ଭୁବନେଶ୍ୱର,୨୮।୧(ବ୍ୟୁରୋ): ଖୁବ୍ଶୀଘ୍ର କଟକସ୍ଥ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ୨ୟ କ୍ୟାମ୍ପସ୍ ନିର୍ମାଣ କରାଯିବ। ଏନେଇ ମଙ୍ଗଳବାର ଗଭର୍ନିଂ ବଡି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍ପିଟାଲକୁ ୪୨୫ ବେଡ୍ ବିଶିଷ୍ଟ କରାଯିବ। ନୂଆ ଆଇସିୟୁ ହେବ। ଏଥିସହ ଡାକ୍ତର ଅଭାବ ପୂରଣ ନେଇ ପଦକ୍ଷେପ ନିଆଯିବ ଏବଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।