ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ

ନୂଆପଡା ଅଫିସ,୨୨ା୯
ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା କରୁଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଏହା ଉପରେ ଲୋକେ ବାରମ୍ବାର ଅଧିକାରୀ, ନେତାମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଜିଲା ଦଳିତ ଅଧିକାର ମଞ୍ଚ ନୂଆପଡା ଆସି ଜିଲାପାଲଙ୍କୁ ଭେଟି ଏହାର ସମାଧାନ ପାଇଁ ଜଣାଇଛନ୍ତି ।
ଶନିବାର ଅପରାହ୍ନରେ ଦଳିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟିଥିଲେ। ତାଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ଅନୁଯାୟୀ ଖଡିଆଳ ସରକାରୀ ହସ୍ପିଟାଲ ଜିଲାର ଏକ ବଡ ହସ୍ପିଟାଲ । ଏହା ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏଠାରେ ମୋଟ ୫ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ଜଣ ଡାକ୍ତର । ବ୍ଲଡ ବ୍ୟାଙ୍କ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଡିଜିଟାଲ ଏକ୍ସରେ ବ୍ୟବସ୍ଥା ନ ଥିବାବେଳେ ଚକ୍ଷୁ ବିଭାଗ, ଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଏହିଭଳି ସିନାପାଲି ଏବଂ ବୋଡେନ ହସ୍ପିଟାଲରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ବିଭିନ୍ନ ସମୟରେ ଡାକ୍ତରଖାନାଗୁଡିକରେ ଗରିବ ଗର୍ଭବତୀମାନେ ଛୁଆ ଜନ୍ମ କରିବାକୁ ଲାଞ୍ଚ ଦେଇ ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଖଡିଆଳ ନିକଟସ୍ଥ ଚନାବେଡାଠାରେ ଏକ ବୃହତ ହସ୍ପିଟାଲ ବିଲଡିଂ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ବହୁ ବର୍ଷ ପରେ ମଧ୍ୟ ତାହା ଶେଷ ହୋଇପାରୁନାହିଁ । ବିଭିନ୍ନ କାରଣକୁ ନେଇ ଅଟକି ରହିଛି । ଏହା ଉପରେ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ ହୋଇପଡିଛ। ଜିଲାପାଳ ଏସବୁ ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ମଞ୍ଚ ଦାବି କରିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାଇ ଦିଆଯାଇଛି । ଏହା ଉପରେ ପ୍ରଶାସନ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫାଉଡ଼ା ଧରି କାମ କଲେ ଜିଲାପାଳ

ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ...

ସିନିୟରଙ୍କ ମାଡ଼ରେ ୨୨ ଜୁନିୟର ଛାତ୍ର ଗୁରୁତର

ନୂଆପଡ଼ା/କୋମନା,୭ା୯(ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଜବାହର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ସିନିୟର ଛାତ୍ରଙ୍କ...

କୂଅରେ ପଡ଼ିଗଲେ ୫ ବାର୍‌ହା ଛୁଆ, ଆଉ ତାପରେ…

ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍‌ହା ଉପଦ୍ରବ ଲାଗିରହିଛି। ବାର୍‌ହା ପଲ ଲୋକଙ୍କ ବାରିରେ...

ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଖଡ଼ିଆଳ,୨୨ା୮(ସୁଜିତ କୁମାର ପ୍ରଧାନ): କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା...

ଭାରତ ବନ୍ଦକୁ ସମର୍ଥନ କରିବ ଏସ୍‌ସିଏସ୍‌ଟି ସଂଘ

ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍‌ସିଏସ୍‌ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା...

ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ...

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri