ଖଇରା, ୧୦।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଧୀନ ମାଟିଆଳପଦା ଗ୍ରାମର ବାସିନ୍ଦା ଏକ ନିତିଦିନିଆ ରାସ୍ତାଟିଏ ପାଇଁ ବର୍ଷ ବର୍ଷ ହେଲା ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତଠାରୁ ଜିଲା ପର୍ଯ୍ୟନ୍ତ ସମସ୍ତ ନେତା ଓ ପ୍ରଶାସକଙ୍କୁ ଗୁହାରି କରିବା ସତ୍ତ୍ୱେ କିଛି ସୁଫଳ ମିଳିଲାନି। ବାଧ୍ୟ ହୋଇ ଗ୍ରାମବାସୀ ଗୁରୁବାର ଇଂ. ରାଜେଶ ମହାକୁଡ଼ଙ୍କ ନେତୃତ୍ୱରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ମହାକୁଡ଼ଙ୍କ ସହ ସ୍ଥାନୀୟ ଯୁବକ ଉମାକାନ୍ତ ମହାନ୍ତି, ଦିଗ୍ବିଜୟ ମହାକୁଡ଼, କରୁଣାକର ମହାନ୍ତିଙ୍କ ସହ ବହୁ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ।