ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଛି। ସେମାନେ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇ ଯଦୁପୁରରେ ଲୁଚାଇ ରଖିଥିଲେ। ଉକ୍ତ ଗାଡ଼ିକୁ ମଧ୍ୟ ପାହାଳ ବ୍ୟାଙ୍କ ଲୁଟ୍‌ ଘଟଣାରେ ବ୍ୟବହାର କରାଯାଇଥିବା ନେଇ ପୋଲିସ ପ୍ରମାଣ ପାଇଛି। ଧରାପଡ଼ିଥିବା ୨ ବ୍ୟକ୍ତିଙ୍କୁ ପୋଲିସ ଏହି ଗାଡ଼ି ଲୁଟ୍‌ ପଛର ର଼୍ୟାକେଟ୍‌ ସମ୍ପର୍କରେ ପଚରାଉଚରା କରୁଛି। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଥିଲେ ଏବଂ କେଉଁଠି ଆତ୍ମଗୋପନ କରିଛନ୍ତି, ସେ ନେଇ ମଧ୍ୟ ପଚରାଉଚରା କରୁଥିବା ବେଳେ ଫେରାର୍‌ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।
ସୂଚନାନୁଯାୟୀ, ଗତ ସପ୍ତାହରେ ଜଣେ ବ୍ୟକ୍ତି ଇନୋଭା ନେଇ ଖଣ୍ଡଗିରି ଦେଇ ଯାଉଥିବା ବେଳେ ୬ଜଣ ଯୁବକ ଗାଡ଼ି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି ଲୁଟି ନେଇଥିଲେ। ଏହି ସମୟରେ ଗାଡି ଡ୍ରାଇଭର ୧୦୦ ନମ୍ବରକୁ ଫୋନ୍‌ କରିବା ପରେ ପିସିଆର୍‌ ଭ୍ୟାନ ଉକ୍ତ ଇନୋଭାକୁ ପିଛା କରିଥିଲା। ହେଲେ ଯୁବକମାନେ ଜଙ୍କିଆ ଅଭିମୁଖେ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ପୋଲିସ କମିଶନର ଗୁରୁତ୍ୱର ନେଇ ସ୍ପେଶାଲ ସ୍କ୍ବାଡକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ କରି ଯଦୁପୁରରୁ ଗାଡ଼ି ଠାବ କରିବା ସହ ୨ଜଣଙ୍କୁ କାବୁ କରିଛି।

ଦୁର୍ବଳ ହୋଇପଡୁଛି କ୍ୟୁଏଟି, ସ୍ପେଶାଲ ସ୍କ୍ବାଡ୍‌
ସହରରେ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ କମିଶନରଙ୍କ ଅଧୀନରେ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ଡିସିପିଙ୍କ ଅଧୀନରେ ସ୍ପେଶାଲ ସ୍କ୍ବାଡ୍‌ କାର୍ଯ୍ୟ କରୁଛି। ହେଲେ ବିଗତ କିଛିଦିନ ହେବ ଏହି ଦୁଇ ଟିମ୍‌ ଦୁର୍ଳଳ ହୋଇପଡୁଥିବା କୁହାଯାଉଛି। କ୍ୟୁଏଟି କେବଳ ବ୍ରାଉନସୁଗାର ଜବତ ଛଡ଼ା ବଡ଼ବଡ଼ ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଧରିବା ନଜରକୁ ଆସିନାହିଁ। ସେହିଭଳି ସ୍ପେଶାଲ ସ୍କ୍ବାଡ୍‌ ସେପରି କିଛି ବଡ଼ ପଦକ୍ଷେପ ନେଇଥିବା ବା ସଫଳତା ପାଇଥିବା ଜଣାପଡୁନି। ସହରରେ ବଡ଼ ବଡ଼ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ରହିଥିବାବେଳେ ୩ ମାସରେ ଥରେ ଛୋଟ ଛୋଟ ଗ୍ୟାଙ୍ଗ୍‌କୁ ଧରି ବାହାବା ନେଉଥିବା ଦେଖାଯାଉଛି। ଏ ସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, କାର ଲୁଟ୍‌ ରୋକିବାକୁ ରାଜପଥରେ ରାତିରେ ପାଟ୍ରୋଲିଂ କଡାକଡି କରାଯିବ। ଏହାସହ ଯେଉଁମାନେ ଜେଲ ଫେରନ୍ତା ଅପରାଧୀ ସେମାନଙ୍କ ଉପରେ ନଜର ରଖି ଗିରଫ କରାଯିବ। ବିଶେଷ କରି ଅପରାଧୀମାନେ ଲୁଟପାଇଁ ଚୋରି ଗାଡି ବ୍ୟବହାର କରୁଥିବାରୁ ପୋଲିସ ପାଇଁ କାଠିକର ପାଠ ହେଉଛି। ଏହି କାର ଲୁଟେରା ଗ୍ୟାଙ୍ଗ ଉପରେ ପୋଲିସ କଡା ନଜର ରଖିବା ସହ ବ୍ଲକିଂ ଓ ଚେକିଂ କରାଯିବ ବୋଲି ସିପି କହିଛନ୍ତି।
ଘଟଣା ଘଟିବା ପରେ ଚେକିଂ, ବ୍ଲକିଂ
ଲୁଟେରାମାନଙ୍କୁ ରାଜଧାନୀ ବେଶ୍‌ ସୁହାଉଛି। କାରଣ ଏଠାରେ ଚେକିଂ ଓ ବ୍ଲକିଂ ନିୟମିତ କରାଯାଉନାହିଁ। ଘଟଣା ଘଟିବା ପରେ କିମ୍ବା ମନେ ପଡ଼ିଲେ କରାଯାଉଛି। ନ ହେଲେ ଅଗଷ୍ଟ ୧୫, ଜାନୁଆରୀ ୨୬, ଦଶହରା ଓ ହୋଲି ଆଦି ଅନେକ ପର୍ବ ସମୟରେ ଏଥିପାଇଁ ତତ୍ପରତା ପ୍ରକାଶ ପାଉଛି। ପୁଣି ରାତିରେ ଏସବୁ ନ ଥିବାରୁ ଅପରାଧୀମାନେ ଏହି ସମୟରେ ସକ୍ରିୟ ହୋଇ ଉଠୁଛନ୍ତି। ସ୍ଥାନୀୟ ଥାନାର କେତେଜଣ ପୋଲିସ ମଧ୍ୟ ଅପରାଧୀଙ୍କ ସହ ସମ୍ପର୍କ ରଖୁଛନ୍ତି। ବାହାର ଅଞ୍ଚଳର ଗ୍ୟାଙ୍ଗ୍‌ ସଦସ୍ୟ ସ୍ଥାନୀୟ ଅପରାଧୀଙ୍କ ସହ ମିଶି ଲୁଟ୍‌, ଚୋରି ଆଦି ଅପରାଧ ଘଟାଇ ସେହି ରାତିରେ ହିଁ ଛୁ’ ମାରୁଛନ୍ତି।

ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଚୋରି
ନେଇଗଲେ ୪ ଲକ୍ଷ ଟଙ୍କାର ଗହଣା,୧ ଲକ୍ଷ ଟଙ୍କା

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍‌, ଘରୁ ଚୋରି ଆଦି ଘଟଣା ଘଟୁଛି। ଏ ନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି। ଗତ ୧୦ଦିନ ମଧ୍ୟରେ ଏହି ଅଞ୍ଚଳରେ ଘରେ ପଶି ଦୁଇଟି ଚୋରି ଘଟଣା ଘଟିଥିବା ବେଳେ ୪ ସ୍ଥାନରେ ଲୁଟପାଟ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିପାରିନାହିଁ। ଏଭଳିସ୍ଥଳେ ସୋମବାର ପୁଣି ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ ଏମ୍‌ଆଇଜି-୨ ପ୍ଲଟ୍‌ ନଂ-୧୭/୧ ଘରୁ ତାଲା ଭାଙ୍ଗି ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶିବା ପରେ ଆଲମାରି ତାଡ଼ି ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ। ଘର ମାଲିକ ଚେତନଜିତ୍‌ ମହାନ୍ତି ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନାନୁଯାୟୀ, ଚେତନଜିତ୍‌ ପରିବାର ସହ ଉକ୍ତ ଘରେ ଭଡ଼ାରେ ରୁହନ୍ତି। ସେ ଓ ତାଙ୍କ ସ୍ତ୍ରୀ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ସବୁଦିନ ପରି ଉଭୟ ସକାଳ ସାଢ଼େ ୯ଟାରେ ଘର ତାଲା ପକାଇ ବାହାରିଯାଇଥିଲେ। ଘରେ କେହି ନ ଥିବା ସମୟରେ ମଧ୍ୟାହ୍ନରେ ଦୁର୍ବୃତ୍ତମାନେ ଗେଟ୍‌ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଚେତନଜିତ୍‌ ଘରକୁ ଫେରିବା ପରେ ଘର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଭିତରକୁ ଯାଇ ଦେଖିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ।

ଲୁଟ ଓ ଡକାୟତି ମାମଲାରେ ଯେଉଁମାନେ ଜାମିନ ପାଇ ଜେଲରୁ ମୁକୁଳୁଛନ୍ତି, ସେମାନଙ୍କ ଉପରେ ପୋଲିସ ନଜର ରଖୁନି। ସେମାନେ ଜେଲ୍‌ରୁ ଆସିବା ପରେ ପୁଣି ଗ୍ୟାଙ୍ଗ୍‌ ସଜାଡି ସକ୍ରିୟ ହୋଇଉଠୁଛନ୍ତି। ବସ୍ତି ଅଞ୍ଚଳରେ ଘର ଭଡା ନେଇ ଗ୍ୟାଙ୍ଗ ପରିଚାଳନା କରୁଛନ୍ତି। ବେଆଇନ ବନ୍ଧୁକ କିଣି ଡକାୟତି ଓ ଲୁଟ୍‌ପାଟକରୁଛନ୍ତି। ନିକଟରେ ରାଜଧାନୀରେ ହୋଇଥିବା ଏକାଧିକ କାର୍‌ ଲୁଟ ଓ ଡକାୟତି ଘଟଣାରେ ଜେଲ ଫେରନ୍ତା ଅପରାଧିଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଜେଲ୍‌ ଫେରନ୍ତାଙ୍କ ଉପରେ ନଜର ରଖିଲେ ସହରରେ ଅପରାଧ ଅଧା କମିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri