କ୍ୟାବିନେଟରେ ୧୬ ପ୍ରସ୍ତାବକୁ ମୋହର: ୩ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ; ଶଙ୍କରାଚାର୍ଯ୍ୟ ମଠ, ଲାଞ୍ଜିଗଡ ରେଳ ପ୍ରକଳ୍ପକୁ ଜମି

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟ ସରକାର ବସୁଧା ଯୋଜନାରେ ପୁରୀ ଓ ନବରଙ୍ଗପୁର ଜିଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଶନିବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଘରୋଇ ଶିକ୍ଷାନୁଷ୍ଠାନ ଏସିଆନ ସ୍କୁଲ ଅଫ୍‌ ବିଜ୍‌ନେସ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌)କୁ ଡିମ୍‌ଡ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ। ଏଥିପାଇଁ ଚଳିତ ବିଧାନସଭାରେ ଏ ନେଇ ଏକ ବିଲ୍‌ ଆଗତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥି ମଧ୍ୟରେ ରାଜସ୍ବ ବିଭାଗର ୫ଟି ପ୍ରସ୍ତାବ ଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ୨, ପଞ୍ଚାୟତିରାଜ ବିଭାଗର ୩, ସମବାୟ ବିଭାଗର ୨, ସାଧାରଣ ପ୍ରଶାସନ ବିଭାଗର ୧ ଏବଂ ଅନ୍ୟାନ୍ୟ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ବିଧାନସଭା ଚାଲିଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ଏଥିସହିତ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମଠକୁ ଜମି ଦେବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଲାଞ୍ଜିଗଡ଼ ସମେତ ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ କ୍ୟାବିନେଟ ଅନୁମୋଦନ କରିଛି। ଲୋକାୟୁକ୍ତ ଆଇନରେ ଥିବା କେତେକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା...

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା...

ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, କ୍ରାଇମବ୍ରାଞ୍ଚର ଏକ ମାମଲାରେ ସମ୍ପୃକ୍ତି ନେଇ ଚର୍ଚ୍ଚା

ରାୟଗଡ଼ା,୨୯।୭(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ଶିକ୍ଷକ ବିଜୟ ମିଶ୍ରଙ୍କୁ ପୋଲିସ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।...

ଆସନ୍ତା ୨ଦିନ ବଜ୍ରପାତ ସହ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨୯।୭(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ ମଙ୍ଗଳବାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହୋଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା...

ବିବାହର ପ୍ରତିଶ୍ରୁତି ଦେଇ ପୁଣି ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୨୯।୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପୋଲିସ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।...

ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

ସମ୍ବଲପୁର,୨୯।୭: ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ଯୁବକ ଜଣକ କେଉଁ ପରିସ୍ଥିତିରେ ବ୍ରିଜ ଉପରୁ...

ସ୍ତ୍ରୀ, ଶାଶୁଙ୍କୁ ମାରି ପୋତିଦେଲେ ସ୍ବାମୀ, ଦୋଷ ଲୁଚାଇବାକୁ ଯାଇ ଉପରେ ଲଗାଇଦେଲେ କଦଳୀ ଗଛ, ତା’ପରେ…

ବାରିପଦା,୨୯।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡକୁ ପୋଲିସ ଖୁଲାସା କରିଛି। ସ୍ତ୍ରୀ ଓ ଶାଶୁଙ୍କୁ...

ମନ୍ତ୍ରୀଙ୍କ ବଡ଼ ସୂଚନା: ପୂର୍ତ୍ତ ବିଭାଗ କାମରେ ଲାଗିବ AI

ଭୁବନେଶ୍ୱର,୨୯।୭: ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image