ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ବ୍ରହ୍ମପୁର ଅଫିସ୍‌,୨୯ା୫-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି, ତାହା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଦେଖିଲେ ହଦୟଙ୍ଗମ ହେଉଛି । ଏହି ମହାବିଦ୍ୟାଳୟରେ ନା ଶିକ୍ଷକ ପଦବୀ ପୂରଣ ହୋଇପାରୁଛି ନା ଅଣ ଶିକ୍ଷକ। ଠେଲା ପେଲାରେ ଚାଲିଛି ମହାବିଦ୍ୟାଳୟ। ଗ୍ରୁପ୍‌-ସି ଏବଂ ଡି’ର ଅନେକ ପଦବୀ ଖାଲି ପଡ଼ିଥିବା ଯୋଗୁ ଦୈନନ୍ଦିନ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏନେଇ ବହୁଥର ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ପ୍ରକାର ସୁଫଳ ମିଳିପାରିନାହିଁ । ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି । ଅଧ୍ୟାପିକା ଅଧ୍ୟାପକମାନଙ୍କୁ ପିଇବା ପାଣି ଦେବା ପାଇଁ ମଧ୍ୟ କର୍ମଚାରୀ ନ ନାହାନ୍ତି ।
ମହାବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ୍‌-ସି ଏବଂ ଡି ବର୍ଗର ମୋଟ ୧୯୭ପଦବୀ ମଞ୍ଜୁର ହୋଇଛି। ସେଥିରୁ ୧୭ଟିକୁ ବିଭିନ୍ନ ସମୟରେ ଉଚ୍ଛେଦ କରାଯାଇଛି। ଆଉ ୮୨ପଦବୀରେ କର୍ମଚାରୀ ଥିବା ବେଳେ ୯୮ ପଦବୀ ଖାଲି ପଡ଼ିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କେହି କର୍ମଚାରୀ ନାହାନ୍ତି । ଗୋଟିଏ ଲେଖାଏ ଅଫିସ ସୁପରିଟେଣ୍ଡେଣ୍ଟ, ମୁଖ୍ୟ କିରାଣି, ଗ୍ରୁଜୁଏଟ୍‌ ଲାଇବ୍ରେରିୟାନ୍‌, ଜୁନିୟର୍‌ ଲାଇବ୍ରେରିଆନ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ, ପିଇଟି, କମ୍ପାଉଣ୍ଡିଂ ଆସିଷ୍ଟାଣ୍ଟ, ଜୁନିୟର୍‌ ମେକାନିକ୍‌, କୋଷାଗାର, ଲାଇବ୍ରେରୀ ଜଗୁଆଳି, ମାଟ୍ରନ୍‌, ବୁକ୍‌ ବାଇଣ୍ଡର୍‌ ପଦବୀ ରହିଛି । କିନ୍ତୁ ଏହି ସବୁ ପଦବୀ ସଂପୂର୍ଣ୍ଣ ଖାଲି ପଡ଼ିଛି। ୪ଟି ବରିଷ୍ଠ କିରାଣି ପଦବୀରୁ ୩ଟି ଖାଲି ପଡ଼ିଛି । ସେହିଭଳି କନିଷ୍ଠ କିରାଣି ୧୫ରୁ ୭ଟି ପଦବୀ ଖାଲି ପଡ଼ିଥିବା ବେଳେ, କମ୍ପୁଟର୍‌ ପ୍ରୋଗ୍ରାମର୍‌ ୨ଟିରୁ ଗୋଟିଏ, ଆସିଷ୍ଟାଣ୍ଟ ଲାଇବ୍ରେରୀ ୪ରୁ ୨, ଆର୍ଟିଷ୍ଟ କମ୍‌ ଫୋଟୋଗ୍ରାଫାର୍‌ ୩ରୁ ୩ଟି, ଆସିଷ୍ଟାଣ୍ଟ ସପ୍‌କିପର୍‌ ୭ରୁ ଗୋଟିଏ, ଲ୍ୟାବ୍‌ ଆଟେଣ୍ଡାଣ୍ଟ ୪୭ରୁ ୨୬, ଲାଇବ୍ରେରି ଆଟେଣ୍ଡାଣ୍ଟ ୮ରୁ ୪, ଜଗୁଆଳି ୮ରୁ ୨, ଗ୍ୟାସ୍‌ମ୍ୟାନ୍‌ ୩ରୁ ୩, ପିଅନ୍‌ ୨୮ରୁ ୫ ପଦବୀ ଖାଲି ପଡ଼ିଛି। ମାଳି ଏବଂ ଝାଡ଼ୁଦାର ୪ଟି ଲେଖାଏ ପଦବୀ ଥିବା ବେଳେ ଗୋଟିଏ ଲେଖାଏ ପଦବୀ ଖାଲି ପଡ଼ିଛି ।
ଗୋଟିଏ ପଟେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଯେନତେନ ପ୍ରକାରେ ଶିକ୍ଷାଦାନ କରାଯାଉଛି। ଅନ୍ୟପଟେ ଅଣ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି । ଅନେକ ସମୟରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ବହୁ ଅଣଶିକ୍ଷକ କାର୍ଯ୍ୟ କରୁଛନ୍ତି। ଦୈନନିନ୍ଦ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଲାଇବ୍ରେରୀରେ କର୍ମଚାରୀ ନ ଥିବା ଯୋଗୁ ଅନେକ ସମୟରେ ଛାତ୍ରୀଛାତ୍ରମାନେ ବହି ପାଇପାରୁ ନାହାନ୍ତି। ପ୍ରାଣୀ ବିଜ୍ଞାନ, ଶିକ୍ଷା, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ନୃତତ୍ତ୍ୱ ବିଜ୍ଞାନ ବିଭାଗରେ ଲ୍ୟାବ ଆଟେଣ୍ଡାଣ୍ଟ ଏବଂ ଡେମୋନ୍‌ଷ୍ଟ୍ରେଟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଛାତ୍ରୀଛାତ୍ରମାନେ ପ୍ରାକ୍ଟିକାଲ୍‌ କ୍ଲାସ୍‌ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ସମୟରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଅଧ୍ୟାପିକା ଅଧ୍ୟାପକମାନେ କାମଚଳା ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ନିୟମିତ ବ୍ୟବଧାନରେ ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀମାନେ ଅବସର ଗ୍ରହଣ କରୁଛନ୍ତି । କିନ୍ତୁ ସେହି ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ, ଖାଲି ପଡ଼ୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ମଧ୍ୟ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ତପତ୍ରତା ଦେଖାଉ ନାହାନ୍ତି । ସେଥିରେ ପୁଣି ଅନେକ ସମୟରେ କର୍ମଚାରୀଙ୍କୁ ବଦଳି କରିଦିଆଯାଉଛି । ଏଭଳି ସମସ୍ୟା ଆଉ କିଛି ମାସ ଜାରି ରହିଲେ, ଦିନ ଆସିବ ଝାଡ଼ୁ ମାରିବା, ଝାଡ଼ୁଦାର କିମ୍ବା କ୍ୟାମ୍ପସ୍‌ ଜଗିବା ପାଇଁ ମଧ୍ୟ ଜଗୁଆଳି ନ ଥିବେ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି, ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରାଯାଇଛି। ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri