ଥିରୁଭାନନ୍ତପୁରମ,୧୭।୪: କେରଳରେ କରୋନା ସଂକ୍ରମଣ ପ୍ରଥମେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏବେ ସେଠାରୁ ଆସିଛି ଖୁସି ଖବର। ଶୁକ୍ରବାର ସେଠାରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ରୋଗୀ ସୁସ୍ଥ ହୋଇଥିବା କହିଛି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ସୂଚନାଯୋଗ୍ୟ, ଏବେ କରେଳରେ ୧୩୮ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୨୫୫ ଜଣ ସୁସ୍ଥ ହୋଇ ସାରିଲାଣି। ସେପଟେ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ହାର କମିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯଗ୍ମ ସଚିବ ଲଭ ଅଗ୍ରଓ୍ବାଲ।