ଗଞ୍ଜାମ:୧୮ବର୍ଷରେ ୬ଲକ୍ଷ ୬୮ହଜାର ଜନସଂଖ୍ୟା ବୃଦ୍ଧି

ବ୍ରହ୍ମପୁର ଅଫିସ୍‌,୧୪ା୭-ଗଞ୍ଜାମ ଜିଲାରେ ଜନସଂଖ୍ୟା ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ୨୦୦୧ ଜନଗଣନା ବେଳେ ଜିଲାରେ ଜନସଂଖ୍ୟା ଥିଲା ୩୧ଲକ୍ଷ ୬୦ହଜାର ୬୩୫ । ହେଲେ ୨୦୧୯ ବେଳକୁ ଏହା ୩୮ଲକ୍ଷ ୨୮ହଜାର ୮୭୩ରେ ପହଞ୍ଚିଲାଣି । ଅନୁମାନ କରାଯାଉଛି ଯେ, ଦିନ ଆସିବ ଭବିଷ୍ୟତରେ ଲୋକମାନେ ରହିବା ପାଇଁ ଜାଗା କିମ୍ବା ଖାଇବା ପାଇଁ ଖାଦ୍ୟ ପାଇବେ ନାହିଁ । ଏଣୁ ବର୍ତ୍ତମାନଠାରୁ ହିଁ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସମସ୍ତେ ସଚେତନ ହେବା ଦରକାର । ଆସନ୍ତା ୧ ମାସ ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା, ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଇଇସି ହଲ୍‌ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏହା ଘୋଷଣା କରାଯାଇଛି ।
ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ)ଡା. ତୃପ୍ତିଲତା ମହାପାତ୍ର, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡା. ଅବନୀ କୁମାର ପାତ୍ର ଉପସ୍ଥିତ ଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ବୈଠକରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ବିଶ୍ୱ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ୧୫ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ୧୫ଶହ ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ମାତ୍ର ୯୧୫ ବନ୍ଧ୍ୟାକରଣ ହୋଇପାରିଛି। ୨୮୬୫ ଆଇୟୁସିଡି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୧୨୭୮ ଦିଆଯାଇଛି। ସେହିଭଳି ୧୧୭୫ଟି ‘ଅନ୍ତରା’(ଗର୍ଭନିରୋଧ ଇଞ୍ଜେକ୍ସନ) ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୬ଜଣ ମହିଳାଙ୍କୁ ହିଁ ଏହି ଇଞ୍ଜେକ୍ସନ ପ୍ରଦାନ କରାଯାଇଛି । ତେବେ ପୂର୍ବ ବର୍ଷଗୁଡ଼ିକରେ ମଧ୍ୟ ବନ୍ଧ୍ୟାକରଣ ସଂଖ୍ୟା ଖୁବ୍‌ କମ୍‌ ରହିଛି । ବିଶେଷକରି ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଅନାଗ୍ରହ ଦେଖିବାକୁ ମିଳୁଛି। ୨୦୧୮ରେ ୮ହଜାର ୬୭୭ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେଥିରେ ପୁରୁଷଙ୍କ ସଂଖ୍ୟା ଥିଲା ମାତ୍ର ୨୫ । ସେହିଭଳି ୨୦୧୭ରେ ୮ହଜାର ୪୩୫ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ପୁରୁଷଙ୍କ ସଂଖ୍ୟା ଥିଲା ୯ । ୨୦୧୬ରେ ୮ହଜାର ୩୩୬ଜଣଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଥିଲା। ସେଥିରୁ ୫୧ଜଣ ଥିଲେ ପୁରୁଷ । ୨୦୧୫ରେ ୮ହଜାର ୯୧୬ଜଣଙ୍କ ଅସ୍ତ୍ରପଚାର ହୋଇଥିବା ବେଳେ ପୁରୁଷ ଥିଲେ ମାତ୍ର ୩୫ଜଣ । ଏଭଳି ଭାବେ ଗତ ୪ବର୍ଷ ଭିତରେ ମୋଟ ୩୪ହଜାର ୩୬୪ଜଣ ମହିଳା ଏବଂ ମାତ୍ର ୧୨୦ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରପଚାର କରିଛନ୍ତି। ତେବେ ଚଳିତ ବର୍ଷ ବନ୍ଧ୍ୟାକରଣ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ ପ୍ରକାଶ କରିଥିଲେ । ଜୁନ୍‌ ୨୭ରୁ ଜୁଲାଇ ୧୦ତାରିଖ ପର୍ଯ୍ୟନ୍ତ ଆଶା, ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ମାଧ୍ୟମରେ ଜନସଂଖ୍ୟା ବୃଦ୍ଧିର କୁପ୍ରଭାବ ଏବଂ ପରିବାର ନିୟନ୍ତ୍ରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହା ପରେ ଜୁଲାଇ ୧୧ରୁ ୨୪ତାରିଖ ପର୍ଯ୍ୟନ୍ତ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଏବଂ ଗର୍ଭନିରୋଧ ଇଞ୍ଜେକ୍ସନ ପ୍ରଦାନ କରାଯିବ । ଚଳିତ ଥର ୧୫ଶହ ବନ୍ଧ୍ୟାକରଣ ଅସ୍ତ୍ରେପଚାର, ୨୮୬୫ ଆଇୟୁସିଡି ଏବଂ ୧୧୭୫ ଅନ୍ତରା ଇଞ୍ଜେକ୍ସନ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ମହିଳାମାନଙ୍କୁ ଗର୍ଭପାତ/ପ୍ରସବ ପରବର୍ତ୍ତୀ ଆଇୟୁସିଡି ପାଇଁ ୩ଶହ ଟଙ୍କା, ମହିଳା ବନ୍ଧ୍ୟାକରଣ ପାଇଁ ୧୪ଶହ ଟଙ୍କା, ପ୍ରସବ ପରବର୍ତ୍ତୀ ବନ୍ଧ୍ୟାକରଣ ପାଇଁ ୨୨ଶହ ଟଙ୍କା ଏବଂ ପୁରୁଷ ବନ୍ଧ୍ୟାକରଣ ପାଇଁ ୨ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ରାଶୀ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ଚଳିତ ବର୍ଷର ସ୍ଲୋଗାନ୍‌ ‘ପରିବାର ନିୟୋଜନ କରି ତୁଲାନ୍ତୁ ଦାୟିତ୍ୱ, ମା ଓ ଶିଶୁ ସ୍ବାସ୍ଥ୍ୟ ପାଇଁ ରୁହନ୍ତୁ ସମ୍ପୂୂର୍ଣ୍ଣ ପ୍ରସ୍ତୁତ’ ଉପରେ ନିଜର ମତ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri