ବାମରା,୪।୪(ଡି.ଏନ.ଏ.)କରେନା ପାଇଁ ସମସ୍ତ ପଞ୍ଚାୟତରେ ଅସ୍ଥାୟୀ କେନ୍ଦ୍ର ଖୋଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଘରକୁ ଘର ପହଞ୍ଚାଇ ଦିଆଯାଉଛି। ଶନିବାର ସ୍ବେଚ୍ଛାସେବୀମାନେ ଏହି କ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ତେବେ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ କହିବାରୁ ବାମରା ତହସିଲଦାର, ଗୋବିନ୍ଦପୁର ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଖାଦ୍ୟର ମାନ ନିରୀକ୍ଷଣ ପାଇଁ ଖାଇବା ଉଦ୍ଦେଶ୍ୟରେ ଦୁଇଟି ଲେଖାଇ ପ୍ୟାକେଟ କାର୍ଯ୍ୟାଳୟ ଗୁଡ଼ିକରେ ପହଞ୍ଚା ଯାଇଥିଲା। ଥାନା ଧିକାରୀ ଓ ତହସିଲଦାର ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ । ବିଡ଼ିଓ ଗୋବିନ୍ଦ ଡ଼ନସେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ୟାକେଟ ଦେବାରୁ ସେ ରାଗି ଯାଇଥିଲେ। ମୁଁ କଣ ଗରିବ ଲୋକ ଯେ ମୋ ପାଇଁ ଖାନା ଆଣି ଦେଇଛ ବୋଲି କହି ଖାଦ୍ୟ ଦେବାକୁ ଯାଇଥିବା ୨ ଜଣ ସ୍ବେଚ୍ଛାସେବୀ ଯୁବକ ଦିନେସ ରକ୍ସା ଓ ଚଙ୍କି ଉପାଧ୍ୟାୟଙ୍କୁ ଧମକାଇବା ସହ ତାଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ତାଙ୍କ ଆଦେଶ ମୁତାବକ ଗୋବିନ୍ଦପୁର ପୋଲିସ ଉଭୟ ଯୁବକକୁ ଥାନାକୁ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡି ଦେଇଥିଲା। ଏ ନେଇ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସ୍ବେଚ୍ଛାସେବୀଙ୍କୁ ଦୁର୍ବ୍ୟବହାର କରିବା କଥାକୁ ବିଡ଼ିଓ ଖଣ୍ଡନ କରିଥିବା ସହିତ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ସେହି ଖାଦ୍ୟ ଦେବା ପାଇଁ କହିଥିଲେ, ମାତ୍ର ସେମାନେ ସେହି ଖାଦ୍ୟ ଖାଇବା ପାଇଁ ତାଙ୍କୁ ବାଧ୍ୟ କରିବାରୁ ସେ ପୋଲିସର ସହାୟତା ନେଇଥିଲେ ବୋଲି ସଫେ ଦେଇଛନ୍ତି।
Posted inଆମ ଜିଲା ଖବର, ଦେବଗଡ଼ View All

ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ
ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ...
୧୭ ଚୋରି ବାଇକ୍ ଜବତ, ୩ ଗିରଫ
ନୂଆପଡ଼ା,୩୦ା୩ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଚୋରି ବାଇକ୍ ଜବତ କରି ୩ ଜଣକୁ...

୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍ଶେଦପୁର ଅଞ୍ଚଳରେ ଚହଳ...

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର
ବରଗଡ, ୩୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ସକାଳୁ ଆରମ୍ଭ ହୋଇଛି। ଜବରଦଖଲରେ ରହିଥିବା...

୫ ବର୍ଷରେ ୩୫୧୬ ଅପମୃତ୍ୟୁ
ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା...

ସୀମା ନିର୍ଦ୍ଧାରଣକୁ ନେଇ ପଥର୍ଲା ଗ୍ରାମ ଓ ପଲକା ପଡା ବାସୀଙ୍କ ଅସନ୍ତୋଷ ,ଜିଲାପାଳଙ୍କୁ ଅଭିଯୋଗ
କେସିଙ୍ଗା,୨୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ହେଉଛି ଏକ ପୁରାତନ ଆଦିବାସୀ ଅଧୁଷ୍ଠିତ ଗ୍ରାମ। ପଥର୍ଲା, ପଲକା ପଡା ଓ...

ସୁକ୍ମା ଏନ୍କାଉଣ୍ଟର: ୧୮ ମାଓବାଦୀ ନିହତ
ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର...

ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ
ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...