ଗଞ୍ଜାମ ଜିଲାରେ ବଢ଼ିଲା ଝିଅଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ୍‌,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍‌ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ ଲାଗିଛି। ଗତ କିଛିବର୍ଷ ଭିତରେ ଲିଙ୍ଗାନୁପାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାଳୟ ପକ୍ଷରୁ ଜିଲାକୁ ପ୍ରଶଂସା କରାଯାଇଛି। ଏଥି ସହ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଏକ ତାଲିକା ପ୍ରଦାନ କରାଯାଇଛି। ଏହି ସଫଳତାକୁ ନେଇ ଏବେ ଜିଲା ସ୍ବାସ୍ଥ୍ୟ ପ୍ରଶାସନରେ ଖୁସି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଜିଲାରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଥିଲା ମାତ୍ର ୮୯୯। ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୫ରେ ଏହି ସଂଖ୍ୟା ଆହୁରି କମିଯାଇ ୮୮୦ରେ ପହଞ୍ଚିଥିଲା। କିନ୍ତୁ ୨୦୧୬ ସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିଯାଇ ମାତ୍ର ୮୫୪ରେ ପହଞ୍ଚ ଥିଲା। ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ଝିଅମାନଙ୍କ ସଂଖ୍ୟା କମିବାକୁ ନେଇ ରାଜ୍ୟ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ମୁ୍‌ଖ୍ୟମନ୍ତ୍ରୀ ଏହି ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଯୋଗୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଝିଅଙ୍କ ସଂଖ୍ୟା କମିବା ପଛରେ ବେଆଇନ ଭାବେ ଭ୍ରୂଣ ଚିହ୍ନଟ ଏବଂ ଭ୍ରୂଣ ହତ୍ୟାକୁ ଦାୟୀ କରାଯାଉଥିଲା। ପ୍ରାକ୍‌ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗନିରୁପଣ(ପିସି ଆଣ୍ଡ ପିଏନ୍‌ଡିଟି) ନିୟମ ଯେମିତି ଏହି ଜିଲାରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଲିଙ୍ଗ ନିରୁପଣ ରୋକିବା, କନ୍ୟା ଶିଶୁକୁ ବଞ୍ଚାଇବା, ବିଦ୍ୟାଳୟରେ ଝିଅମାନଙ୍କ ଉପସ୍ଥାପନା ବଢ଼ାଇବା ସହ ଝିଅମାନଙ୍କୁ ବିଭିନ୍ନ ସମୟରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ୨୦୧୬ ସେପ୍ଟେମ୍ବରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବିଜୁ କନ୍ୟା ରନତ୍ ଯୋଜନା’। ଲିଙ୍ଗାନୁପାତ କମ୍‌ ଥିବା ତିନିଟି ଜିଲା ଯଥା ଗଞ୍ଜାମ ସମେତ ଅନୁଗୋଳ ଏବଂ ଢ଼େଙ୍କାନାଳ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳିଲା। ୨୦୧୭ରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଥିଲା। ୨୦୧୮ ରେ ଏହି ସଂଖ୍ୟା ଢ଼େର୍‌ ବୃଦ୍ଧି ପାଇ ୯୩୭ରେ ପହଞ୍ଚିଛି। ଅନ୍ୟପଟେ ଗତ ପ୍ରାୟ ୧ ବର୍ଷ ହେଲା ବିଜୁ କନ୍ୟା ରନତ୍ ଯୋଜନାର ଏକ ଉପଯୋଜନା ଭାବେ ଜିଲାରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ନବଜାତ କନ୍ୟା ଶିଶୁ ଏବଂ ସେମାନଙ୍କ ମା’ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଝିଅଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
୫ ବର୍ଷରେ ଏହି ଅଭିବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଯେମିତି ଲିଙ୍ଗାନୁପାତ ଆହୁରି ବଢ଼ିବ, ସେଦିଗରେ କାର୍ଯ୍ୟ କରିବା ପାଇଁ ୭ଟି ପରାମର୍ଶ ଦିଆଯାଇଛି। ଯେଉଁ ବ୍ଲକରେ ଲିଙ୍ଗାନୁପାତ ୯ଶହରୁ କମ୍‌ ରହିଛି, ସେହି ବ୍ଲକ ଏବଂ ପଞ୍ଚାୟତକୁ ଚିହ୍ନଟ କରାଯାଇ ବିଶେଷ ଧ୍ୟାନ ଦେବା, ଅକ୍ଟୋବର ୧୧ତାରିଖରେ ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ, ଲିଙ୍ଗାନୁପାତ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ, ଯେଉଁ ବ୍ଲକରେ ଲିଙ୍ଗାନୁପାତ କମ୍‌ ରହିଥିବ କିନ୍ତୁ ଆଶାମାନେ ଭଲ କାମ କରିଥିବେ ସେଭଳି ୩ଜଣ ଆଶାଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ନିୟମିତ ବ୍ୟବଧାନରେ ଲିଙ୍ଗାନୁପାତର ତଥ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି।
ଏନେଇ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ସଫଳତାର ଅନେକ ଶ୍ରେୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମକୁ ଯାଉଛି। ଜିଲାପାଳଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଏବଂ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଉଦ୍ୟମର ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri