ଗଡ଼ୁଛି ଦିନ, ହେଉନି ଜଳସେଚନ ସୁବିଧା

ଯାଜପୁର ଅଫିସ,୪ା୨: ରାଜ୍ୟରେ ୩୫ ପ୍ରତିଶତ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ୧୮ବର୍ଷ ତଳେ ସରକାର ଘୋଷଣା କରିଥିଲେ। ହେଲେ ବାସ୍ତବରେ ଏହା ଯାଜପୁର ଜିଲାରେ ଘୋଷଣାରେ ସୀମିତ ରହିଛି। ୮ ବର୍ଷରୁ ଊର୍ଦ୍ଧ୍ୱ ହେବ ଜିଲାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲେ ହେଁ ସମ୍ପୃକ୍ତ ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସଂଶୟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ୬ମାସ ମଧ୍ୟରେ ହେବ ବୋଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଏହାଦ୍ୱାରା ସରକାରଙ୍କ ପ୍ରତିଶ୍ରୁତି ଏଠାରେ ଧୂଆଁବାଣ ପାଲଟିଛି ବୋଲି ଚାଷୀ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏଥିରେ ଯାଜପୁର ଜିଲାର ବଡଚଣା, ବରୀ, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରବାହିତ କେଲୁଅ, ବିରୂପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ୯ଟି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା କରାଯାଇଛି। ହେଲେ ପ୍ରକଳ୍ପର ଅଗ୍ରଗତିରେ ମନ୍ଥରତା ଚାଷୀଙ୍କ ଆଶାକୁ ଧୂଳିସାତ କରି ଦେଇଛି। ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରସୁଲପୁର ବ୍ଲକର ଖରସ୍ରୋତା ନଦୀରୁ ପ୍ରସ୍ତାବିତ ତୁଳସୀପୁର ଓ ରାଉତରାପୁର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଏଯାଏ ୫୦ ପ୍ରତିଶତ ବି ହୋଇପାରି ନାହିଁ। କେବଳ ଜମିରେ ପାଇପ ବିଛାଯାଇ ଛାଡ଼ି ଦିଆଯାଇଛି। ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନ ମେଗା ଉଠା ଜଳସେଚନ ୟୁନିଟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବଡ଼ଚଣା ନିର୍ବାଚନମଣ୍ଡଳୀର ୨୦୦୦ ହେକ୍ଟର, ବରୀ ନିର୍ବାଚନମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନର ପ୍ରସ୍ତାବ ରହିଛି। ଅଥଚ ଟିକରପଡ଼ାରେ ନିର୍ମାଣାଧୀନ ଷ୍ଟ୍ରକ୍ଚର କାର୍ଯ୍ୟ ଅଧାରେ ଲାଖିଛି। ତେବେ ମାସକ ମଧ୍ୟରେ ଷ୍ଟ୍ରକ୍ଚର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଏଲଆଣ୍ଡଟି କମ୍ପାନୀର ଇଲେକ୍ଟ୍ରିକାଲ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ତୁଳସୀପୁରଠାରେ ନିର୍ମାଣାଧୀନ ପ୍ରକଳ୍ପରୁ ଶ୍ରୀବନ୍ତପୁର, କାଣ୍ଡସରା, କାନପୁର, ଦିଆନଛକ, ଟିକରପଡା, କୁଜିବର, ଦରକୁଣ୍ଡି, ନଗୁଆଁ, ତୁଳସିପୁର, ଗନ୍ଧଣ, ମସୁରପୁର, ବ୍ରାହ୍ମଣ ନରସିଂହପୁର, ଭଗିରଥପୁର, ସାରଙ୍ଗପୁର, ପହଁଗା, ବାଉଁଶଅଣ୍ଟା, ଲଖନପୁର, ଖଣ୍ଟାସ, ବାରଲାଙ୍ଗି, ଭଗତଭଗବାନ, ଜାବରା, ଆଦମପୁର, ନଠୁଆବର, କୋରକରା ପ୍ରଭୃତି ଗାଁର ଜମିକୁ ଜଳ ଯୋଗାଇ ଦିଆଯିବ ବୋଲି ଚାଷୀ ମହଲରେ ଆଶା ରହିଛି। ସେହିପରି ରାଉତରାପୁରଠାରେ ସ୍ଥାପନ ହେଉଥିବା ଉଠା ଜଳସେଚନ ପ୍ରକଳ୍ପରୁ କୋରେଇ ବ୍ଲକର ବଡଟିକିରା, ଦାସଗଡିଆ, ଖଇରାବାଦ, ନହନ୍ଦା, କୁରୁପଦା, ବ୍ରାହ୍ମଣବାଡ, ଶାଳପଡା, ସୋତି, ରାମପୁରଶଗଡି, ଗୋଳେଇପୁର, ବଡବିରୁଆଁ, ସୋଲପଟା ବ୍ରହ୍ମପୁର, ନାଉଡପୁର, ନୂଆପାଟଣା, ବେଙ୍ଗବାଧବାପୁର, ଆମ୍ବତଳ, ବରେଇ, ତଣ୍ଡରା ଓ ରସୁଲପୁର ବ୍ଲକରୁ ରାଉତରାପୁର, ରାଧାନଗର, ପହଁଗା, ଲକ୍ଷ୍ମୀନଗର, କୃଷ୍ଣନଗର ପ୍ରଭୃତି ଗ୍ରାମର ଚାଷୀ ଉପକୃତ ହେବେ। ଅଥଚ କାର୍ଯ୍ୟ ଆରମ୍ଭ ହେବାର ୫ ବର୍ଷ ପରେ ବି ଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ଏହି ଅଞ୍ଚଳର ଚାଷଜମିରେ ଜଳସେଚନର ସୁବିଧା ନ ଥିଲେ ମଧ୍ୟ ନିଜ ଉଦ୍ୟମରେ ଚାଷୀମାନେ ବିଭିନ୍ନ ଜଳଉତ୍ସ ସହାୟତାରେ ବ୍ୟାପକ ରବି ଫସଲ ତଥା ପନିପରିବା ଚାଷ କରି କିଛି ଅର୍ଥ ରୋଜଗାର କରିଥାନ୍ତି। ଏ ସମ୍ପର୍କରେ ଭଗୀରଥପୁରର ଚାଷୀ ରବୀନ୍ଦ୍ର ବେହେରା ଓ କାଳନ୍ଦୀ ବେହେରା କୁହନ୍ତି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚାଷୀ ସବୁକ୍ଷେତ୍ରରେ ଲାଭବାନ ହୋଇପାରିବେ। କିନ୍ତୁ ବର୍ଷକୁ ବର୍ଷ ସମୟ ଅତିକ୍ରାନ୍ତ ହେଉଥିଲେ ହେଁ ପ୍ରକଳ୍ପ ଶେଷ ହେବା ନାଁ ଧରୁ ନାହିଁ। ତେଣୁ ବାଧ୍ୟ ହୋଇ ତାଙ୍କ ଜମିରେ ନିଜ ଉଦ୍ୟମରେ ବୋରୱେଲ ଖୋଲିଛୁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷେ ମେଗା ଉଠା ଜଳସେଚନ ପ୍ରକଳ୍ପ ଭୁବନେଶ୍ୱର ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ପଚାରିବାରେ, ଯେଉଁ ବାଟ ଦେଇ ପାଇପ୍‌ ବିଛା ଯାଉଛି ସେଠାରେ ଚାଷୀମାନେ ତୁରନ୍ତ ଚାଷ କାର୍ଯ୍ୟ ଆରମ୍ଭ କରୁଥିବାରୁ କାର୍ଯ୍ୟରେ ବିଳମ୍ବ ଘଟୁଛି। ଆସନ୍ତା ଜୁନ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି। ତେବେ ଗତ ଜୁଲାଇରେ ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି କହିଥିବା ଯନ୍ତ୍ରୀ ରାଉତ ପୁଣି ଏହାକୁ ଘୁଞ୍ଚାଇ ଜୁନରେ ଶେଷ ହେବ ବୋଲି କହିଛନ୍ତି। ଯାହାକି ଚାଷୀ ମହଲରେ ସନ୍ଦେହ ଜାତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri