ଖଡିଆଳ ପୋଲିସର ଅଭିନବ ପ୍ରୟାସ:ଟ୍ରାଫିକ୍‌ ନିୟମ ଉପରେ ଶିଶୁ କଲେ ସଚେତନ

ନୂଆପଡା ଅଫିସ/ଖଡିଆଳ,୭।୯(ଡି.ଏନ.ଏ.)
ସରକାର ଯାନବାହନ ଚଳାଚଳ ଉପରେ ଥିବା ୧୯୮୮ ଅଧିନିୟମରେ ପରିବର୍ତ୍ତନ କରି ପରିବର୍ତ୍ତିତ ନିୟମକୁ ବର୍ତ୍ତମାନ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଚାଳକ, ଯାତ୍ରୀଙ୍କୁ ବିଭିନ୍ନ ଦଣ୍ଡିତ କରିବା ବ୍ୟବସ୍ଥା କରାଯାଇଛି । ଏହାକୁ ଗୋଟିଏପଟେ କାର୍ଯ୍ୟାନ୍ବୟନ କରାଯାଉଥିବା ବେଳେ ଅନ୍ୟପଟେ ବ୍ୟାପକ ସଚେତନତା ଆଣିବାକୁ ଜିଲା ପୋଲିସ ମଙ୍ଗ ଧରିଛି । ଏହିକ୍ରମରେ ନୂଆପଡ଼ା ଜିଲା ଖଡିଆଳ ପୋଲିସ ଅଭିନବ ପ୍ରୟାସ ଆରମ୍ଭ କରିଛି । ଏଥିରେ ପ୍ରଥମେ ବିଭିନ୍ନ ବିଦ୍ୟାଳୟକୁ ଯାଇ ଶିଶୁମାନଙ୍କ ଦ୍ୱାରା ସଚେତନତା କରାଯାଉଛି । ପୋଲିସ ଅଧିକାରୀମାନେ ସ୍ଥାନୀୟ ଏକ ପବ୍ଲିକ ସ୍କୁଲକୁ ଯାଇ ସଚେତନତା କାର୍ଯ୍ୟକ୍ରମ କରିଥିବା ବେଶ ଗ୍ରହଣୀୟ ହୋଇଛି ।
ଖଡିଆଳ ଥାନାଧିକାରୀ କୈଳାଶ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ଓ ପୁରୁଷ ପୋଲିସ ଅଧିକାରୀମାନେ ୱେଷ୍ଟର୍ଣ୍ଣ ଓଡିଶା ପବ୍ଲିକ ସ୍କୁଲକୁ ଯାଇଥିଲେ । ବିଦ୍ୟାଳୟରେ ସମସ୍ତ ଶିଶୁଙ୍କୁ ପ୍ରଚାରପତ୍ର ଦେଇଥିବାବେଳେ ଘରେ କିପରି ନିଜର ମା’ବାପାଙ୍କୁ ସଚେତନ କରାଇବେ ସେଥିପ୍ରତି ପରାମର୍ଶ ଦେଇଥିଲେ। ପ୍ରତ୍ୟହ ଘରୁ ବାହାରିବା ବେଳେ ବାପା ହେଲମେଟ ପିନ୍ଧିଲେ କି ବୋଲି ପଚାରିବେ । ସାଙ୍ଗରେ ସମସ୍ତ କାଗଜାତ ଧରିଛନ୍ତି କି ବୋଲି ପଚାରିବେ । ଏଥିରେ ପରିବାରର ସମସ୍ତ ଲୋକ ଆଗକୁ ଆସି ସଚେତନ ହେବେ । ପ୍ରତି ପରିବାର ସଚେତନ ହେଲେ ସମଗ୍ର ଦେଶ ସଚେତନ ହେବ ବୋଲି ଅଧିକାରୀମାନେ କହିଥିଲେ । ଏହି ଅବସରରେ ପିଲାମାନଙ୍କ ଏକ ସଚେତନତା ରାଲି ବାହାରିଥିଲା । କୁନି କୁନି ଶିଶୁମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏଥିରେ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକମାନେ ମଧ୍ୟ ସାମିଲ ଥିଲେ। ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଆଗାମୀ ଦିନରେ ଏହି ଅଭିଯାନ ଚାଲିବ। କାର୍ଯ୍ୟକ୍ରମ ଶେଷରେ ଥାନାଧିକାରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ହାତକୁ ନେବା ପରେ ଶୁକ୍ରବାର ଖଡିଆଳ ସହରରେ ସମସ୍ତଙ୍କ ମଧ୍ୟରେ ଏକ ଜାଗରଣ ଆସିଥିବା ଦେଖାଯାଇଛି । ବିଭିନ୍ନ ହେଲମେଟ ଦୋକାନଗୁଡିକରେ ବିକ୍ରି ବଢିଯାଇଥିଲା। ଏପରିକି ଦୋକାନଗୁଡିକରେ ଲମ୍ବା ଧାଡି ମଧ୍ୟ ଦେଖିବାକୁ ମିଳିଥିଲା । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କଡା ଜରିମାନା ଦେବାକୁ ପଡୁଥିବାରୁ ଲୋକେ ଘରୁ ବାହାରିବା ସମୟରେ ଏଥିପ୍ରତି ଚିନ୍ତା କରୁଛନ୍ତି । ଏପରିକି ଏହି ଦିନ ସହରରେ ବହୁ ଲୋକ ହେଲମେଟ ପିନ୍ଧି ବୁଲୁଥିବା ଦେଖାଯାଇଥିଲା । ଏହା ଏକ ଅଭିଯାନ ଏଥିରେ ସମସ୍ତେ ଆଗକୁ ଆସି ସାମିଲ ହେବା ଦରକାର ବୋଲି ଥାନାଧିକାରୀ ସେଠୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ...

ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ...

କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ...

ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଖଡ଼ିଆଳ,୨୨ା୮(ସୁଜିତ କୁମାର ପ୍ରଧାନ): କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା...

ଭାରତ ବନ୍ଦକୁ ସମର୍ଥନ କରିବ ଏସ୍‌ସିଏସ୍‌ଟି ସଂଘ

ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍‌ସିଏସ୍‌ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା...

ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ...

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri