କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ

ନିମାପଡ଼ା,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୪ମାସ ପୂର୍ବେ ଏହି ଥାନା ଅଞ୍ଚଳର ସୌରଭ ଦାସ ଓ ଡେଲାଙ୍ଗ ଥାନା ଅଞ୍ଚଳର ପିଙ୍କିରାଣୀ ଦାସ ଘର ଛାଡି ଗୁଜରାଟର ଅହମ୍ମଦାବାଦରେ ରହୁଥିଲେ। ସୌରଭ ସେଠାରେ ଏକ ପ୍ଲାଷ୍ଟିକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କରୋନା ଲାଗି ଗତ ୧୦ତାରିଖରେ ଉଭୟେ ଅହମ୍ମଦବାଦରୁ ଫେରି ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଥିଲେ। ସେମାନଙ୍କ ସ୍ବାବ୍‌ ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ୧୫ଦିନ ରହିବା ପରେ ସେଣ୍ଟରରେ ବିବାହ କରି ଘରକୁ ଫେରିଥିଲେ। ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ମୋହନ ସାହୁ ବର ପିତା ଓ ଶିକ୍ଷକ ଭଗବାନ ସେଠୀ କନ୍ୟା ପିତା ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ: ପୁଣି ୪ଟା  ପର୍ଯ୍ୟନ୍ତ ଗୃହମୁଲତବୀ 

ଭୁବନେଶ୍ୱର,୨୬।୧୧: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ  ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ...

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ

ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ...

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟାକୁ ଦିଆଯିବ ଅଗ୍ରାଧିକାର

ରୁପ୍ରାରୋଡ,୨୬।୧୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ସେ...

ମହିଳାଙ୍କୁ କଚାଡ଼ି ଦେଲା ହାତୀ: ହସ୍ପିଟାଲ୍‌ରେ ଭର୍ତ୍ତି

ରୁପ୍ରାରୋଡ,୨୬।୧୧(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ଡମପଦର ଗ୍ରାମରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ଣ୍ଣମୀ ବେୱା (୪୦ ) ସକାଳୁ ଶୌଚପାଇଁ ଯାଇଥିବା...

କୁସଂସ୍କାର ବିରୋଧରେ ଲଢେଇ କରି ଚର୍ଚ୍ଚାକୁ ଆସିଥିବା ମହିଳାଙ୍କ ଦେହାନ୍ତ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି।...

ବର୍ଷେ ପୂରିବ, ଚାଉଳ ଫେରାଉନାହାନ୍ତି ମିଲର୍ସ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ବିଭିନ୍ନ ମିଲର୍ସ ମଣ୍ଡିରୁ ଧାନ ନେଇ ତା’ର ପ୍ରତିବଦଳରେ ସରକାରଙ୍କୁ ଚାଉଳ ଫେରାଇଥାନ୍ତି। ରାୟଗଡ଼ା ଜିଲାରେ ଆସନ୍ତା ୧୭ ତାରିଖରେ ଚଳିତ...

ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri