ଅନୁଗୋଳ ଅଫିସ୍, ୧୯।୩: ବାହାର ରାଜ୍ୟ ତଥା ଦେଶରୁ ଅନୁଗୋଳକୁ ଫେରିଥିବା ମୋଟ ୨୧ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଏବେ ସୁଦ୍ଧା କେବଳ ଅନୁଗୋଳ ସହରକୁ ୭ ଜଣ ବିଦେଶରୁ ଫେରିଥିବା ସୂଚନା ମିଳିଛି। ଏଥିସହ ୧୨ ଜଣ ଫଳ ବ୍ୟବସାୟୀ ବନାରସରୁ ସହରକୁ ଆସିଥିବା ଜଣାପଡିଛି। ଅନୁଗୋଳରୁ ଉଜ୍ବେକିସ୍ତାନର ରାଜଧାନୀ ତାସକେଣ୍ଟ ଯାଇଥିବା ୫ ଜଣ ସହରକୁ ଫେରିଛନ୍ତି। ଅନ୍ୟ ଦୁଇ ଜଣ ୪ ତାରିଖରେ ଫିନଲାଣ୍ଡ ଓ ନାଇଜେରିଆରୁ ଆସି ସହରରେ ପହଞ୍ଚତ୍ଥିବା ଜଣାପଡିଛି। ବିଦେଶ ଓ ରାଜ୍ୟ ବାହାରୁ ସହରକୁ ଫେରିଥିବା ଏହି ୧୯ ଜଣଙ୍କୁ ନିଜ ଘରେ ଅଲଗା ରହିବାକୁ ପରମର୍ଶ ଦିଆଯାଇଛି। ଏଥିସହ ସେମାନଙ୍କ ଉପରେ ପୌରପାଳିକା ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଥିବା କୁହାଯାଇଛି। ତେବେ ବିଦେଶ ଓ ରାଜ୍ୟ ବାହାରୁ ଆସିଥିବା କୌଣସି ଲୋକଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଇ ନ ଥିବା ସୂଚନା ମିଳିଛି। ହେମସୁରପଡ଼ାର ଜଣେ ଯୁବକ ଚେନ୍ନାଇରୁ ଆସିଥିବାବେଳେ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ଜଣାପଡିଛିି।