କ୍ୟାବିନେଟ୍‌ ନିଷ୍ପତ୍ତି: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା, ଧାନ କିଣା ଟାର୍ଗେଟ କମିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଧାନ ବିକୁଥିବା ଚାଷୀଙ୍କୁ ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ମିଳିବ। ପୂର୍ବରୁ ସେମାନଙ୍କୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଧାନ ବିକା ଟଙ୍କା ମିଳୁଥିଲା। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୧୯-୨୦କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ବର୍ଷ ଖରିଫ ଋତୁରେ ୬୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେବ। ଏ ବାବଦରେ ୪୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେବ ବୋଲି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେବେ ଗତ ବର୍ଷଠାରୁ ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଚାଉଳ କମ୍‌ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୮-୧୯ରେ ୬୫.୪୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଏଥିରୁ ବାହାରୁଥିବା ୪୪.୪୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ। କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟଶାସନ ସଚିବ ଅସୀତ୍‌ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ସରକାର ଚାଷୀଙ୍କଠାରୁ ଆହୁରି ଅଧିକ ଧାନ କ୍ରୟ କରିବେ। ଆସନ୍ତା ନଭେମ୍ବର ପହିଲାରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ୍‌ ଧାନ ସଂଗ୍ରହ କରାଯିବ। ସେହିପରି ୨୦୨୦ ମେ’ରୁ ଜୁନ୍‌ ମଧ୍ୟରେ ରବି ଧାନ ସଂଗ୍ରହ ହେବ। ଚଳିତ ବର୍ଷ ଧାନ କିଣିବା ପାଇଁ ୧୨ ଲକ୍ଷ ୪୦ ହଜାର ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ପ୍ରଥମ ଥର ପାଇଁ ଆଧାରକୁ ପରିଚୟ ପତ୍ର ଭାବେ ଧରି ଏହି ପଞ୍ଜୀକରଣ କରାଯାଇଛି। ୨୦୧୮-୧୯ରେ ଖରିଫ୍‌ ଋତୁରେ ୯ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ଚଳିତ ବର୍ଷ ୩ ଲକ୍ଷ ୪୦ ହଜାର ଅଧିକ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ତେବେ ଚାଷୀମାନେ ଏବେ ଆଧାରକୁ ପରିଚୟପତ୍ର ଭାବେ ଦେଖାଇ ଧାନ ବିକି ପାରିବେ । ଆଧାର ନ ଥିଲେ ସରକାର ଚାଷୀଙ୍କଠାରୁ ଧାନ କିଣିବେ ନାହିଁ। ଚଳିତ ବର୍ଷ ଅଧିକ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣାରେ ସାମିଲ ହେବେ। ଏଥିସହିତ ପ୍ୟାକ୍ସ, ଲ୍ୟାମ୍ପ୍‌ସ ଏବଂ ପାଣିପଞ୍ଚାୟତଗୁଡିକ ମଧ୍ୟ ଚାଷୀଙ୍କଠାରୁ ଧାନ କିଣିବେ। ମାର୍କ ଫେଡ୍‌କୁ ଚଳିତ ବର୍ଷ ଧାନ କିଣାରୁ ବାଦ୍‌ କରାଯାଇଛି। ଭାଗ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜର ବଳକା ଧାନକୁ ବିକ୍ରି କରିପାରିବେ। ଚଳିତ ବର୍ଷ କେନ୍ଦ୍ର ସରକାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)୧୮ଶହ ୧୫ ଟଙ୍କା ଏବଂ ଗ୍ରେଡ୍‌ ଏ ଧାନ ପାଇଁ ୧୮ଶହ ୩୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଗତ ବର୍ଷର ବକେୟା ଚାଉଳ ଫେରସ୍ତ କରି ନ ଥିବା ମିଲରମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ଚାଷୀଙ୍କୁ ଧାନ ବିକ୍ରି ବାବଦ ଅର୍ଥ ଅନ୍‌ଲାଇନ୍‌ ଜରିଆରେ ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୈଠ କରାଯିବ। ରାଜ୍ୟର ୩୧୦ଟି ବ୍ଲକରେ ପି-ପାସ୍‌ ମାଧ୍ୟମରେ ଧାନ କିଣାଯିବ। ରାଜ୍ୟର ସାଧାରଣ ବ୍ୟବସ୍ଥା ବଣ୍ଟନ ପାଇଁ ୨୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳକୁ ବାଦ୍‌ଦେଇ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀପଠାରୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ: ଅପହରଣ ପରେ କରିଥିଲେ ହତ୍ୟା, ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବାରିପଦା,୨୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସଦର ଥାନା ଅଧୀନ ଗୁମୁ ଗ୍ରାମ ନିକଟସ୍ଥ ବୁଢାବଳଙ୍ଗ ନଦୀପଠାରୁ ଜନୈକ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ...

ରାସନକାର୍ଡଧାରୀଙ୍କୁ ନେଇ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୪୦ ଲକ୍ଷ ଭୂତ ରାସନକାର୍ଡଧାରୀଙ୍କୁ ଧରିଲା ଭଳି…

ଭୁବନେଶ୍ୱର,୨୭।୧୨: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ବଡ଼ ସୂଚନା। ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ। ପ୍ରତି ଜିଲାରେ ଲକ୍ଷେରୁ ଦେଢ଼ ଲକ୍ଷ...

ସ୍ଥଗିତ ହେଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୭।୧୨: ସ୍ଥଗିତ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ । ରବିବାର ସାରେ ସେ ଓଡ଼ିଶା ଆସିବାର ଥିଲା। ଅମିତଶାହା୨୮ ତାରିଖ ସାରେ...

ଶଙ୍ଖଭବନରେ ହାତାହାତି ପରେ ମୁହଁ ଖୋଲି ଚାପୁଡ଼ା ପଛର ସତକଥା କହିଲେ ପୁଷ୍ପାଞ୍ଜଳି, ମାଇଲେଜ ନେବାକୁ ଅଧା ଭିଡିଓ ପକେଇ…

ଭୁବନେଶ୍ୱର,୨୭।୧୨:ଶଙ୍ଖଭବନରେ ଗଣ୍ଡଗୋଳ ଘଟଣାରେ ବିଜେଡି କର୍ମୀ ପୁଷ୍ପାଞ୍ଜଳି ରଣାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇପ୍ସିତା ଆଗ ଆକ୍ରମଣ କଲେ, ମୋ ଚେନ ଛିଡ଼ାଇ ଦେଲେ।...

କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ହେବ ଯାଞ୍ଚ: କଟକ ଜିଲାପାଳ

କଟକ,୨୭।୧୨: କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ଯାଞ୍ଚ ହେବ ବୋଲି ଶୁକ୍ରବାର କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।...

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ…

ଶଙ୍ଖ ଭବନରେ ନେତ୍ରୀ ହାତାହାତି ପରେ, ଆସିକାରେ ବିଜେଡି ଦୁଇ ଫାଳ ପ୍ରତିଷ୍ଠା ଦିବସରେ.. ଭୁବନେଶ୍ୱର,୨୭।୧୨: ଗଞ୍ଜାମ ଜିଲା ଆସିକାରେ ବିଜେଡି ଦୁଇ ଫାଳ ।...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମା’-ପୁଅ, ଆଉ ତା’ ପରେ…

ଢେଙ୍କାନାଳ,୨୭ା୧୨(ରତନ ନାୟାର): ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଦାଣ୍ଡିମାଳ ଷ୍ଟେଶନ ନିକଟରେ ଶୁକ୍ରବାର ଚଳନ୍ତା ଟ୍ରେନରୁ ଖସିପଡ଼ି ମା-ପୁଅ ଗୁରୁତର ଭାବେ ଉଦ୍ଧାର ହୋଇ ଜିଲା ମୁଖ୍ୟ...

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୭।୧୨: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri