ଗଞ୍ଜାମ,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଷ୍ଟେସନ ରୋଡରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛିବ। ଏନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ଷ୍ଟେସନ ରୋଡ଼ଠାରେ ଦୀର୍ଘ ବର୍ଷ ହେବ ସୁଶାନ୍ତ ସେଠୀ ନାମକ ଜଣେ ବ୍ୟକ୍ତି ରହି ଆସୁଥିଲେ। ଶୁକ୍ରବାର ରାତିରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ବାରିପଟ ଗ୍ରୀଲ ସହ ୩କବାଟ ଭାଙ୍ଗି ଘରକୁ ପ୍ରବେଶ କରିଥିଲେ। ଏହାପରେ ଆଲମିରାରୁ ୮ଭରି ସୁନା ଅଳଙ୍କାର, ନଗଦ ୩ହଜାର ଟଙ୍କା ଓ ଜମି ଜମା କାଗଜ ପତ୍ର ଆଦି ଚୋରି କରି ନେଇଥିବା ସୁଶାନ୍ତ ଏତଲାରେ ଦର୍ଶାଇଛନ୍ତି। ତେବେ ସୁଶାନ୍ତଙ୍କ ସ୍ତ୍ରୀଙ୍କ ବେକରୁ ଦୁର୍ବୃତ୍ତ ସୁନା ହାର କାଟିବା ବେଳେ ସେ ଉଠି ପଡି ଚିତ୍କାର କରିଥିଲେ। ଫଳରେ ପରିବାର ଲୋକେ ଉଠିବା ପୂର୍ବରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।