ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣ, ଦୁର୍ବବ୍ୟବହାର ପ୍ରତିବାଦ: କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା, ପ୍ରତିବାଦ ସଭା

ଭବାନୀପାଟଣା,୨୩।୭(ଡି.ଏନ.ଏ.): ଖବରଦାତାଙ୍କ ଉପରେ ହେଉଥିବା ଆକ୍ରମଣ, ଦୁର୍ବବ୍ୟବହାର ପ୍ରତିବାଦରେ ମଙ୍ଗଳବାର କଳାହାଣ୍ଡି ଜିଲା କାର୍ଯ୍ୟରତ ଖବରଦାତାଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି ଅବସରରେ ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥିତ ଖବରଦାତାମାନେ ରାଜ୍ୟରେ କାର୍ଯ୍ୟରତ ଖବରଦାତାମାନଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର ଓ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଏଥିସହିତ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ଆଗାମୀ ଦିନରେ ସେଭଳି ଘଟଣାର ପୁନରାବୃତ୍ତି ଯେପରି ନ ହେବ ସେଥି ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏହା ନ ହେଲେ ଆଗାମୀ ଦିନରେ ଖବରଦାତାମାନେ ବାଧ୍ୟହୋଇ ନିଜର ସୁରକ୍ଷା ପାଇଁ ଆନ୍ଦୋଳାମତ୍କପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସ୍ଥାନୀୟ ଗାନ୍ଧୀଛକଠାରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ବରିଷ୍ଠ ଖବରଦାତା ଉମାଶଙ୍କର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri