Posted inଖେଳ

କ୍ରୀଡ଼ା ମନ୍ତ୍ରଣାଳୟର ସହାୟତା ଲୋଡ଼ିଲା ଆଇଓଏ

ନୂଆଦିଲ୍ଲୀ, ୧୮।୫: କରୋନା ଭାଇରସ ସଂକ୍ରମଣ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ସହାୟତା ଲୋଡ଼ିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)। ଆସନ୍ତାବର୍ଷ ପର୍ଯ୍ୟନ୍ତ କୌଣସି ପ୍ରାୟୋଜକ ଆଗକୁ ଆସିବା ସମ୍ଭାବନା ନାହିଁ। ତେଣୁ ସରକାର ସହାୟତାର ହାତ ବଢ଼ାଇବା ଜରୁରୀ ହୋଇପଡ଼ିଛି। ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପାଇଁ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଆଇଓଏ ସଭାପତି ନରିନ୍ଦର ବାତ୍ରା। ଯଦି ସରକାରୀ ସହାୟତା ନ ମିଳେ ତେବେ ଲକ୍‌ଡାଉନ୍‌ ଉଠିଲେ ବିଭିନ୍ନ କ୍ରୀଡ଼ାର ସହଜ ଆରମ୍ଭ ଅସମ୍ଭବ ହୋଇପଡ଼ିବ ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଲେଖିଥିବା ପତ୍ରରେ ବାତ୍ରା ଦର୍ଶାଇଛନ୍ତି। ଆଇଓଏ ପାଇଁ ୧୦କୋଟି, ଅଲିମ୍ପିକ୍ସ କ୍ରୀଡ଼ାର ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ଗୁଡ଼ିକ ପାଇଁ ୫ କୋଟି ଲେଖାଏ, ଅଣ ଅଲିମ୍ପିକ୍ସ ଜାତୀୟ ସ୍ପୋଟର୍‌ସ ଫେଡେରେଶନଗୁଡ଼ିକ ପାଇଁ ୨.୫୦ କୋଟି ଲେଖାଏ, ବିଭିନ୍ନ ରାଜ୍ୟ କ୍ରୀଡ଼ା ଆସୋସିଏଶନ ପାଇଁ ୧ କୋଟି ଲେଖାଏ ଏହିପରି ପାଖାପାଖି ୨୨୦ କୋଟି ଟଙ୍କା ପ୍ରଦାନ କରିବାକୁ ବାତ୍ରା ଅନୁରୋଧ କରିଛନ୍ତି। ”୨୦୨୧ ଅଲିମ୍ପିକ୍ସ ଓ ଏହା ପର ପର୍ଯ୍ୟନ୍ତ ପ୍ରାୟୋଜକମାନେ ସହାୟତା କରିବା ସମ୍ଭାବନା ନାହିଁ। ଏପରି ସ୍ଥିତିରେ କ୍ରୀଡ଼ା ମନ୍ତ୍ରଣାଳୟ ସାହାଯ୍ୟ କରିବା ଉଚିତ। ଏହା କ୍ରୀଡ଼ାବିତ୍‌ ମାନଙ୍କୁ ଅନେକ ପରିମାଣରେ ସହାୟକ ହୋଇ ପାରିବ। ସମ୍ପୂର୍ଣ୍ଣ ବିଶ୍ୱ ଏବେ କଠିନ ସମୟ ଦେଇ ଗତି କରୁଛି। ସମସ୍ତ କ୍ରୀଡ଼ା ପ୍ରତିଯୋଗିତା, ଟ୍ରେନିଂ ଏବଂ ଅନ୍ୟ କାର୍ଯ୍ୟକଳାପ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ଏ ସବୁ ଆରମ୍ଭ କରିବାକୁ ହେଲେ ଆସୋସିଏଶନଗୁଡ଼ିକୁ ଆର୍ଥିକ ସହାୟତା ଜରୁରୀ“ ବୋଲି ବାତ୍ରା ଲେଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri