ଖୋଲୁନି ଓ୍ବାଚ୍‌ ଟାଓ୍ବାର, ପର୍ଯ୍ୟଟକ ନିରାଶ

କେନ୍ଦୁଝର, ୨୯ା୧ (ସ୍ବ.ପ୍ର.)-ପାଖାପାଖି ୧କୋଟି ଟଙ୍କାରେ ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହୋଇଛି। ତେବେ ଏହାର ଉଦ୍‌ଘାଟନ ମକରର ଦୁଇଦିନ ପୂର୍ବରୁ କରାଯାଇଥିଲେ ହେଁ ଦୁଇ ତିନିଦିନ ପରେ ଟାଓ୍ବାରରେ ତାଲା ପଡିଲା। ଫଳରେ ଏହାକୁ ଦେଖିବାକୁ ଯାଉଥିବା ପର୍ଯ୍ୟଟକ ଓ୍ବାଚ୍‌ ଟାଓ୍ବାର ଉପରକୁ ଯାଇ ନ ପାରି ନିରାଶ ହୋଇ ଫେରୁଛନ୍ତି। ଏହାର ଉଦ୍‌ଘାଟନ ହେବା ପରେ ପ୍ରଚାର ପ୍ରସାର ହୋଇଥିଲା। ଏଣୁ ଏହି ଓ୍ବାଚ୍‌ ଟାଓ୍ବାର ଦେଖିବା ସହ ଏହା ଉପରୁ ଭୀମକୁଣ୍ଡର ଚାରିପାର୍ଶ୍ୱର ମନୋରମ ଦୃଶ୍ୟକୁ ଉପଭୋଗ କରିବା ଏବଂ ଏକ ନିଆରା ଅନିୁଭୂତି ସଂଗ୍ରହ କରିବା ପାଇଁ ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ପହଞ୍ଚୁଥିଲେ ହେଁ ଏଥିରେ ତାଲା ପଡିଥିବାରୁ ଉପରକୁ ଯାଇ ନ ପାରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ପୂର୍ବରୁ ଏହି କେନ୍ଦ୍ରକୁ ଆସି ଲୋକମାନେ ଭୋଜିଭାତ କରୁଥିଲେ ଏବଂ ମନୋରମ ଜଳପ୍ରପାତ ଓ ସୁଗମ ପାହାଡ଼ ମଧ୍ୟରେ ବୈତରଣୀର ଅଙ୍କାବଙ୍କା ଜଳଧାରାର ପ୍ରବାହ ଓ ଚାରିପାଖରେ ଥିବା ପ୍ରାକୃତିକ ସବୁଜିମା ଦେଖି ଖୁସିରେ ବିନା ଫି’ରେ ଫେରୁଥିଲେ। ତେବେ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହେବା ପରେ ଏହି ସ୍ଥାନକୁ ପ୍ରବେଶ ଓ ଭୋଜିଭାତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଫି’ ଆଦାୟ ବ୍ୟବସ୍ଥା କରିଛନ୍ତି। ଏହି ଫି’ ଆଦାୟ ବ୍ୟବସ୍ଥାକୁ ସ୍ଥାନୀୟ ଭୀମକୁଣ୍ଡ ଯୁବକ ସଂଘ ୧ ଲକ୍ଷ ୧୫ ହଜାର ଟଙ୍କାରେ ପ୍ରଶାସନ ନିକଟରୁ ଟେଣ୍ଡରରେ ନେଇଛନ୍ତି। ତେବେ ଟାଓ୍ବାର୍‌ରେ ତାଲା ପଡିବା ଯୋଗୁ ପର୍ଯ୍ୟଟକ ମୁହଁ ଫେରାଉ ଥିବାରୁ ଯୁବକ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ା ଏନେଇ ଯୁବକ ସଂଘର ସଭାପତି ଦ୍ୱାରିକା ମୋଦି କହିଛନ୍ତି ଯେ, ଓ୍ବାଚ୍‌ ଟାଓ୍ବାର ଖୋଲାଯାଇ ନ ଥିବାରୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଏଣୁ କିପରି ଟେଣ୍ଡର ବାବଦକୁ ଦେଇଥିବା ଟଙ୍କା ଉଠାଇବୁ ଚିନ୍ତାରେ ଅଛୁ ା ଏଣୁ ପ୍ରଶାସନ ଏହାକୁ ଖୋଲିବା ବ୍ୟବସ୍ଥା କରିବା ଉଚିତ। ସେହିପରି ଏହା ପରିସରରେ ଥିବା ଏକ ଗେଷ୍ଟ ହାଉସ ମଧ୍ୟ ସଂଘକୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ସଂଘ ମଧ୍ୟରୁ ଏଥିରୁ ଦୁଇ ପଇସା ପାଇବା ପାଇଁ କରିଥିବା ଆଶା ପାଣିରେ ପଡିଛି। ଏହି ଟାଓ୍ବାର ନ ଖୋଲିଲେ ଓ ଗେଷ୍ଟ ହାଉସ ହସ୍ତାନ୍ତର ନ କଲେ ଆମକୁ ଟେଣ୍ଡର ଅର୍ଥରେ ରିହାତି ଦିଆଯାଉ ବୋଲି ସଂଘର ବରିଷ୍ଠ ସଦସ୍ୟ ତପନ କୁମାର ମୋଦି କହିଛନ୍ତି ା ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଏହି ଟାଓ୍ବାର ବ୍ଲକ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି। ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ଏହା ତୁରନ୍ତ ଖୋଲିବା ଲାଗି ବ୍ୟବସ୍ଥା କରାଯିବ ା ଏ ନେଇ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାୟକ କହିଛନ୍ତି ଯେ, ଓ୍ବାଚ ଟାଓ୍ବାର ସମସ୍ୟା ବିଷୟରେ ସେ ଜାଣିନାହାନ୍ତି। ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଅଛନ୍ତି, ସେ କହିପାରିବେ। ତେବେ ଏହାର ଦାୟିତ୍ୱରେ ଯେ କେହି ବି ରୁହନ୍ତୁ, ଜିଲାର ପର୍ଯ୍ୟଟନର ବିକାଶ ପାଇଁ ଜିଲା ପ୍ରଶାସନ ଉଦ୍ୟମ କରିଆସୁଥିବା ବେଳେ ଏଭଳି ଅବ୍ୟବସ୍ଥା ଦୂର କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ପର୍ଯ୍ୟଟକମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ

ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଡିଜେ: ଚାଲିଗଲା ୨ ଜୀବନ, ୭ ଆହତ

ଭଦ୍ରକ/ତିହିଡ଼ି,୧୫ା୪(ସନାତନ ରାଉତ/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଆସୁଥିବା ଡିଜେ...

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବାଲୁଗଁା/ବାଣପୁର,୧୫।୪(ସଂଗ୍ରାମ ପାଇକରାୟ/ଦିଲୀପ ସ୍ବାଇଁ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସୋମବାର ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ...

ବାଇକ୍‌କୁ ଚାପିଦେଲା ଟ୍ରକ୍‌: ୩ ମୃତ

ବଡ଼ଗାଁ,୧୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୩ଜଣ...

୮ ମାସ ପରେ ବି ମିଳୁନି ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା, ସମନ୍ୱୟ କିଏ ରକ୍ଷା କରୁଛି: ଅନୁ

ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ...

ଆହୁରି ସପ୍ତାହେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, ୧୫ା୪(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି।...

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image