କ୍ଷତିପୂରଣ ଦାବିକଲେ ଜମି ମାଲିକ

ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ିର ଲଦପାଙ୍ଗାର ଏକ ପଥର ଖୋଲରୁ ଡିଜେଲ ବାହାରିବା ଯୋଗୁ ନିକଟସ୍ଥ ଚାଷଜମିରେ ଫସଲ ନଷ୍ଟ ହୋଇଥିଲା। ଜମି ମାଲିକମାନେ ଫସଲ ନଷ୍ଟ ନେଇ ସ୍ଥାନୀୟ ତହସିଲଦାର ନୀତିଶ ତ୍ରିପାଠୀଙ୍କ ନିକଟରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଡଲାବାଡ଼ିଠାରେ ଏକ ପେଟ୍ରୋଲ ପମ୍ପ ରହିଛି। ଏହା ନିକଟରେ ଥିବା ଜମିରେ ମାସେ ହେଲା ଭଲ ଫସଲ ହେଉନାହିଁ। ତେବେ କାହିଁକି ଏଭଳି ହେଉଛି ବୋଲି ସେମାନେ ଚିନ୍ତା କରୁଥିବାବେଳେ ଶନିବାର ଉକ୍ତ ଜମିରେ ଥିବା ଏକ ପଥରଖୋଲରୁ ଡିଜେଲ ବାହାରିଥିଲା। ଏହାପରେ ଫସଲ ନଷ୍ଟର କାରଣ ସମ୍ପର୍କରେ ଜମି ମାଲିକ ଦୈତାରୀ ପଡ୍ରା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି। ଦୈତାରୀଙ୍କ ନିକଟରେ ଥିବା ଜମି ମାଲିକ ପ୍ରଭାତ କୁମାର ପଡ୍ରା, ନରିଚି ନାୟକ, ଦୀନବନ୍ଧୁ ପଡ୍ରା, ପୀତବାସ ପ୍ରଧାନ, ଶେଷଦେବ ପଡ୍ରା, କବିଚନ୍ଦ୍ର ନାୟକ, ଦଣ୍ଡପାଣି ପଡ୍ରା ପ୍ରମୁଖ ମଧ୍ୟ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ସେହିପରି ଡିଜେଲ ବାହାରିବା ଘଟଣାକୁ ନେଇ ରବିବାର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ପକ୍ଷରୁ ଏକ ଠିକା ସଂସ୍ଥାକୁ ପଠାଇ ଯାଞ୍ଚ କରାଯାଇଥିଲା। ହେଲେ ପ୍ରକୃତ କାରଣ ଜଣାପଡିନାହିଁ। ତେଣୁ ପୁଣି ପାଇପ ଲାଇନ ଖୋଳି ଯାଞ୍ଚ କରାଯିବ, ଯଦି ପାଇପ ଫାଟିଥିବ ତେବେ ମରାମତି କରାଯିବା ପରେ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ଓଡ଼ିଶୀ ପେଟ୍ରୋଲ ପମ୍ପ ମାଲିକ ଅରୂପ କୁମାର ସାହୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ିରେ ଥିବା ଏହି ଏକମାତ୍ର ପେଟ୍ରୋଲ ପମ୍ପ ବନ୍ଦ ଯୋଗୁ ଅଞ୍ଚଳବାସୀ ନାହିଁ ନ ଥିବା ହଇରାଣ ଭୋଗୁଛନ୍ତି। ଏହାର ଫାଇଦା ନେଇ କେତେକ ଅସାଧୁ ବ୍ୟବସାୟୀ ଚଢାରେ କଳାବଜାର କରୁଛନ୍ତି। ଏନେଇ ତହସିଲଦାର ନୀତିଶ ତ୍ରିପାଠୀ ତଦନ୍ତ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା, ତା, ୧୩।୧୨,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ...

ଯନ୍ତ୍ରଣା ଦେଉଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ : ଥମୁନି ତୁଷାରପାତ

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଶନିବାର ତୃତୀୟ ଦିନରେ ମଧ୍ୟ ତୁଷାରପାତ ହୋଇଛି। ଶୀତର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳର...

ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲା, ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ/ବୌଦ୍ଧ, ୧୩ା୧୨(ରାକେଶ କୁମାର ରାଉତ/ଅଜିତ୍‌ କୁମାର ବାରିକ୍‌): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଭିଜିଲାନ୍ସ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri