ୍ ଇଣ୍ଡୋନେସିଆର ଆନ୍ଥୋନି ସିନିସୁକା ଗିଟିଂ ଓ ଡେନମାର୍କର ଜାନ ଓ’ ଜୋର୍ଗେନସେନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ବିଜେତାଙ୍କୁ ଭେଟିବେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ କାଶ୍ୟପ ଚଳିତ ଟୁର୍ନାମେଣ୍ଟରେ ଏକମାତ୍ର ଭାରତୀୟ ଶଟଲର ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଶଟଲର ପ୍ରଥମ ରାଉଣ୍ଡରେ ପରାଜୟର ସମ୍ମୁଖୀନ ହୋଇଥିଲେ।