ଖାଦ୍ୟ ରୁଚି: ପୁରି

ଏମିତିରେ ଅଟା କିମ୍ବା ମଇଦାରେ ପ୍ରସ୍ତୁତ ପୁରି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଚାହିଁଲେ ଏଥିରେ କିଛି ନୂଆ ଟେଷ୍ଟ ଆଡ୍‌ କରି ପାରିବେ । ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ପୁରି ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ…

ବିଟ୍‌ ପୁରି
ଏହି ପୁରି ଦେଖିବାକୁ ଯେତିକି କଲରଫୁଲ ଖାଇବାକୁ ସେତିକି ମଜାଦାର। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ବିଟ୍‌କୁ ଚକଟି ଭଲ ଭାବେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଆବଶ୍ୟକ ମାତ୍ରାରେ ଅଟା ନେଇ ସେଥିରେ ଏହି ପେଷ୍ଟ, ଜୁଆଣି, ଲୁଣ, ଅଳ୍ପ ତେଲ ଏବଂ ପାଣି ପକାଇ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ବେଲି ତେଲରେ ଛାଣି ଦିଅନ୍ତୁ। ଆଳୁ ତରକାରି ସାଙ୍ଗେ ଏହାକୁ ଖାଇବାର ମଜା ନିଅନ୍ତୁ।
ପାଲକ ପୁରି
ପାଳଙ୍ଗ ଶାଗକୁ ସିଝାଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଅଟାରେ ମିଶାନ୍ତୁ। ଅଳ୍ପ ରାଶି, କଞ୍ଚା ଲଙ୍କା, ଜୁଆଣି, ଲୁଣ ଏବଂ ଆବଶ୍ୟକ ପାଣି ଦେଇ ଚକଟି କିଛି ସମୟ ଛାଡି ଦିଅନ୍ତୁ। ବର୍ତ୍ତମାନ ଏକ କଡେଇରେ ତେଲ ଗରମ କରନ୍ତୁ। ରଖା ଯାଇଥିବା ଚକଟା ଅଟାକୁ ଛୋଟ ଛୋଟ ଗୋଲ କରି ବେଲି ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ପାଲକ ପୁରି।
ମଟର ପୁରି
ପ୍ରଥମେ ଏକ କଡେଇରେ ତେଲ ଗରମ କରି ସେଥିରେ ଜିରା, ମଟର, ଲୁଣ ପକାଇ ଭାଜନ୍ତୁ। ଅଳ୍ପ ସମୟ ପରେ ସେଥିରେ କଟା ଅଦା, କଞ୍ଚା ଲଙ୍କା, ଆମଚୁର ପାଉଡର ପକାଇ ଭାଜନ୍ତୁ। ଏହା ଥଣ୍ଡା ହେବା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଅଟା, ପାଣି ଏବଂ ଅଳ୍ପ ଲୁଣ ନେଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଲ କରି ବେଲନ୍ତୁ ଏବଂ ଏହା ଭିତରେ ରଖାଯାଇଥିବା ମଟରକୁ ପୂର ଆକାରରେ ଦେଇ ପୁନର୍ବାର ବେଲନ୍ତୁ। ତେଲରେ ଛାଣି ଗରମ ଗରମ ଏହି ସ୍ବାଦିଷ୍ଟ ପୁରିର ଆନନ୍ଦ ନିଅନ୍ତୁ। ଆଚାର ସହ ଏହାର କମ୍ବିନେଶର ଖୁବ୍‌ ଟେଷ୍ଟି।
କଟ୍ଟୁ ପୁରି
ଅଟାରେ ସିଝା ଆଳୁ, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ଧନିଆ ପତ୍ର, ଆବଶ୍ୟକ ମାତ୍ରାରେ ସୈନ୍ଧବ ଲବଣ, ଲାଲ ଲଙ୍କା ପାଉଡର, ପାଣି ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ବେଲି ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି କଟ୍ଟୁ ପୁରି। ଏହାକୁ ରାଇତା କିମ୍ବା ଦହି ସହ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ସକାଳେ ପିଇବେ ଲେମ୍ବୁ ପାଣି

ଆମର ଅନିୟମିତ ଜୀବନ ଶୈଳୀ ଏବେ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି। ଅସମୟରେ ଅନେକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ହେଲେ...

ସୁନା ହଜିବା କାହିଁକି ଅଶୁଭ? ଦେଖାଯାଏ ଖରାପ ସଙ୍କେତ

ହିନ୍ଦୁ ଧର୍ମରେ ସୁନାକୁ ସବୁଠାରୁ ପବିତ୍ର ଧାତୁ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ...

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ…

ଶିଡ଼ି ଚଢ଼ିଲେ କାହିଁକି ଖୁବ୍‌ଶୀଘ୍ର କମିଥାଏ ଓଜନ, ଜାଣନ୍ତୁ ଏହାର ଅସଲ କାରଣ… ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ...

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image