ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ ମୂଳେ ଚାଲିଛି। ପିଲାଙ୍କ ପାଇଁ ନା ଅଛି ରୋଷେଇଘର ନା ଶୌଚାଳୟ। କୋମଳମତି ଛାତ୍ରୀଛାତ୍ର ପ୍ରବଳ ଖରାରେ ମଧ୍ୟ ବାହାରେ ବସି ପାଠ ପଢୁଛନ୍ତି। ବର୍ଷାଦିନେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଛି। ପାଗ ଭଲ ହେଲେ ବାହାରେ ଯେନତେନ ପ୍ରକାର ଦୁଇଘଣ୍ଟା  ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନୱାଡି କର୍ମୀ। ନ ହେଲେ ଏହି କେନ୍ଦ୍ରରେ ପାଠପଢା ବନ୍ଦ ରହୁଛି।

ଚଳିତବର୍ଷ ଏହି କେନ୍ଦ୍ରରେ ଛାତ୍ରୀସଂଖ୍ୟା ୭ ଥିବାବେଳେ ୮ଜଣ ଛାତ୍ର ନାମ ଲେଖାଇଥିବା ଜଣାପଡ଼ିଛି। ଅସହ୍ୟ ଖରାରେ ପିଲାମାନଙ୍କୁ ବାହାରେ ବସାଇ ପାଠ ପଢ଼ାଉଥିବା ସମ୍ପର୍କରେ କର୍ମୀ ସୁପ୍ରଭା ମହାନ୍ତିଙ୍କୁ ପଚାରିବାରୁ ଘର ତିଆରି ହେଉ ନ ଥିବାରୁ ସେ ବାଧ୍ୟ ହୋଇ ପିଲାଙ୍କୁ ଗଛ ମୂଳେ ବସାଉଥିବାର କହିଛନ୍ତି। ସେିହପରି ରୋଷେଇ ଘର ନ ଥିବାରୁ ରୋଷେଇ ମଧ୍ୟ ଠିକ୍‌ ଭାବେ  ହୋଇପାରୁ ନାହିଁ। ଏ ବାବଦରେ ବାସୁଦେବପୁର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜାନକୀ ଦାସଙ୍କୁ ପଚାରିବାରୁ ଜାଗା ବିବାଦରୁ ଘର ତିଆରି ହୋଇପାରୁ ନ ଥିବା କହିଛନ୍ତି। ପ୍ରକାଶ ଯେ, ବ୍ଲକରେ ମୋଟ ୪୨୨ କେନ୍ଦ୍ର ଥିବାବେଳେ ୩୧୩ ଘର ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ୧୬୭ ଘର ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୪୬ ଘର ନିର୍ମାଣ ଶେଷ ହୋଇପାରି ନାହିଁ। ୧୧୦ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ପିଲାମାନେ ଖୋଲା ଆକାଶ ତଳେ ବିପଦପୂର୍ଣ୍ଣ ଅବସ୍ଥାରେ ପାଠ ପଢୁଛନ୍ତି। କର୍ମୀ ଓ ସହାୟକମାନେ ନାମକୁ ମାତ୍ର ଚାକିରି ବଞ୍ଚାଇବା ପାଇଁ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ପକାଇ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀ କାଗଜକଲମରେ ଦାୟିତ୍ୱ ନିର୍ବାହ କରି ନିଜ ମୁଣ୍ଡରୁ ଦୋଷ ଖସାଇ ବୁଲୁଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ନ ଖେଳି ପ୍ରଶାସନ ତୁରନ୍ତ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଶେଷ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୧୧ା୧୧(ନବୀନ ସାହୁ): ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି।...

କାର୍‌କୁ ପଛପଟୁ ଧକ୍କାଦେଲା ଦ୍ରୁତଗାମୀ ଡମ୍ପର, ୨ ଗୁରୁତର

ବାଲିଆପାଳ,୧୦ା୧୧: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲା...

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍‌ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ...

ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍‌ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର...

ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ...

କାର-ସ୍କୁଟି ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ

ଭୋଗରାଇ,୫।୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଜଳେଶର-ଚନ୍ଦନେଶର ୫୭ ନମ୍ବର ରାଜ୍ୟ ରାଜପଥ କମର୍ଦ୍ଦା ଥାନା ଛଣପୋଖରୀଠାରେ ଆଜି ସ୍କୁଟି, କାର ମୁହାଁମୁହିଁ ଧକ୍କା ହେଇଛି। ଘଟଣାସ୍ଥଳରେ...

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ

ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri