ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା: ପ୍ରକାଶ ପାଉନି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ୍‌,୩୦ା୫-ପ୍ରତିଷ୍ଠା ପରଠାରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାଜ୍ୟ ସରକାରଙ୍କ ତରଫରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। କିନ୍ତୁ ଆନୁଷଙ୍ଗିକ କୌଣସି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ବିଶ୍ୱବିଦ୍ୟାଳୟ ପରିଚାଳନାରେ ଗୁରୁତର ବିଭ୍ରାଟ ଦେଖିବାକୁ ମିଳୁଛି। ଏପରିକି ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ମହାବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ହେଉଛି। ହେଲେ ଫଳ ବାହାରୁନି। ଫଳରେ ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିପାରୁ ନାହାନ୍ତି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି।
ବିଶ୍ୱବିଦ୍ୟାଳୟ ଅଧୀନରେ ୫ ମହାବିଦ୍ୟାଳୟ ରହିଛି। ସେଗୁଡ଼ିକ ହେଲା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଶଶୀଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ମହାବିଦ୍ୟାଳୟ। ୨୦୧୫ରେ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
କିନ୍ତୁ ୨୦୧୬ଠାରୁ ଏହି ସମସ୍ତ ମହାବିଦ୍ୟାଳୟ ଯୁକ୍ତ ୩, ଖାତା ମୂଲ୍ୟାୟାନ, ପରୀକ୍ଷା ଫଳ ପ୍ରକାଶ ଆଦି ଦାୟିତ୍ୱ ମହାବିଦ୍ୟାଳୟ ଉପରେ ରହିଛି। ସମସ୍ୟା ହେଲା, ମହାବିଦ୍ୟାଳୟଗୁଡ଼ିକ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରାଇ ଦେଉଛନ୍ତି। ହେଲେ ଫଳ ପ୍ରକାଶ ବେଳେ ସମସ୍ୟା ସୃଷ୍ଟି ହେଉଛି। ୨୦୧୬-୧୯ ଯୁକ୍ତ ୩ ବ୍ୟାଚ୍‌ରେ ଏହି ସମସ୍ୟା ଦେଖାଦେଇଛି। ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସେମିଷ୍ଟର୍‌ ପରୀକ୍ଷାର ଫଳାଫଳ ଏଯାଏ ପ୍ରକାଶ ପାଇନି।
କେବଳ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଛାଡ଼ିଦେଲେ, ଅନ୍ୟ ୪ ମହାବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ବର୍ତ୍ତମାନ ସ୍ନାତକୋତ୍ତରରେ ନାମ ଲେଖା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏପଟେ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଛାତ୍ରୀଛାତ୍ରୀଙ୍କୁ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଏବଂ ଅନ୍ୟାନ୍ୟ ମାର୍କଶିଟ୍‌ ମିଳିପାରୁ ନାହିଁ। ବୁଧବାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର କେତେ ଜଣ ଛାତ୍ରୀଛାତ୍ର ଏହି ସମସ୍ୟା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି କରିଥିଲେ। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପି.ଏନ୍‌. ପଣ୍ଡା କହିଛନ୍ତି, ଖାତା ମୂଲ୍ୟାୟନ ଶେଷ ହୋଇଯାଇଛି। ଶେଷ ପର୍ଯ୍ୟାୟ ଯାଞ୍ଚ ଚାଲିଛି। ଜୁନ୍‌ ୧୦ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri