ଗ୍ରୀନ୍ ମଟରରେ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ତାହା ଶରୀରରେ କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ। ତା’ସହ ବ୍ଲଡ୍ପ୍ରେସର ରୋଗୀଙ୍କ ପାଇଁ ଏହା ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ। ଗ୍ରୀନ୍ ମଟରରେ ‘ଭିଟାମିନ୍-କେ’ ଭରି ରହିଛି। ତେଣୁ ଏହାକୁ ଖାଇଲେ ଅସ୍ଥି ମଜଭୁତ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି। ହୃଦ୍ରୋଗୀ ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ଫାଇବର ରହିଛି। ତେଣୁ ଏହାକୁ ଆଲଜିମର୍ସ ରୋଗୀ ଖାଇଲେ ସେମାନଙ୍କ ସ୍ମରଣ ଶକ୍ତିରେ ଉନ୍ନତି ପରିଲକ୍ଷିତ ହୋଇଥାଏ। ଏକ ସଦ୍ୟତମ ଗବେଷଣାରୁ ଆମେରିକୀୟ କ୍ୟାନ୍ସର ବିଶେଷଜ୍ଞମାନେ ଜାଣିପାରିଛନ୍ତି ଯେ, ଫୁସ୍ଫୁସଜନିତ କ୍ୟାନ୍ସର ରୋଗୀ ଏହାକୁ ଖାଇଲେ ଯନ୍ତ୍ରଣାରୁ କେତେକାଂଶରେ ଉପଶମ ଲାଭ କରିପାରିବେ।