Posted inଖେଳ

ଖେଳରତ୍ନ ଚାନୁଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଦେଶର ସର୍ବୋଚ୍ଚ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇ ସାରିଥିଲେ ହେଁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ)ପକ୍ଷରୁ ତାରକା ଭାରୋତ୍ତୋଳିକା ମିରାବାଇ ଚାନୁଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଚାନୁ ୨୦୧୮ରେ ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲିଙ୍କ ସହ ଖେଳରତ୍ନ ପୁରସ୍କାର ପାଇଥିଲେ। ସେହିବର୍ଷ ସେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ୨୦୧୭ରେ ଆମେରିକାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ସଫଳତା ଯୋଗୁ ୨୦୧୮ରେ ତାଙ୍କୁ ଡବଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ”ଖେଳରତ୍ନ ସର୍ବୋଚ୍ଚ ପୁରସ୍କାର ହୋଇଥିଲେ ହେଁ ମୁଁ ଅର୍ଜୁନ ପୁରସ୍କାର ମିସ୍‌ କରିଛି। ମୁଁ ଏହି ପୁରସ୍କାର ମଧ୍ୟ ହାସଲ କରିବାକୁ ଚାହେଁ“ ବୋଲି ଚାନୁ ପ୍ରକାଶ କରିଛନ୍ତି। ଖେଳରତ୍ନ ପୁରସ୍କାର ପାଇ ସାରିଥିଲେ ହେଁ ଜଣଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯିବାରେ କିଛି ଅସୁବିଧା ନାହିଁ ବୋଲି ଆଇଡବ୍ଲ୍ୟୁଏଲଏଫ ମହାସଚିବ ସହଦେବ ଯାଦବ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୩ କୋଟିରେ ପନ୍ତଙ୍କୁ କିଣିଲା ପଞ୍ଜାବ, ମେଗା ଅକ୍ସନ ପୂର୍ବରୁ…

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ୍‌ ମେଗା ଅକ୍ସନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏହାପରେ ଅନେକ ଖେଳାଳିଙ୍କ ଭାଗ୍ୟର ଫଳାଫଳ ଆସିବ। ନଭେମ୍ବର ୨୪ରୁ ଆରମ୍ଭ...

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ...

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ...

ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ଅଷ୍ଟ୍ରେଲିଆ ମାଟିରେ ବଡ଼ ରେକର୍ଡ କଲେ ଜସପ୍ରୀତ ବୁମ୍‌ରା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ବୁମ୍‌ରାଙ୍କ ବୋଲିଂ ଆଗରେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍‌ରେ ଅଲଆଉଟ୍‌

ପର୍ଥ,୨୩।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ମାଟି କାମୁଡିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ...

ମାର୍ଚ୍ଚ ୧୪ରୁ ମେ’ ୨୫

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଦିନ ଧାର୍ଯ୍ୟ କରିଛି। ଏହି...

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri