ଅନୁଗୋଳ ଅଫିସ, ୧୭।୪- ବଅଁରପାଳ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍ ସେଣ୍ଟରକୁ ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ପରିଦର୍ଶନ କରିଛନ୍ତି। ବଅଁରପାଳ ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଏହି ସେଣ୍ଟର ପରିଦର୍ଶନ ବେଳେ ସେଠାରେ ଥିବା ୯୬ ଜଣଙ୍କୁ କିପରି ଖାଦ୍ୟ ପ୍ରଦାନ କରାଯାଉଛି ଓ କିପରି ବ୍ୟବସ୍ଥା ଉପଲବ୍ଧ ଅଛି ତାହା ଅଧିକାରୀମାନେ ଅନୁଧ୍ୟାନ କରିଥିଲେ। ଜିଲାପାଳଙ୍କ ଏହି ଗସ୍ତ ସମୟରେ ବଅଁରପାଳ ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।