ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦିଲ୍ଲୀ-ନଏଡା ସୀମାକୁ ଗୋଟିଏ ସପ୍ତାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୋମବାର ଏହି ସୀମାକୁ ଖୋଲି ଦିଆଯାଇଛି। ଏହାଦ୍ୱାରା ଦିଲ୍ଲୀ ନଏଡା ମଧ୍ୟରେ ସିଧାସଳଖ ଯାତ୍ରା ଆରମ୍ଭ ହୋଇଥିବାରୁ ସୋମବାର ସକାଳେ ରାସ୍ତାରେ ପ୍ରବଳ ଭିଡ ଦେଖାଯାଇଥିଲା। ଇତିମଧ୍ୟରେ କେତେଜଣ ଲୋକ ଅଭିଯୋଗ ଆଣିଥିଲେ କି ବିନା ପାସ୍ରେ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯାଉନାହିଁ। ଆଉ କେତେଜଣ କହିଛନ୍ତି ବିନା କାରଣରେ ସେମାନଙ୍କୁ ସୀମାରେ ଅଟକାଇ ଦିଆଯାଇଛି।