ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେଉଁ ଗର୍ଭବତୀମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଗର୍ଭସ୍ଥ ଶିଶୁଙ୍କ ନିକଟରେ କରୋନାର କୌଣସି ଗୁଣ ଦେଖାଯାଇନାହିଁ। ଫ୍ରଣ୍ଟିୟର ଇନ୍‌ ପେଡିଆଟ୍ରିକ୍‌ ଜର୍ନାଲରେ ସୋମବାର ଏହା ପ୍ରକାଶ ପାଇଥିଲା। ଚାଇନାର ହୁବଇରେ ଥିବା ଉହାନ ସହରରେ ପ୍ରଥେମେ କରୋନା ସଂକ୍ରମଣ ଦେଖାଯାଇଥିବା ବେଳେ ସେଠାକାର ୪ଜଣ ଗର୍ଭବତୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ପ୍ରଥମେ ଏହି ଶିଶୁମାନଙ୍କୁ ଏନ୍‌ଆଇସିୟୁରେ ରଖାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଶିଶୁଙ୍କ ନମୁନା କରୋନା ନେଗେଟିଭ ଆସିଥିବା ବେଳେ ଚତୁର୍ଥ ଶିଶୁର ମା’ କରୋନା ନମୁନା ପରୀକ୍ଷା ପାଇଁ ଅରାଜି ହୋଇଥିଲେ। ଉକ୍ତ ଗବେଷଣାକୁ ନେଇ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରି ନ ଥିବା ମଧ୍ୟ କହିଛନ୍ତି। ଅନ୍ୟପଟେ ଇଟାଲିରେ ଜଣେ ନବଜାତକକୁ କରୋନା ଭାଇରସ ସଂକ୍ରମଣ ହୋଇଥିବା ବେଳେ ସେ ସବୁଠାରୁ କମ୍‌ ବୟସର କରୋନା ସଂକ୍ରମିତ ରୋଗୀ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri