ବାୟୁ ପ୍ରଦୂଷଣ ପ୍ରଭାବକୁ ନେଇ ଏକ ଆଶ୍ଚଯର୍ୟଜନକ ତ୍ଯଯ ସାମ୍ନାକୁ ଆସିଛି। ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ଗର୍ଭବତୀ ମହିଳାମାନେ ୬ ରୁ ୯ ମାସ ମଧ୍ୟରେ ବାୟୁପ୍ରଦୂଷଣର ଉଚ୍ଚସ୍ତରର ସାମ୍ନା କରିଥାନ୍ତି, ସେମାନଙ୍କ ଶିଶୁମାନେ ଜନ୍ମ ପରେ ଖୁବ୍ କମ୍ ବୟସରୁ ଉଚ୍ଚ ରକ୍ତଚାପର ଶିକାର ହୋଇଥାନ୍ତି। ପିଏମ୍ ୨.୫ ବାୟୁପ୍ରଦୂଷଣର ଏକ ପ୍ରକାର ଅଟେ ଯାହା ମୋଟର ବାହନ, ତେଲ, କୋଇଲା କିମ୍ବା ଜୈବ ଇନ୍ଧନର ଜ୍ୱଳନରୁ ନିର୍ଗତ ହୋଇଥାଏ। ଏହା ମାନବ ସ୍ବାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ। ଆମେରିକାର ଜନ୍ ହପ୍କିନ୍ସ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର୍ ନୋଲ୍ ଟି ମ୍ୟୁଲର୍ଙ୍କ ଅନୁସାରେ, ଏହା ପ୍ରଥମ ଗବେଷଣା ଯେଉଁଥିରୁ ପ୍ରକାଶ ପାଇଛି ଯେ ଗର୍ଭାବସ୍ଥା ସମୟରେ ପ୍ରଦୂଷିତ ବାୟୁକୁ ନିଃଶ୍ୱାସରେ ନେବା ସିଧାସଳଖ ଗର୍ଭସ୍ଥ ଶିଶୁର ଭବିଷ୍ୟତ ପାଇଁ ହାନିକାରକ। କେବଳ ସେତିକି ନୁହେଁ, ବାଲ୍ୟାବସ୍ଥାର ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧାବସ୍ଥା ବେଳକୁ ଆହୁରି ସାଙ୍ଘାତିକ ସ୍ଥିତି ଉପତ୍ନ୍ନ କରିଥାଏ।