Posted inଖେଳ

ଖେଲ ରହାହେ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୨-
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇୱାଇଜି) ୩ ସଂସ୍କରଣର ସଫଳତା ପରେ ଭାରତ ସରକାର ପ୍ରଥମଥର ପାଇଁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି) ଆୟୋଜନ କରିବାକୁ ଯାଉଛନ୍ତି। ଏହି ପ୍ରତିଯୋଗିତା ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେବ। ଇଣ୍ଡିଆନ୍‌ ଅଏଲ୍‌ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରଥମ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି। ଗେଲ୍‌ ଓ ଓଏନ୍‌ଜିସି ମଧ୍ୟ ଏହି ପ୍ରତିଯୋଗିତାକୁ ସମର୍ଥନ କରୁଛନ୍ତି। ସେହିପରି ଭାରତର ପ୍ରମୁଖ କ୍ରୀଡ଼ା ପ୍ରସାରଣକାରୀ ଷ୍ଟାର ସ୍ପୋଟର୍‌ସ ଖେଲୋ ଇଣ୍ଡିଆ ସହ ସହଭାଗିତା ଜାରି ରଖିବା ସହ ଆସନ୍ତା ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରସାରଣ କରିବ। ସୋମବାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଙ୍ଗୀତ (ଖେଲ ରହାହେ ଇଣ୍ଡିଆ, ଆଗେ ବଢ଼ ରହାହେ ଇଣ୍ଡିଆ) ଉନ୍ମୋଚିତ ହୋଇଛି। ଏହାକୁ ପ୍ରଖ୍ୟାତ ଗାୟକ ତଥା ଭାଷ୍ୟକାର ପଦମ୍‌ଜୀତ୍‌ ସେରାୱତ ରଚନା କରିଛନ୍ତି। ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି, ଗାୟକ, କମ୍ପୋଜର ଓ କ୍ରୀଡା ଭାଷ୍ୟକାର ଅଟନ୍ତି। କମଲ୍‌ ଯୋଶୀ ଓ ପଦମ୍‌ଜୀତ୍‌ ମିଳିତ ଭାବେ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି।
”ପ୍ରଥମ ଥର ପାଇଁ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ଏଭଳି ଏକ ପେସାଦାର ପ୍ରତିଯୋଗିତାର ଆୟୋଜନ ହେବାକୁ ଯାଉଛି। ମୁଁ କେଆଇୟୁଜି ପାଇଁ ମୁଖ୍ୟ ପ୍ରାୟୋଜକ ହୋଇଥିବା ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନକୁ ଧନ୍ୟବାଦ ଜଣାଉଛି“ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ପ୍ରକାଶ କରିଛନ୍ତି। ସେହିପରି ଆଇଓସିଏଲ୍‌ର କର୍ପୋରେଟ୍‌ କମ୍ୟୁନିକେଶନ୍ସ ବ୍ରାଣ୍ଡିଂ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବୋଧ ଡାଖୱାଲେ କହିଛନ୍ତି ଯେ, ”ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଥିବା କେଆଇୟୁଜି ସହ ସହଭାଗିତାର ସୁଯୋଗ ଦେଇଥିବାରୁ ମୁଁ କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ଧନ୍ୟବାଦ ଜଣାଉଛି। ମୋ ମତରେ ମୌଳିକ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଏହି ଖେଳାଳିମାନେ ଭବିଷ୍ୟତରେ ଭାରତର ପ୍ରତିନିଧିତ୍ୱ କରିପାରିବେ“।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆରମ୍ଭ କରିଥିବାରୁ ଏହି ଅବସରରେ କ୍ରୀଡା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପ୍ରତିଷ୍ଠିତ ଶୁଟର୍‌ ମନୁ ଭାକର ଧନ୍ୟବାଦ ଜଣାଇଛନ୍ତି। ଏହା ଭାରତର ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବାର ଏକ ବଡ ମଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟାର୍‌ ସ୍ପୋଟର୍‌ସର ସିଇଓ ଗୌତମ ଠାକର୍‌ କହିଛନ୍ତି ଯେ, ‘ଷ୍ଟାର ସ୍ପୋଟର୍‌ସ ଭାରତ ସରକାରଙ୍କ ଫିଟ୍‌ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଅଭିଯାନକୁ ସମର୍ଥନକରି ଗର୍ବ ଅନୁଭବ କରୁଛି। ଖେଲୋ ଇଣ୍ଡିଆ ଅଭିଯାନକୁ ଉଚ୍ଚ ସ୍ତରକୁ ବଢାଇ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଏଭଳି ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିବା ନେଇ ସରକାରଙ୍କ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ। କ୍ରୀଡ଼ା ସଙ୍ଗୀତ ଉନ୍ମୋଚନ ଉତ୍ସବରେ ଶୁଟର ଭାକର, ଅନିଷ ଭାନ୍‌ୱାଲା, ସନ୍ଦୀପ ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୦ରେ ୧୭ଟି ବିଭାଗ ଆର୍ଚେରୀ, ଆଥ୍‌ଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ବାସ୍କେଟ୍‌ବଲ, ବକ୍ସିଂ, ଫେନ୍ସିଂ, ଫୁଟ୍‌ବଲ, ହକି, ଜୁଡୋ, କବାଡି, ରଗ୍‌ବି, ସୁଇମିଂ, ଟେବୁଲ ଟେନିସ୍‌, ଟେନିସ୍‌, ଭଲିବଲ, ଭାରୋତ୍ତୋଳନ ଓ କୁସ୍ତି ଆଦି ଇଭେଣ୍ଟ ଆୟୋଜନ ହେବ। ଏହି ପ୍ରତିଯୋଗିତା ୯ ଦିନ ପାଇଁ ଚାଲିବ ଏବଂ ଏଥିରେ ୧୫୯ଟି ବିଶ୍ୱବିଦ୍ୟାଳୟର ୩୩୯୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହା ଷ୍ଟାର ସ୍ପୋଟର୍‌ସ ଫାଷ୍ଟ, ଷ୍ଟାର୍‌ ସ୍ପୋଟର୍‌ସ ୧, ଷ୍ଟାର ସ୍ପୋଟର୍‌ସ ୧ ହିନ୍ଦୀ ଓ ଡିଡି ସ୍ପୋଟର୍‌ସରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫି ପରେ ଆସିଲା ଚମକାଇବା ଭଳି ଖବର, ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ନିକଟରେ କେତେଜଣ ଭାରତୀୟ କ୍ରିକେଟରଙ୍କ ଜୀବନରେ ଝଡ଼ ଦେଖାଦେଇଥିଲା, ଯେତେବେଳେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ ସ୍ପିନର...

BCCI Central Contract 2025: ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମାରୁ ବାହାରିପାରନ୍ତି ଏସବୁ ଖେଳାଳି

ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖୁବ୍‌ଶୀଘ୍ର ଆଗାମୀ ବାର୍ଷିକ ବର୍ଷ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିବାକୁ ଯାଉଛି। ଚାମ୍ପିୟନ୍ସ ଟ୍ରଫିରେ...

ଇନ୍‌ଷ୍ଟାଗ୍ରାମ୍‌ରେ ୟୁଜଭେନ୍ଦ୍ର ଚହଲଙ୍କ ସହ ଫଟୋ ପୁନଃସ୍ଥାପିତ କଲେ ଧନଶ୍ରୀ ବର୍ମା

ନୂଆଦିଲ୍ଲୀ, ୧୧।୩: କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଧନଶ୍ରୀ ବର୍ମା ସୋମବାର ଦିନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ବିଚ୍ଛିନ୍ନ ସ୍ୱାମୀ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ...

ଟ୍ରଫି ପ୍ରଦାନବେଳେ କାହିଁକି ଉପସ୍ଥିତ ନ ଥିଲେ ପାକିସ୍ତାନ ଅଧିକାରୀ: ICC ପକ୍ଷରୁ ସଫେଇ

ନୂଆଦିଲ୍ଲୀ,୧୧।୩: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ୧୨ ବର୍ଷ ପରେ...

IPL 2025 : ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ବାହାରେ ରହିବେ ରାହୁଲ! କାରଣ ଜାଣିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ,୧୧।୩: ଭାରତୀୟ ଷ୍ଟାର ଉଇକେଟ୍‌କିପର-ବ୍ୟାଟସମ୍ୟାନ କେ.ଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ। ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ...

IPL 2025 ପାଇଁ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରିଲେ ଏହିସବୁ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୩: ୧୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ତାର ଦଳ ଘୋଷଣା କରିଛି। ଦଳର କମାଣ୍ଡ...

ମହିଳାମାନଙ୍କୁ ଦୋଷ ଦେବା ଏକ ଫ୍ୟାଶନ ହୋଇଗଲାଣି: ଅନ୍ୟ ଯୁବତୀଙ୍କ ସହ ସ୍ବାମୀଙ୍କ ଫଟୋ ଭାଇରାଲ ପରେ ରାଗିଲେ ଧନଶ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜଭେନ୍ଦ୍ର ଚହଲ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ...

Video: ମୁମ୍ବାଇ ବିମାନବନ୍ଦରରେ ରୋହିତ ଶର୍ମାଙ୍କୁ ଅଦ୍ଭୂତପୂର୍ବ ସ୍ୱାଗତ, ଭିଡ଼ରୁ ବାହାର କଲେ ପୋଲିସ

ମୁମ୍ବାଇ,୧୧।୩: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେତେବେଳେ ରୋହିତ ଶର୍ମା ପରିବାର ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri