ଗହମ, ଅଙ୍ଗୁର ଓ କିସ୍ମିସ୍ରୁ ମଦ ତିଆରି ହୋଇଥାଏ। ହେଲେ କ୍ଷୀରରୁ ମଦ ତିଆରି ହେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଦୁଇଟି ପଦାର୍ଥ ସମ୍ପୂର୍ଣ୍ଣ ଭିନ୍ନ। କାହାର କାହା ସହିତ କୌଣସି ସମ୍ପର୍କ ନାହିଁ। ହେଲେ ଏକ ବ୍ରିଟିଶ୍ କମ୍ପାନୀ କ୍ଷୀରରୁ ଭୋଡ୍କା ତିଆରି କରିଥିବା ଦାବି କରିଛି। ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ଡୋରସେଟରେ ଏହା ତିଆରି କରାଯାଉଛି। ମାକ୍ସ ଆଣ୍ଡ ସ୍ପେସର ନାମକ ଏକ କମ୍ପାନୀ କ୍ଷୀରରୁ ଭୋଡ୍କା ତିଆରି କରିଛି। ତେବେ ଏହାର ସ୍ବାଦ କ୍ରିମ୍ ଭଳି ହୋଇଥିବା ବେଳେ ଏହାକୁ ବିନା ପାଣିରେ ପିଆଯାଇ ପାରିବ। ପ୍ରଥମ ଥର ଲାଗି କ୍ଷୀରରୁ ଏହି ଭୋଡ୍କା ତିଆରି କରାଯାଇଥିବା କମ୍ପାନୀ କହିଛି। ଏହାର ନାମ ରହିଛି ବ୍ଲାକ କାଓ। କ୍ଷୀର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହା ପ୍ରଥମ ଭୋଡକା ହୋଇଥିବା ବେଳେ ଏଥିରେ ମଦର ସମସ୍ତ ଗୁଣ ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ଭୋଡ୍କାର ୫ଶହ ମିଲି ବଟଲ୍ର ଦାମ ରହିଛି ୨୬୦୨ଟଙ୍କା।