କ୍ରୀଡ଼ା ପାଇଁ ସମର୍ପିତ ରାମକୃଷ୍ଣ

ଢେଙ୍କାନାଳ ଅଫିସ (ରତନ ନାୟାର), ୨୯।୮ :ଢେଙ୍କାନାଳ ଜିଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କ ମଧ୍ୟରୁ ଯୁବ କ୍ରୀଡ଼ାବିତ୍‌ ରାମକୃଷ୍ଣ ବେହେରା ଜଣେ। ପିଲାଟି ଦିନରୁ ଖେଳକୁଦ ପ୍ରତି ଅହେତୁକ ଦୁର୍ବଳତା, ନିଷ୍ଠା ତାଙ୍କୁ ଜାତୀୟସ୍ତରରେ ପରିଚିତ କରାଇଛି। ବୃତ୍ତିଗତ ଜୀବନରେ ଜଣେ ଶାରୀରିକ ଶିକ୍ଷା ଶିକ୍ଷକ ହୋଇଥିଲେ ମଧ୍ୟ ଜିଲାକୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ କରିବା ତାଙ୍କର ସ୍ବପ୍ନ। ଏହାକୁ ସାକାର କରିବାକୁ ସେ କରିଚାଲିଛନ୍ତି ଅହରହ ଉଦ୍ୟମ ।
ସ୍ଥାନୀୟ ଗାନ୍ଧୀମନ୍ଦିର ରୋଡ୍‌ରେ ସପରିବାର ରୁହନ୍ତି କ୍ରୀଡ଼ାବିତ୍‌ ରାମକୃଷ୍ଣ। ବାପା ଦୟାନିଧି ବେହେରା ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ କର୍ମଚାରୀ। ମା’ ବାସନ୍ତୀ ବେହେରା ଗୃହିଣୀ। ୧୯୭୯ ଜୁଲାଇ ୮ରେ ଜନ୍ମିତ ରାମକୃଷ୍ଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଏତଦ୍‌ବ୍ୟତୀତ ସେ କ୍ରୀଡ଼ା ସହ ଜଡ଼ିତ ଏକାଧିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନର ସି-ଲାଇସେନ୍ସ ସାର୍ଟିଫିକେଟ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ତାଙ୍କର ରୁଚି ରହିଛି। ସେ ଏବେ କାମାକ୍ଷାନଗର ଉପଖଣ୍ଡ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ ଭାବେ କାର୍ଯ୍ୟରତ।
‘ଧରିତ୍ରୀ’ ସହ ନିଜର ଅନୁଭୂତି ବାଣ୍ଟି ରାମକୃଷ୍ଣ କୁହନ୍ତି, ପିଲାଟି ଦିନରୁ ଖେଳକୁଦ ପ୍ରତି ଦୁର୍ବଳତା ଥିଲା। ଏହାକୁ ପରିବାର ଲୋକେ ବୁଝି ପାରିଥିଲେ। ମା’ବାପାଙ୍କ ଭରପୂର ସମର୍ଥନ ପାଇ ସେ ଆଗକୁ ବଢ଼ିଚାଲିଛନ୍ତି। ଫୁଟବଲ, ହ୍ୟାଣ୍ଡବଲ, ଆଥ୍‌ଲେଟିକ୍ସ, ସିପକ୍‌ଟାକ୍ରୋ, ଫୁଟବଲ୍‌ ଟେନିସ, ଖୋଖୋ ଆଦି ବିଭାଗରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶା ସବ୍‌ ଜୁନିୟର ଫୁଟବଲ୍‌ ବାଳକ ଦଳ (୧୫ବର୍ଷରୁ କମ୍‌) କୋଚ୍‌ ଭାବେ ତାଙ୍କୁ ମନୋନୀତ କରାଯାଇଛି। ୨୦୧୧ରେ ତୁର୍କୀର ଇସ୍ତାନବୁଲ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଫୁଟବଲ ଟେନିସ୍‌ ପ୍ରତିଯୋଗିତରେ ସେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ଏହାକୁ ଛାଡ଼ି ସେ ବିଭିନ୍ନ ଖେଳରେ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି। ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ସକାଳୁ ଢେଙ୍କାନାଳ ଷ୍ଟାଡିୟମରେ ଅଭ୍ୟାସ କରନ୍ତି। ଏତେ ସବୁ ପ୍ରତିଭା ଥିବା ସତ୍ତ୍ୱେ ସରକାରୀ ବିଭାଗରେ ସମନ୍ବୟର ଅଭାବରୁ ପ୍ରତିଭାବାନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଜିଲା ଶିକ୍ଷା ବିଭାଗ ତାଙ୍କୁ ଅନୁମତି ଦେଉନାହିଁ। ଏହାକୁ ନେଇ ତାଙ୍କ ମନରେ ରହିଯାଇଛି କ୍ଷୋଭ।
ରୋନାଲ୍‌ଡୋ, ରୋମାରିଆ, ବାଇଚୁଙ୍ଗ ଭୂତିଆଙ୍କୁ ଆଦର୍ଶ ମାନୁଥିବା ରାମକୃଷ୍ଣ ଜିଲାରେ ଫୁଟ୍‌ବଲ୍‌ର ଭବିଷ୍ୟତ ସମ୍ପର୍କରେ କୁହନ୍ତି, ଏଠାରେ ବହୁ ପ୍ରତିଭାଧାରୀ ଅଛନ୍ତି। ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳୁନାହିଁ। ଭିତ୍ତିଭୂମି ମଧ୍ୟ ନାହିଁ। ଭବିଷ୍ୟତରେ ଏହି ଅଭାବକୁ ପୂରଣ କରିବାକୁ ସେ ଏକ ଏକାଡେମୀ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭିତ୍ତିଭୂମି ସୁଦୃଢ଼ ହେଲେ ସମସ୍ତ କ୍ରୀଡ଼ାର ବିକାଶ ହୋଇପାରିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri