ଗଭୀର ନିଷ୍ଠା ସଫଳତାର ବାଟ ଦେଖାଏ

ବଲାଙ୍ଗୀର ଅଫିସ, ୨୮ା୭ – ବଲାଙ୍ଗୀର ସିଏନ୍‌ସି କଲେଜ ପରିସରରେ ଗ୍ରାଜୁଏସନ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏନ୍‌ସି କଲେଜ ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ଏବଂ ପ୍ରଦୀପ ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ଦୋହାସ୍ଥିତ ଅଲ୍‌ଜଜିରା ମିଡିଆ ନେଟୱର୍କ ଅନୁଷ୍ଠାନ ଉନ୍ନୟନ ମୁଖ୍ୟ ବଳଭଦ୍ର ପଟ୍ଟନାୟକ ଓ ଓଭୋ ଫାର୍ମର ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର ଯୋଗଦାନ କରିଥିଲୋ ଗଭୀର ନିଷ୍ଠା ଓ ଆତ୍ମପ୍ରତ୍ୟୟ ହିଁ ମଣିଷକୁ ସଫଳତାର ବାଟ ଦେଖାଇଥାଏ ବୋଲି ଅତିଥିମାନେ କହିଥିଲେ। ଅତିଥି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଆତ୍ମବିଶ୍ୱାସ ହିଁ ଛାତ୍ରୀଛାତ୍ରଙ୍କୁ ନୂଆ କିଛି କରିବା ପାଇଁ ପ୍ରେରଣା ଯୋଗାଏ ବୋଲି କହିଥିଲେ ା ଛାତ୍ରୀଛାତ୍ରମାନେ ଯେତେ ଭଲ ପାଠ ପଢ଼ିଲେ ମଧ୍ୟ ଯଦି ସେମାନଙ୍କ ଭିତରେ ଆତ୍ମବିଶ୍ୱାସ କମିଯିବ ସେମାନେ ନିଜର ଅର୍ଜିତ ଜ୍ଞାନକୁ ଠିକ୍‌ ଭାବେ ଉପଯୋଗ କରିପାରିବେ ନାହିଁ ବୋଲି କହିଥିଲେ ା ଏଣୁ ପାଠ ପଢ଼ିବା ହେଉ କି ଅନ୍ୟ ଯେକୌଣସି କାର୍ଯ୍ୟରେ ଆତ୍ମବିଶ୍ୱାସୀ ହେବାକୁ ଚେଷ୍ଟା କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ା ଅନ୍ୟତମ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ ଭିଜନ୍‌ ଓ ମିଶନ୍‌ ନିର୍ଦ୍ଧାରିତ ଓ ସ୍ପଷ୍ଟ ନହେଲେ ସଫଳତା ମିଳିବ ନାହିଁ ବୋଲି କହିଥିଲେ ା ଏଣୁ କ୍ୟାରିଅର ଚୟନ କରିବା ପୂର୍ବରୁ ପାଠ ପଢ଼ିଲା ବେଳେ ହିଁ ନିଜର ଭିଜନ୍‌ ଓ ମିଶନ୍‌ ସ୍ପଷ୍ଟ କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଥିଲେ ା ଆଜିର ପ୍ରତିଯୋଗିତାମୂଳକ ସମାଜରେ ସଫଳ ହେବାକୁ ହେଲେ ବିଭିନ୍ନ ବିଷୟରେ ନିଜକୁ ପ୍ରତିପାଦିତ କରିବାକୁ ହେବ ବୋଲି ସେ କହିଥିଲେ ା ଏହି ଉତ୍ସବରେ ବିକମ୍‌ ଗ୍ରାଜୁଏଟ୍‌ ହୋଇଥିତ୍ବା ଛାତ୍ରୀଛାତ୍ରଙ୍କୁ ଡିଗ୍ରୀ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ା ଏହା ସହିତ ଯୁକ୍ତଦୁଇ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିତ୍ବା ଏହି କଲେଜର ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବି କମ୍‌ ଟପ୍ପର ନ୍ୟାନସି ପୁରୋହିତ ଓ ଯୁକ୍ତଦୁଇ କୃତୀ ଛାତ୍ରୀ ଶ୍ରଦ୍ଧା ଜୈନଙ୍କୁ ହେମଲତା ପଟ୍ଟନାୟକ ସ୍ମୃତି ବୃତ୍ତି ଓ ଡାଇରେକଟର୍ସ ବୃତ୍ତି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ନାବାଳକଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ସିଗାରେଟ୍‌ ଚେଙ୍କ ସହ ପରିସ୍ରା ପିଆଇଲେ ଦୁର୍ବୃତ୍ତ

ବଳଙ୍ଗା,୨୦ା୪: ପୁରୀ ଜିଲା ବଳଙ୍ଗା ଥାନା କୋଟକୋସାଙ୍ଗରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ନାବାଳକଙ୍କୁ ଦିଆଯାଇଥିବା ନିର୍ଯାତନା ସୀମା ଟପିଛି। ଦୁର୍ବୃତ୍ତମାନେ ଦୁଇ...

ବିବାହିତା ମହିଳାଙ୍କୁ ପ୍ରେମ ପରେ ପ୍ରତାରଣା: କଲେଜ ଅଧ୍ୟକ୍ଷଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୨୦ା୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ପ୍ରତାରଣା କରିବା ଅଭିଯୋଗରେ...

୨ କ୍ୟାବିନ୍‌ ଉପରେ ମାଡ଼ିଗଲା ଯାତ୍ରାପାର୍ଟି ଟ୍ରକ୍‌, ବାଇକ୍‌କୁ ନେଲା ଘୋଷାଡ଼ି

କେନ୍ଦ୍ରାପଡ଼ା,୨୦ା୪(ଜଗନ୍ନାଥ ଧଳ): ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥ୍ବୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ ଭାରସାମ୍ୟ ହରାଇ ଜିଲା ଶିକ୍ଷାଅଧିକାରୀ୍‌ଙ୍କ...

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image