ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ ସେପରି ବ୍ୟକ୍ତିମାନେ ମଦ୍ୟପାନ ଓ ନିଶାସେବନର ଆଶ୍ରୟ ନେଇଥାନ୍ତି ଏବଂ
ସେମାନଙ୍କର ଆମତ୍ହତ୍ୟା ପ୍ରବଣତା ପ୍ରକାଶ
ପାଏ।“

କିଶୋର କିଶୋରୀମାନେ ସାଧାରଣତଃ ଟିକେ ବେଶି ଖାଇଥାନ୍ତି। ବୟସ୍କ ହେଲାପରେ ମଧ୍ୟ କେତେକଙ୍କ କ୍ଷେତ୍ରରେ ସେ ଅଭ୍ୟାସ ଚାଲୁରହେ। ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର ସୂଚନା ଦିଏ। ଏହାଦ୍ୱାରା ବ୍ୟକ୍ତିଟି ନିଜକୁ ଲଜ୍ଜିତ ଓ ଦୋଷୀ ଅନୁଭବ କରିଥାଏ। ଫଳରେ ସେପରି ବ୍ୟକ୍ତିମାନେ ମଦ୍ୟପାନ ଓ ନିଶାସେବନର ଆଶ୍ରୟ ନେଇଥାନ୍ତି ଏବଂ ସେମାନଙ୍କର ଆମତ୍ହତ୍ୟା ପ୍ରବଣତା ପ୍ରକାଶ ପାଏ। ଖାଇବା ବିଶୃଙ୍ଖଳା ଯୋଗୁ ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ କରିବାର ଦକ୍ଷତା ନକାରାମତ୍କ ଭାବେ ପ୍ରଭାବିତ ହୋଇଥାଏ। ସାଧାରଣତଃ ଖାଇବା ବିଶୃଙ୍ଖଳା ମଧ୍ୟରେ ଆନୋରେକ୍ସିଆ ନର୍ଭୋସା(Anorexia nervosa), ବୁଲିମିଆ ନର୍ଭୋସା ଏବଂ ବିଙ୍ଗେ ଖାଇବା ବିଶୃଙ୍ଖଳା(binge eating disorder) ପ୍ରଧାନ। ନିଦାନ ବିଳମ୍ବିତ ହେବାର ଅନ୍ୟ କାରଣଟି ହେଲା ପରିବାର ସଦସ୍ୟ ଓ ଚିକିତ୍ସକମାନେ ବିଶୃଙ୍ଖଳାର ଲକ୍ଷଣକୁ ଅଣଦେଖା କରିବା। ଆନୋରେକ୍ସିଆ ନର୍ଭୋସାରେ ଆକ୍ରାନ୍ତ ବ୍ୟକ୍ତିମାନେ ଓଜନ ବଢ଼ିଯିବା କାରଣରୁ ଖାଇବା ପ୍ରତି ଅଧିକ ସଚେତନ ହୋଇଥାନ୍ତି। ସେମାନଙ୍କର ଓଜନ କମ୍‌ ଥିଲେ ମଧ୍ୟ ସେମାନେ ଖାଦ୍ୟ ନିୟନ୍ତ୍ରଣ କରିଥାନ୍ତି। ବୁଲିମିଆରେ ପୀଡ଼ିତ ବ୍ୟକ୍ତିମାନେ ଖାଇବା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ବିଙ୍ଗେ ଖାଇବା ବିଶୃଙ୍ଖଳା ଥିଲେ ବ୍ୟକ୍ତିମାନେ ଖୁସିରେ ମାତି ଅତ୍ୟଧିକ ଖାଆନ୍ତି ଏବଂ ଯାହା ଖାଇଥାନ୍ତି ତାକୁ ବାନ୍ତି କରନ୍ତି।
ନିମ୍ନଲିଖିତ ଲକ୍ଷଣ ମାନ ଦେଖାଗଲେ ପରିବାରର ସଦସ୍ୟମାନେ ଖାଇବା ବିଶୃଙ୍ଖଳା ଥାଇପାରେ ବୋଲି ସନ୍ଦେହ କରିବା ଉଚିତ। ବ୍ୟକ୍ତି ଜଣକ ଯଦି ମଝିରେ ମଝିରେ ଖାଇବା ବନ୍ଦ କରେ ଏବଂ ନ ଖାଇବା ପାଇଁ କ୍ଷମା ଚାହିଁଥାଏ। ଭୋଜନକୁ ନିରାମିଷ ଖାଦ୍ୟରେ ସୀମିତ ରଖେ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରେ। ପରିବାରର ଲୋକମାନେ ଯାହା ଖାଉଥାନ୍ତି ତାଙ୍କୁ ପସନ୍ଦ ଲାଗେନାହିଁ। ସାମାଜିକ କାର୍ଯ୍ୟକ୍ଷେତ୍ରଠାରୁ ଦୂରେଇ ରହେ। ନିଜ ରୂପକୁ ବାରମ୍ବାର ଦର୍ପଣରେ ଦେଖି ତ୍ରୁଟି ଜାଣିବାକୁ ଚେଷ୍ଟାକରେ। ଥରକୁ ଥର ବହୁ ପରିମାଣର ମିଠା ଦ୍ରବ୍ୟ ଓ ତୈଳଯୁକ୍ତ ଖାଦ୍ୟ ଖାଇବା ସହିତ ଓଜନ ହ୍ରାସ ପାଇଁ ଝାଡ଼ା କରାଇବା ଔଷଧ ଓ ଉଦ୍ଭିଦଜାତ ଔଷଧ ଖାଇଥାଏ। ବହୁ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରେ। ଖାଇବା ଭିତରେ ଝାଡ଼ାଯାଏ। ସାଧାରଣ ଖାଇବା ପରିମାଣଠାରୁ ଯଥେଷ୍ଟ ଅଧିକ ଖାଏ। ନିଜକୁ ଦୋଷୀ ଓ ଲଜ୍ଜିତ କଲାପରି ବିରକ୍ତିକର ମତାମତ ପ୍ରକାଶ କରେ। ବାରମ୍ବାର ବାନ୍ତି ହେବା ଫଳରେ ଦାନ୍ତର ଏନାମେଲ ନଷ୍ଟ ହୋଇଯାଏ।
ବିଶୃଙ୍ଖଳା ସହିତ ଡିପ୍ରେସନ ଓ ଉଦ୍‌ବେଗ ଓତପ୍ରୋତ ଭାବେ ଜଡ଼ିତ। ଏହାର ଚିକିତ୍ସା ପାଇଁ ମାନସିକ ରୋଗ ବିଶେଷଜ୍ଞ, ସେମାନଙ୍କର ଓଜନ କମ୍‌ ଥିଲେ ମଧ୍ୟ ସେମାନେ ଖାଦ୍ୟ ନିୟନ୍ତ୍ରଣ କରିଥାନ୍ତି। ବୁଲିମିଆରେ ପୀଡ଼ିତ ବ୍ୟକ୍ତିମାନେ ଖାଇବା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ। ବିଙ୍ଗେ ଖାଇବା ବିଶୃଙ୍ଖଳା ଥିଲେ ବ୍ୟକ୍ତିମାନେ ଖୁସିରେ ମାତି ଅତ୍ୟଧିକ ଖାଆନ୍ତି ଏବଂ ଯାହା ଖାଇଥାନ୍ତି ତାକୁ ବାନ୍ତି କରନ୍ତି।
ନିମ୍ନଲିଖିତ ଲକ୍ଷଣ ମାନ ଦେଖାଗଲେ ପରିବାରର ସଦସ୍ୟମାନେ ଖାଇବା ବିଶୃଙ୍ଖଳା ଥାଇପାରେ ବୋଲି ସନ୍ଦେହ କରିବା ଉଚିତ। ବ୍ୟକ୍ତି ଜଣକ ଯଦି ମଝିରେ ମଝିରେ ଖାଇବା ବନ୍ଦ କରେ ଏବଂ ନ ଖାଇବା ପାଇଁ କ୍ଷମା ଚାହିଁଥାଏ। ଭୋଜନକୁ ନିରାମିଷ ଖାଦ୍ୟରେ ସୀମିତ ରଖେ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଦୃଷ୍ଟି କେନ୍ଦ୍ରୀଭୂତ କରେ। ପରିବାରର ଲୋକମାନେ ଯାହା ଖାଉଥାନ୍ତି ତାଙ୍କୁ ପସନ୍ଦ ଲାଗେନାହିଁ। ସାମାଜିକ କାର୍ଯ୍ୟକ୍ଷେତ୍ରଠାରୁ ଦୂରେଇ ରହେ। ନିଜ ରୂପକୁ ବାରମ୍ବାର ଦର୍ପଣରେ ଦେଖି ତ୍ରୁଟି ଜାଣିବାକୁ ଚେଷ୍ଟାକରେ। ଥରକୁ ଥର ବହୁ ପରିମାଣର ମିଠା ଦ୍ରବ୍ୟ ଓ ତୈଳଯୁକ୍ତ ଖାଦ୍ୟ ଖାଇବା ସହିତ ଓଜନ ହ୍ରାସ ପାଇଁ ଝାଡ଼ା କରାଇବା ଔଷଧ ଓ ଉଦ୍ଭିଦଜାତ ଔଷଧ ଖାଇଥାଏ। ବହୁ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରେ। ଖାଇବା ଭିତରେ ଝାଡ଼ାଯାଏ। ସାଧାରଣ ଖାଇବା ପରିମାଣଠାରୁ ଯଥେଷ୍ଟ ଅଧିକ ଖାଏ। ନିଜକୁ ଦୋଷୀ ଓ ଲଜ୍ଜିତ କଲାପରି ବିରକ୍ତିକର ମତାମତ ପ୍ରକାଶ କରେ। ବାରମ୍ବାର ବାନ୍ତି ହେବା ଫଳରେ ଦାନ୍ତର ଏନାମେଲ ନଷ୍ଟ ହୋଇଯାଏ।
ବିଶୃଙ୍ଖଳା ସହିତ ଡିପ୍ରେସନ ଓ ଉଦ୍‌ବେଗ ଓତପ୍ରୋତ ଭାବେ ଜଡ଼ିତ। ଏହାର ଚିକିତ୍ସା ପାଇଁ ମାନସିକ ରୋଗ ବିଶେଷଜ୍ଞ, ଗ୍ୟାଷ୍ଟ୍ରୋଇଣ୍ଟେରୋଲୋଜିଷ୍ଟ (ଖାଦ୍ୟନଳୀ ସମ୍ପର୍କିତ ରୋଗ ବିଶେଷଜ୍ଞ) ଓ ପୁଷ୍ଟି ବିଜ୍ଞାନୀଙ୍କ ମିଳିତ ସୁପାରିସ ଆବଶ୍ୟକ। ଖାଇବା ବିଶୃଙ୍ଖଳାରୁ ମୁକ୍ତି ପାଇବା ପାଇଁ କୌଣସି ଔଷଧ ନାହିଁ କହିଲେ ଚଳେ। ତଥାପି କେତେକ ଔଷଧ ଖାଇବାର ଇଚ୍ଛାକୁ ଦମନ କରିପାରିବ। ଖାଇବା ବିଶୃଙ୍ଖଳା ଲକ୍ଷଣ ସମୂହ ସାଧାରଣତଃ ଶରୀରର ଓଜନ, ଗଠନ ଓ ଆକାରକୁ ନେଇ ବିକଶିତ ହୋଇଥାଏ। ଏହି ବିଶୃଙ୍ଖଳା ହୃତ୍‌ପିଣ୍ଡ, ପଚନତନ୍ତ୍ର, ଅସ୍ଥି, ଦାନ୍ତ ଓ ପାଟିର ପ୍ରଭୂତ କ୍ଷତି କରିବା ସହିତ ଅନ୍ୟ ରୋଗକୁ ଆମନ୍ତ୍ରଣ କରିଥାଏ।

ଡ. ମୁରାରି ମୋହନ ଦାଶ

-ଜି/ଏଲ୍‌-୧, ଭିଏସ୍‌ଏସ୍‌
ନଗର, ଭୁବନେଶ୍ୱର
ମୋ: ୯୪୩୭୧୧୦୭୧୫


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image