ବାହାନଗା, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଅଞ୍ଚଳରେ ଚୋରା ଦେଶୀମଦ କାରବାର ବଢିଚାଲିଛି। ଚିତ୍ତାପଦା ଛକରେ ଏକ ପରିତ୍ୟକ୍ତ ଘରୁ ସୋର ଅବକାରୀ ବିଭାଗ ଅଧିକାରୀ ଚଢାଉ କରି ୧ହଜାର ୮ଶହ ଲିଟର ଚୋରା ଦେଶୀମଦ ଜବତ କରିଛି ା
ଲକ୍ଡାଉନ୍ ସମୟରେ ମଦ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଚୋରାରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଶନିବାର ରାତିରେ ସୋର ଅବକାରୀ ବିଭାଗ ଅଧିକାରୀ କୁଳମଣି ସାହୁ ସଦଳବଳେ ଚଢାଉ କରି ପରିତ୍ୟକ୍ତ ଘର ଭିତରୁ ୧ହଜାର ୮ଶହ ଳିଟର ଦେଶୀ ମଦ ଜବତ କରିଛନ୍ତି। ଏନେଇ ସୋର ଅବକାରୀ ବିଭାଗ ଥାନାରେ ଏକ ମାମଲା (ନଂ.୬/୨୦୨୦) ରୁଜୁ କରାଯାଇଛି ା ପରିତ୍ୟକ୍ତ ଘର କାହାର ଏ ପର୍ଯ୍ୟନ୍ତ ଜଣାପଡିନାହିଁ ା ଚଢାଉ ବେଳେ କାହାକୁ ଗିରଫ କରାଯାଇପାରିନାହିଁ।