ଖଲିପତ୍ର ଦେଲା ନୂଆ ଆଶାଭରସା

କେନ୍ଦୁଝର, ୧୭ା୩(ଡି.ଏନ.ଏ.)-ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଲାଗି ସରକାରୀ କଟକଣା ପରେ ଶାଳପତ୍ରରୁ ପ୍ରସ୍ତୁତ ହେଉଥିବା ଖଲି ଚଉତିର ବ୍ୟବହାର ବଢ଼ିଛି। ବିଭିନ୍ନ ସରକାରୀ ବୈଠକ ଓ କର୍ମଶାଳାରେ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଏବେ ଚଉତି ବ୍ୟବହାର କରାଯାଉଛି। ପୂର୍ବରୁ ପାରମ୍ପାରିକ ଭାବେ ଖଲି ଚଉତି ପ୍ରସ୍ତୁତି କରୁଥିବା କେନ୍ଦୁଝର ଜିଲା ଦେଓବନ୍ଧ ରେଞ୍ଜ ଅନ୍ତର୍ଗତ ସାନଜୀଉଳି ଗ୍ରାମର ମହିଳାମାନେ ସଂଗଠିତ ହୋଇ ମେଶିନ ସହାୟତାରେ ଖଲି ଚଉତି ତିଆରି ଲାଗି ଆରମ୍ଭ କରିଛନ୍ତି ଏକ ଉଦ୍ୟୋଗ ା ଗାଁରେ ପ୍ରତିଷ୍ଠା ହୋଇଛି ସାନଜୀଉଳି ତାରିଣୀ ମହିଳା ଫାର୍ମସ୍‌ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ନାମକ ଏହି ଖଲି କାରଖାନା। ୨୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୫୩ ମହିଳା ଏହି କାରଖାନାରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏକଦା ଅଲୋଡ଼ା ହୋଇପଡ଼ିଥିବା ଖଲି ଚଉତି ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ରୋଜଗାରରେ ମୁଖ୍ୟ ସହାୟକ ହୋଇପାରଛି।
ସାନଜୀଉଳି ଗାଁ ବ୍ୟତୀତ ବଡଜୀଉଳି, ପଟାବାରୀ, ଜାମୁପଶି ଓ ଏହାର ଆଖପାଖ ଗ୍ରାମର ମହିଳାମାନେ ମଧ୍ୟ ଜଙ୍ଗଲରୁ ଶାଳପତ୍ର ଆଣି ମେଶିିନରେ ଖଲି ଓ ଚଉତି ତିଆରି କରି ବିକ୍ରି କରୁଛନ୍ତି। ଜିଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ସହଯୋଗରେ ଆରମ୍ଭ ହୋଇଥିବା ଖଲି ଫ୍ରାକ୍ଟି ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି। ଏହାର ଉତ୍ପାଦନ ଦିନକୁ ଦିନ ବଢ଼ିବାରୁ ଏହା ଲୋକଙ୍କ ଚାହିଦା ମେଣ୍ଟାଇ ପାରୁଛି। ଜିଲାର ସାନଜୀଉଳି ଗ୍ରାମରେ ମହିଳାମାନେ ପ୍ରସ୍ତୁତ କରୁଥିବା ଖଲି ପତ୍ର ସାମଗ୍ରୀ କେବଳ ଓଡିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ବେଶ ଆଦୃତି ଲାଭ କରିଛି। ପ୍ଲାଷ୍ଟିକର ବିଳଳ୍ପ ଭାବେ ଏହାର ଚାହିଦା ବଢ଼ିଥିବାରୁ ଖଲିପତ୍ର ସଂଗ୍ରହକାରୀ ଓ ମହିଳା କାରିଗର ତଥା ଶ୍ରମଜୀବୀ ଉତ୍ସାହିତ ହୋଇ ଉଠିଛନ୍ତି। ଇତି ମଧ୍ୟରେ ଜିଲାପାଳ ଆଶିଷ ଠାକ୍‌ରେ ସାନଜୀଉଳିର ଖଲି ଚଉତି କାରଖାନାକୁ ପରିଦର୍ଶନରେ ଯାଇ ମହିଳାମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝି ଫେରିଛନ୍ତି। ମାସକୁ ସେଠାରେ ୫ହଜାର ଶାଳପତ୍ର ଖଲି ତିଆରି ହୋଇ ବିକ୍ରି ହେଉଥିବା ମିଶନ ଶକ୍ତି ବିଭାଗ ସୂତ୍ରରୁ ଜଣାପଡିଛି।
ସାନଜୀଉଳି ତାରିଣୀ ମହିଳା ଫାର୍ମର୍ସ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ସଭାପତି ତାରାମଣି ନାଏକ କହିଛନ୍ତି, ସ୍ଥାନୀୟ ଗ୍ରାମ ସମେତ ଆଖପାଖ ଗ୍ରାମର ମହିଳାମାନେ ମେଶିନ୍‌ ଦ୍ୱାରା ଖଲି ଓ ଚଉତି ତିଆରି କରୁଥିବାବେଳେ ବିଦ୍ୟୁତ ସରବରାହ ଘନଘନ ବାଧାପ୍ରାପ୍ତ ହେଉଥିବାରୁ ଏହା ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ସେହିପରି ଏଠାରେ ପାଣିର ସୁବିଧା ନ ଥିବାରୁ ଖଲି ସାମଗ୍ରୀ ପ୍ରସ୍ତୁତକାରୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଶନଶକ୍ତି ନୋଡାଲ ଅଫିସର, ଶିଶିର ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଉଦ୍ୟୋଗ କେନ୍ଦୁଝର ଜିଲାରେ ମହିଳାମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ଏହି ଉଦ୍ୟୋଗକୁ ଜିଲାପାଳ ପରିଦର୍ଶନରେ ଯାଇ ସେଠାରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମିଶନଶକ୍ତି ବିଭାଗ ପାଣି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛ। ବିଦ୍ୟୁତ ସମସ୍ୟା ସମାଧାନ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ

କଟକ, ୨୫।୧୨: ସ୍ତ୍ରୀକୁ ବୀଭତ୍ସ ହତ୍ୟା ପରେ ନିଜ ବେକ କାଟିଲା ସ୍ବାମୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଘଟିଛି କଟା ଜିଲା ଲାଲ୍‌ବାଗ...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଦାୟୀ ରାଜ୍ୟପାଳ, କହିଲେ ମହାପ୍ରଭୁଙ୍କ ଯୋଗୁ ମୁଁ ଓଡ଼ିଶାର ସେବା…

ପୁରୀ,୨୫ା୧୨: ରାଜ୍ୟପାଳ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ମହାପ୍ରଭୁଙ୍କ...

ଏମିତି ବି ଆସେ ମୃତ୍ୟୁ: ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି, ୨୫ା୧୨(ଅଶୋକ କୁମାର ମହାପାତ୍ର): ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ମାହାଙ୍ଗା...

ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର,୨୫ା୧୨(ନବୀନ ସାହୁ): ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ଘଟଣାରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲା ସାର୍ଥା ଫାଣ୍ତି...

ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା: ଦ୍ବିତୀୟ କିସ୍ତିରେ ଏମାନଙ୍କୁ ମିଳିବ…

ଭୁବନେଶ୍ୱର,୨୫।୧୨: ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା।...

ମନମୋହନଙ୍କୁ କଡ଼ା ଟାର୍ଗେଟ୍‌ କଲେ ପ୍ରସନ୍ନ ଆଚାର୍ଯ୍ୟ, କହିଲେ ଚିଟ୍‌ଫଣ୍ଡ୍‌ କଥା ବିଚାର କରୁକରୁ ସରକାରଙ୍କ…

ଭୁବନେଶ୍ୱର,୨୫ା୧୨: ଚିଟ୍‌ଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ଦେଇଥିବା ମନ୍ତବ୍ୟ ଉପରେ ମନମୋହନଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ପୂର୍ବ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri