ଖଇରନାଳୀ ବନ ସଂରକ୍ଷଣ ସମିତି ପୁରସ୍କୃତ

କଣିହାଁ, ୭ା୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଡେରଜାଙ୍ଗ ଡ୍ୟାମ ସାଇଟରେ ରବିବାର ଉପଖଣ୍ଡସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡରେ କଣିହାଁ ବ୍ଳକ କମରେଇ ପଞ୍ଚାୟତର ଖଇରନାଳୀ ବନ ସଂରକ୍ଷଣ ସମିତିକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ସହ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ଜଙ୍ଗଲ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିବା ଖଇରନାଳୀ ଭିଏସ୍‌ଏସ୍‌ ସଭାପତି ସୁନୀଲ ପ୍ରଧାନ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ଜିଲାପାଳ ମନୋଜ କୁମାର ମହାନ୍ତି, ଏସ୍‌ପି ମିତ୍ରଭାନୁ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସମିତି ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ

ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ...

୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଜଣେ ଅଟକ

ଛେଣ୍ଡିପଦା,୧୫।୩(ଅଜିତ ଧଳ): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ...

ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ

ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା...

ଡିପୋରେ ଜଳିଗଲା ଲକ୍ଷାଧିକ ଟଙ୍କାର ଜାଳେଣି କାଠ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ହଣ୍ଡପା ଥାନା ଜାମୁନାଳୀଠାରେ ଥିବା ବନ ନିଗମ ଲିମିଟେଡ୍‌ର କାଠ ଡିପୋରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ନିଆଁ...

ବିପୁଳ ମଦ ସହ କାର୍‌ ଜବତ, ଢାବା ମାଲିକଙ୍କ ସମେତ ୨ ଗିରଫ

ବଇଣ୍ଡା,୧୪ା୩(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠନ ହୋଇଥିବା ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଶୁକ୍ରବାର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଦେଇଥିବା ଢାବା...

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଅନୁଗୋଳ ଅଫିସ,୧୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ...

ବରଯାତ୍ରୀଙ୍କ ରୋଷଣୀ ବାଣରେ ଜଳିଗଲା ୧୦ ବଖରା

ଅନୁଗୋଳ,୬।୩: ଅନୁଗୋଳ ଜିଲା ଆଠମଲ୍ଲିକ ଲୁହାପଙ୍କ ପଞ୍ଚାୟତ ତେନ୍ତୁଳିପଦର ଗାଁରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀଙ୍କ ରୋଷଣୀ ବାଣରେ ୧୦ ବଖରା ଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image