ପ୍ରଡ୍ୟୁସର ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ୭ ମାସ ଚାଲିଥିବା ବେଳେ ସେ ଶୁଟିଂ ସେଟ୍କୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ପୂର୍ବ ନିର୍ଦ୍ଧାରିତ କାମ ସାରିବାକୁ ମନ ବଳାଇଛନ୍ତି। ସରୋଗେସିକୁ ପ୍ରତ୍ୟାଖ୍ୟାନ କରି ପ୍ରାକୃତିକ ଉପାୟରେ ମା’ ହେବାକୁ ନିଷ୍ପତ୍ତି ନେଇଥିବାରୁ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି। ଶନିବାର ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଭ୍ୟାନିଟି ଭ୍ୟାନରୁ ବାହାରକୁ ଆସୁଥିବା ନଜର ଆସିଥିଲେ। ଅନୁଷ୍କା ତାଙ୍କ ଗର୍ଭଧାରଣରେ ଏକ ଆକର୍ଷଣୀୟ ପ୍ରୋଜେକ୍ଟ ଶେଷ କରିଛନ୍ତି। କୁହାଯାଉଛି ଯେ, ଏହା ଏକ ବ୍ୟବସାୟିକ ହୋଇପାରେ ଯେଉଁଥିରେ ଅନୁଷ୍କା ଗର୍ଭବତୀ ମା’ଙ୍କ ସ୍ବାସ୍ଥ୍ୟ ସହ ଜଡିତ ଏକ ବିଶେଷ ବାର୍ତ୍ତା ଦେଉଥିବାର ନଜର ଆସିବେ। ଅନୁଷ୍କାଙ୍କ ମାର୍କେଟିଂ ଦଳ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ।
Posted inମନୋରଞ୍ଜନ