ଗବେଷଣାକୁ ଅଣଦେଖା

କୁମାରସମ୍ଭବ ଶ୍ରୀବାସ୍ତବ/ ନୀତିନ ସେଠୀ

ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ କମ୍‌ କରିବା ପାଇଁ ମେ’ ୩ ଯାଏ ଲକ୍‌ଡାଉନ ବୃଦ୍ଧିକରାଯାଇଛି। ତେବେ ଏହି ଲକ୍‌ଡାଉନର ଭିତିରି କଥା ହୁଏତ ଖୁବ୍‌ କମ୍‌ ଜାଣିଥିବେ। କୋଭିଡ-୧୯ ମୁକାବିଲା କରିବା ଲାଗି ନିଜକୁ ପ୍ରସ୍ତୁତ କରିବାରେ ସରକାର ଏକ ମାସରୁ ଅଧିତ୍କ ସମୟ ନଷ୍ଟ କରିଛନ୍ତି। ଏପରି କି ମହାମାରୀ ପାଇଁ ପ୍ରସ୍ତୁତ ରହିବା ପାଇଁ ବୈଜ୍ଞାନିକମାନେ ଦେଇଥିତ୍ବା ପରାମର୍ଶକୁ ମଧ୍ୟ ଅଣଦେଖା କରିଛନ୍ତି। ଅପରପକ୍ଷରେ ସଂକ୍ରମଣର ମୁକାବିଲା କରିବାକୁ ସରକାର ସ୍ବାସ୍ଥ୍ୟ ବିଶେଷଜ୍ଞକୁ ନେଇ ଗଠନ କରିଥିବା ଟାସ୍କଫୋର୍ସ ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା କରିବାର ୪ ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୨୯ରେ ଟାସ୍କଫୋର୍ସର ବୈଠକ ଦିଲ୍ଲୀ ଏଆଇଆଇଏମ୍‌ଏସ୍‌ରେ ଅନୁଷ୍ଠିତ ହୋଇଥିଲା । ଲକ୍‌ଡାଉନର ୪ ଦିନ ପରେ ଏଭଳି ବୈଠକର ଗୁରୁତ୍ୱ ମଧ୍ୟ ରହିଥିଲା। ଏହାର ସଦସ୍ୟମାନଙ୍କୁ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏଆଇଆଇଏମ୍‌ଏସ୍‌)ର ମୁଖ୍ୟ ନଭିତ ଓ୍ବିଗ୍‌ କହିଥିଲେ ଯେ ଯଦି ଆପଣମାନେ ଠିକ୍‌ ସମୟରେ ପଦକ୍ଷେପ ନେଇଥାନ୍ତେ ତେବେ ସବୁକିଛି ଠିକ୍‌ଠାକ୍‌ ହୋଇଯାଇଥାନ୍ତା। ଏଠାରେ ଓ୍ବିଗ୍‌ ବାସ୍ତବ କଥାକୁ ପଦାକୁ ଆଣିବାକୁ ଚାହିଁଥିଲେ। ସେ କହିଥିଲେ ଆମେ ଯଦି ସତ କଥା ମୁମ୍ବାଇ, ପୁଣେ, ଦିଲ୍ଲୀ କିମ୍ବା ବେଙ୍ଗାଲୁରୁର ଲୋକମାନଙ୍କୁ ସେମାନଙ୍କ ସହରରେ କ’ଣ ଘଟୁଛି ତାହା ନ କହିବା ତେେବେ ଦେଶର ୭୦୦ ଜିଲାକୁ କି ସନ୍ଦେଶ ଦେବା । ଏହି ବୈଠକରେ ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଏପିଡେମିଓଲୋଜି ଆଣ୍ଡ୍‌ କମ୍ୟୁନିକେବଲ ଡିଜିଜ୍‌ ଡିଭିଜନ ମୁଖ୍ୟ ରମଣ ଗଙ୍ଗଖେଡକରଙ୍କ ସମେତ କରୋନା ମୁକାବିଲାରେ ଜଡିତ ଶୀର୍ଷ ବିଜ୍ଞାନ ଅନୁଷ୍ଠାନ ଏବଂ ଶୀର୍ଷ ଚିକିତ୍ସା ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ। ଏମାନେ ସମସ୍ତେ ବିନା ଯୋଜନାରେ ବିଭଳି ଲକ୍‌ଡାଉନ ଲାଗୁ କରାଗଲା ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ଲୋକମାନଙ୍କୁ ପରୀକ୍ଷା କରାଯିବାର କୌଣସି ବ୍ୟବସ୍ଥା କରାଯାଇ ନ ଥିବା ମଧ୍ୟ ସେମାନେ ଉପଲବ୍ଧି କରିଥିଲେ। କରୋନା ମୁକାବିଲା ପାଇଁ ସେମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ ବି ତାହାକୁ କାର୍ଯ୍ୟକାରୀ କରିବା ବଦଳରେ ସରକାରଙ୍କ ଏଭଳି ପଦକ୍ଷେପରେ ବିଶେଷଜ୍ଞମାନେ ହତାଶଭାବ ପ୍ରକାଶ କରିଥିଲେ।
ସେମାନେ ସମୀକ୍ଷା କରିବା ସମୟରେ ଲକ୍‌ଡାଉନ ଲାଗୁ କରାଯିବାବେଳେ ସରକାର ବୈଜ୍ଞାନିକମାନଙ୍କ ପରାମର୍ଶକୁ ଅଣଦେଖା କରିଥିବା କଥା ପଦାକୁ ଆସିଥିଲା। ଲକ୍‌ଡାଉନ ବଦଳରେ କମ୍ୟୁନିଟି ଏବଂ ସିଭିଲ୍‌ ସୋସାଇଟି ଦ୍ୱାରା କ୍ୱାରାଣ୍ଟାଇନ ଓ ସେଲ୍ଫ ମନିଟରିଂ ପାଇଁ ଫେବୃୟାରୀ ୨୦୨୦ରେ ବୈଜ୍ଞାନିକମାନେ ପରାମର୍ଶ ଦେଇଥିଲେ। କିନ୍ତୁ ସରକାର ଏହାକୁ ବିଚାରକୁ ନେଇ ନ ଥିଲେ। କରୋନା ଭୂତାଣୁ ସଂକ୍ରମଣ ଭାରତରେ ଅଧିକ ବ୍ୟାପିବ ବୋଲି ସେମାନେ ସରକାରଙ୍କୁ ସତର୍କ କରିଦେଇଥିଲେ ଓ ସରକାର ନେଇଥିବା ପଦକ୍ଷେପ ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସୂଚନା ମଧ୍ୟ ପ୍ରଦାନ କରିଥିଲେ। ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଏବଂ କ୍ୱାରାଣ୍ଟାଇନ ସୁବିଧା ଏବଂ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ସୁରକ୍ଷା ସଂସାଧନ ଉପଲବ୍ଧ କରିବା ତଥା ଏସବୁର ପରିଚାଲନା କରିବାକୁ ସୁପାରିସ୍‌ କରିଥିଲେ। ମୁଖ୍ୟ କଥା ହେଉଛି ଏହି ବୈଜ୍ଞାନିକମାନେ ଟାସ୍କ ଫୋର୍ସର ସଦସ୍ୟ ରହିଛନ୍ତି। ଏକ ମାସରୁ ଊର୍ଦ୍ଧ୍ୱ ଧରି ଗବେଷଣା କରିବା ପରେ ସରକାରଙ୍କୁ ପ୍ରଦାନ କରାଯାଇଥିବା ପରାମର୍ଶକୁ ଉପେକ୍ଷା କରାଯାଇଥିଲା। ଅପର ପକ୍ଷରେ ମାତ୍ର ୪ ଘଣ୍ଟିଆ ନୋଟିସ ବଳରେ ବିନା ପ୍ରସ୍ତୁତିରେ ଓ ବିନା ବୈଜ୍ଞାନିକ ରଣନୀତିରେ ସରକାର ସାରା ଦେଶରେ ଲକ୍‌ଡାଉନ ଲାଗୁ କରିବା ଦ୍ୱାରା ଜୀବିକା ପ୍ରଭାବିତ ହେଲା ଓ ଗରିବଙ୍କ ମଧ୍ୟରେ ଖାଦ୍ୟ ସଂକଟ ଦେଖାଦେଲା।
ଲକ୍‌ଡାଉନ ଲାଗୁ ହେବା ପରେ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ସରକାରଙ୍କ ଶୀର୍ଷ ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ନୀତି ଆୟୋଗ ସଦସ୍ୟ ବିନୋଦ କେ.ପଲ୍‌ ଲକ୍‌ଡାଉନକୁ ସଫଳ କରିବାକୁ ବିଜ୍ଞାନଭିତ୍ତିକ ଯୋଜନା ପ୍ରସ୍ତୁତ କରିବା ପାଇଁ ସମୟ ନେବାର ଥିଲା ବୋଲି କହିଥିଲେ। ଗରିବଙ୍କ ଘରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ,ସଂକ୍ରମିତଙ୍କୁ ଶୀଘ୍ର ଖୋଜି ବାହାର କରିବା, ପ୍ରତି ଜିଲାରେ କୋଭିଡ୍‌-୧୯ ସଂକ୍ରମଣର ଆକଳନ ଏବଂ ହସ୍ପିଟାଲରେ ଆଇସିୟୁ ଓ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ଏହି ଯୋଜନାରେ ସାମିଲ ଥିଲା। ପଲ୍‌ ଏ କଥା ମଧ୍ୟ କହିଥିଲେ ଯେ, ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଆଉ ଗୋଟିଏ ସପ୍ତାହ ଦରକାର ଥିଲା। ରେକର୍ଡରୁ ଜଣାପଡିଲା ଯେ, ପଲ ଯେଉଁ ଆକ୍ସନ ପ୍ଲାନ ପାଇଁ ପ୍ରସ୍ତାବ ଦେଇଥିଲେ ତାହା ନୂଆ ନଥିଲା; ବରଂ ଫେବୃୟାରୀରେ ବୈଜ୍ଞାନିକମାନେ ଅନୁଧ୍ୟାନ କରି ପ୍ରଦାନ କରିଥିବା ରିପୋର୍ଟ ଉପରେ ଆଧାରିତ ଥିଲା। ବୈଜ୍ଞାନିକମାନେ ଆକଳନ କରିଥିଲେ ଯେ,କୋଭିଡ୍‌-୧୯ ଲକ୍ଷଣ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ୪୮ ଘଣ୍ଟା ମଧ୍ୟରେ କ୍ୱାରାଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଗଲେ ସଂକ୍ରମଣ ୬୨ ପ୍ରତିଶତ ହ୍ରାସ ପାଇବ। ଏହା ପାଳନ କରାଗଲେ ଭାରତରେ ନିଶ୍ଚିତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସେମାନେ ଯୁକ୍ତି ବାଢିଥିଲେ। କିନ୍ତୁ ସରକାର ବୈଜ୍ଞାନିକମାନଙ୍କ ପରାମର୍ଶକୁ ବିଚାର କରିବା ପାଇଁ ୧ ମାସ ସମୟ ନେଇଥିଲେ ବି ତାହାକୁ ପାଳନ କରିବାରେ ଅସମର୍ଥ ହୋଇଥିଲେ।
ଜାନୁୟାରୀ ସୁଦ୍ଧା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସାରା ବିଶ୍ୱକୁ ସତର୍କ କରିଦେବା ପରେ ଏବଂ ଜାନୁୟାରୀ ୩୦ରେ ପ୍ରଥମ କରୋନା ପଜିଟିଭ କେସ୍‌ ମିଳିବା ପୂର୍ବରୁ ଆଇସିଏମ୍‌ଆର୍‌ ଓ ଅନ୍ୟ ସଂସ୍ଥାର ବୈଜ୍ଞାନିକମାନେ ମିଳିତ ଭାବେ କରୋନା ମହାମାରୀରେ ଭାରତର ଭୂମିକା କ’ଣ ହେବା ଦରକାର ତା’ଉପରେ ଆକଳନ କରି ଫେବୃୟାରୀ ଶେଷ ସପ୍ତାହ ସୁଦ୍ଧା ଦୁଇଟି ତଥ୍ୟ ଭିତ୍ତିକ ଅଭିପତ୍ର ପ୍ରସ୍ତୁତ କରିଥିଲେ। ଏହା ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ମେଡିକାଲ ରିସର୍ଚ୍ଚରେ ପ୍ରକାଶ ପାଇଥିତ୍ଲା। ଏହା ସରକାରଙ୍କ ପାଖରେ ବି ଥିଲା। ଭାରତରେ ଚାଇନା ଭଳି ଲକ୍‌ଡାଉନ କରାଯିବା ଠିକ୍‌ ନୁହେଁ ବୋଲି ବୈଜ୍ଞାନିକମାନେ ପ୍ରଥମ ଅଭିପତ୍ରରେ ସତର୍କ କରିଦେଇଥିତ୍ଲେ। ଏହା ବଦଳରେ କମ୍ୟୁନିଟି ଓ ସିଭିଲ ସୋସାଇଟି ଦ୍ୱାରା ସେଲ୍ଫ କ୍ୱାରାଣ୍ଟାଇନ ଓ ସେଲ୍ଫ ମନିଟରିଂ ମହାମାରୀ ସମୟରେ ଫଳପ୍ରଦ ହେବ ବୋଲି ଦର୍ଶାଇଥିଲେ। ଦ୍ୱିତୀୟ ଅଭିପତ୍ର ମ୍ୟାଥ୍‌ମେଟିକାଲ ମଡେଲ ଆଧାରରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଦିଲ୍ଲୀ,କୋଲକାତା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ମହାନଗରରେ ସମ୍ଭାବ୍ୟ କୋଭିଡ୍‌ ସଂକ୍ରମଣ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଦିଲ୍ଲୀରେ କେବଳ ୧.୫ ମିଲିୟନଙ୍କ ଠାରେ କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଇବାର ସମ୍ଭାବନା ରହିଥିବା ଏଥିରେ ସୂଚନା ଦିଆଯାଇଥିଲା । ଅଭିପତ୍ର ପ୍ରସ୍ତୁତିରେ ଜଡିତ ଥିବା ସର୍‌କର, ଗଙ୍ଗଖେଡକର, ମୁର୍ହେକର ଏବଂ ତରୁଣ ଭଟ୍ଟନଗରଙ୍କ ଭଳି ବୈଜ୍ଞାନିକମାନେ ସରକାରଙ୍କ ୨୧ ଜଣିଆ କୋଭଡ୍‌-୧୯ ଟାସ୍କ ଫୋର୍ସର ସଦସ୍ୟ ।
ସର୍‌କର ଆଇସିଏମଆର୍‌ର ଅଧ୍ୟକ୍ଷ ଥିବାବେଳେ ଗଙ୍ଗଖେଡ୍‌କର ଟାସ୍କଫୋର୍ସ ସଦସ୍ୟ ସଚିବ ତଥା ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ରହିଛନ୍ତି। ସେ ମଧ୍ୟ ଦୈନିକ କରୋନା ମହାମାରୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରୁଛନ୍ତି। ଏହି ଅଭିପତ୍ର ପ୍ରସ୍ତୁତ କରିବାରେ ସଂଶ୍ଳିଷ୍ଟ ଆଉଜଣେ ବୈଜ୍ଞାନିକ କହିଛନ୍ତି ଯେ, ଭାରତରେ ଏଭଳି ଲକ୍‌ଡାଉନ ଜନବହୁଳ ଅଞ୍ଚଳଠାରୁ ଦୂରରେ ତଥା ବଡ କୋଠାରେ ରହୁଥିବା ଧନୀ ପରିବାରକୁ ସାମାଜିକ ଦୂରତ୍ୱ ପାଳନ କରିବା ସହଜ ହେବ ଓ ସଂକ୍ରମଣ ରୋକିବାରେ ଏମାନେ କିଛି ମାତ୍ରାରେ ସଫଳ ହୋଇପାରିବେ। କିନ୍ତୁ ଜନବହୁଳ କିମ୍ବା ବସ୍ତିରେ ରହୁଥିବା ଗରିବ ପରିବାରଙ୍କ ପାଇଁ ଏହା ସମ୍ଭବ ହୋଇପାରିବନାହିଁ। କାରଣ ଏଠାରେ ଲୋକ ଚଳିବା ପାଇଁ କମ୍‌ ଜାଗା ରହିଛି, ଗୋଟିଏ ପାଇଖାନାକୁ ଶହଶହ ଲୋକ ବ୍ୟବହାର କରନ୍ତି। ଏଣୁ ଏଠାରେ ପ୍ରତ୍ୟେକ ଘର ଯାଞ୍ଚ କରି ପିଜିଟିଭ ମିଳିବା କ୍ଷଣି କ୍ୱାରାଣ୍ଟାଇନରେ ରଖାଯିବା ବ୍ୟବସ୍ଥା କରାନଗଲେ କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବ l ତବେ ସରକାର ବୈଜ୍ଞାନିକମାନଙ୍କ ଏହି ସବୁ ଗବେଷଣାମକତ୍ ତଥ୍ୟକୁ ଲକ୍‌ଡାଉନ ପୂର୍ବରୁ ବିଚାରକୁ ନେଲେ ନାହିଁ।
ଏବେ ଆସିବା ଟାସ୍କ ଫୋର୍ସ ଓ ଲକ୍‌ଡାଉନ କଥାକୁ। ବୈଜ୍ଞାନିକ, ସ୍ବାସ୍ଥ୍ୟବିଶେଷଜ୍ଞ ଓ ନୀତି ଆୟୋଗ ଅଧ୍ୟକଙ୍କୁ ନେଇ ୧୮ ମାର୍ଚ୍ଚରେ ସରକାର ଟାସ୍କଫୋର୍ସ ଗଠନ କଲେ। ୨୪ ମାର୍ଚ୍ଚରେ ଟାସ୍କଫୋର୍ସର ପରାମର୍ଶ କ୍ରମେ ପ୍ରଧାନମନ୍ତ୍ର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କଲେ। ଏହାର ୪ ଦିନ ପରେ ପୁଣି ଟାସ୍କ୍‌ଫୋର୍ସର ସଦସ୍ୟମାନେ ବୈଠକରେ ମିଳିତ ହେଲେ। କେରାନା ମହାମାରୀରେ ଟାସ୍କଫୋର୍ସର ଭୂମିକା କ’ଣ ଓ ଏହା କ’ଣ କରୁଛି ବୋଲି ଏଠାରେ ଓ୍ବିଗ୍‌ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଟାସ୍କଫୋର୍ସର ସଦସ୍ୟ ସଚିବ ଗଙ୍ଗଖେଡ୍‌କର ଓ୍ବିଗଙ୍କ ପ୍ରଶ୍ନକୁ ସମର୍ଥନ କରିଥିଲେ ସୁଦ୍ଧା ସେ ଏହାର ଅଧ୍ୟକ୍ଷ ନୁହନ୍ତି କିମ୍ବା କିଛି କରିପାରିବେନି ବୋଲି ଉତ୍ତର ଦେଇଥିଲେ। ମୁଖ୍ୟ କଥା ହେଉଛି ଏହି ବୈଠକରେ ଟାସ୍କଫୋର୍ସ ପୁରଭାଗରେ ରହିଥିବା ବି. କେ.ପଲ୍‌, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏବଂ ଆଇସିଏମଆର୍‌ ମହାନିର୍ଦ୍ଦେଶକ ଭାର୍ଗଭ ବୈଠକରେ ଉପସ୍ଥିତ ନ ଥିଲେ। ସିଭିୟର ଆକ୍ୟୁଟ ରେସିପିରେଟୋରି ଇଲ୍‌ନେସ(ଏସ୍‌ଏଆର୍‌ଆଇ) ଉପରେ ନିରୀକ୍ଷଣ କରାଯାଉଥିତ୍ଲେ ବି ଲୋକମାନେ ଲକ୍‌ଡାଉନ ଯୋଗୁ ହସ୍ପିଟାଲ ଆସ ୁନ ଥିଲେ। ପ୍ରତି ଘରକୁ ଯାଇ ଏହା କରାଯିବାର ଆବଶ୍ୟକତା ଥିଲେ ବି କରାଯାଇନଥିଲା। ଏ କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ(ଆଇଏସ୍‌ଡିପି) କିମ୍ବା ଜିଲା ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ମାର୍ଚ୍ଚ ଶେଷସୁଦ୍ଧା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ସରକାର ଅଧିକ ନିରୀକ୍ଷଣ କରିପାରିନଥିଲେ। ଏହାକୁ କିଭଳି ବ୍ୟାପକ କରାଯିବ ତା’ ଉପରେ କାହାର ବି ଧାରଣା ନ ଥିଲା ଓ ଯେଉଁ ଢଙ୍ଗରେ ପରୀକ୍ଷା କରାଯାଉଛି ତାହା ଠିକ୍‌ ଭାବେ କରାଯାଉନାହିଁ ବୋଲି ଗଙ୍ଗଖଡେକର ମତ ଦେଇଥିଲେ। ଏପ୍ରିଲରେ ଲକ୍‌ଡାଉନ ସମୟରେ ନୀତି ଆୟୋଗ ସଦସ୍ୟ ପଲ୍‌ ଫେବୃୟାରୀରେ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅନୁଧ୍ୟାନଭିତ୍ତିକ ସୁପାରିସ୍‌କୁ ଆଧାର କରି ଗୋଷ୍ଠୀ ଯାଞ୍ଚ ଓ ପରୀକ୍ଷା ଲାଗି ପରାମର୍ଶ ଦେଇଥିତ୍ଲେ । ପୁଣି ୬ ଏପ୍ରିଲରେ ଲକ୍‌ଡାଉନରେ କେଉଁ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ ତାହା ଜାଣିବା ପାଇଁ ରିସର୍ଚ୍ଚ ଗ୍ରୁପ୍‌ ମଧ୍ୟ ଗଠନ କରାଯାଇଥିଲା। କିନ୍ତୁ ଅନୁଧ୍ୟାନ ସମ୍ପର୍କିତ ତଥ୍ୟ ଆସିବା ପୂର୍ବରୁ ୧୪ ଏପ୍ରିଲରେ ପୁଣି ଲକ୍‌ଡାଉନକୁ ୩ ମେ’ ଯାଏ ବୃଦ୍ଧି କରାଯାଇଥିଲା। ସେତେବେଳକୁ ଘରକୁ ଘର ଯାଇ ନିରୀକ୍ଷଣ କରିବା ଲାଗି ଦେଶ ପ୍ରସ୍ତୁତ ହୋଇ ନ ଥିଲା।
(ସୌଜନ୍ୟ: ହପ୍‌ପୋଷ୍ଟ ଇଣ୍ଡିଆ)


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri