ଗାଁଗଁଡ଼ାରେ ବଁଚିଛେ ଖେଜାବୁଜାର କୁଚନି ପସରା

ବିଜେପୁର, ୬।୩ (ଡି.ଏନ୍‌.ଏ.)- ସମିଆର ଛାଁଚେ ପଡି ସମାଜର ଚାଲିଚଲନ୍‌ ରିତି ରିକମା ବଦଲିଗଲାନ। ଯେନ୍‌ଥିର ଲାଗି ଚଲିତ ସମିଆରେ ସବୁକିଛି ଡିଜିଟାଲ ହେଇ ବସଲାନ। ହେଲେ ଦିନ୍‌ଥିଲା ମୁନୁଷର କାମକବାର, ମନତନ୍‌ ଅଲଗ୍‌ ଥିଲା। ଇ ଆଧୁନିକ ଯୁଗେ ଲୋକ୍‌ ବିନା ପଏସାପତରରେ ହାଟ୍‌ କରି ଯାଉଛନ୍‌। ଡିଜିଟାଲ ପେମେଣ୍ଟ କରୁଛନ୍‌। ଏନ୍‌ତା କି ଲୋକ୍‌ ଗୁଟେ ଜାଗାରେ କେନ୍‌ଥେଇ ସବୁ ଜିନିଷ ପାଇପାରବେ ସେଟାକେ ଦେଖୁଛନ୍‌। ସେନ୍‌ତା ଆଘକାଲେ ଗାଁଗଁଲିରେ ଖେଜାବୁଜା କୁଚନି ପସରାମାନ ଗୁଟେ ଡିଜିଟାଲ ବେବସ୍‌ତା ଲେଖେଁ ଲୁକ୍‌କୁ ସୁବିଧା ଯୁଗଉଥିଲା। ଅଏଜ୍‌ ବି ଅନେକ ଗାଁଗଁଡ଼ାଥି ଖେଜାବୁଜା କୁଚନି ପସରା ଦେଖ୍‌ବାକେ ମିଲୁଛେ। ଛୋଟମୋଟ ଦୁକାନୀକେ ଗଁାଗଁଲିଥି କୁଚନି କୁହାଯାଏସି। ଇଠାନେ କୁଚନି ଆଲୁ, ସାରୁ, ପଲଘଁଟା, ଶୁଖୁଆନୁ ମୂଲ କିରି ଭାଂଗ, ବିଡ଼ି ହରେକ୍‌ ରକମର ପସରା ମେଲେଇଥିସି। ଇନେ ପଏସା କଉଡନୁ ଖେଜାବୁଜା ବଦଲାବାର କାରବାରଟା ଜହଁ ହେସି। ଖେଜାବୁଜା ବଏଲେ ଲୋକ ନିଜର କମାଲା ଧାନଚାଉଳ, ମୁଗବିର୍‌ହି ବଦଲା ନିଜର ମନଚାହି ଜିନିଷ୍‌ କୁଚନି ଠାନୁ ଘିନ୍‌ବାରଟାକେ ବୁଝାସି। କିଏ ଗିନା ତାସ୍‌ଗିଁଥି ଆର କିଏ ଭୁଗଲି ଟୁପଲିଥି ଧାନଚାଉଳ ଧରି କୁଚନି ପସରାକେ ଆଏସନ। ଗରାଖ ଆନିଥିବାର୍‌ ଜିନିଷକେ ଉଜନ କରି କୁଚନି ବଜାରର ଦରଦାମ୍‌ ହିସାବେ ଗରାଖର ମନ ଚାହି ଜିନିଷପତର ତଉଲି କରି ଦେସି। ସମିଆକେ ସମିଆ ଲୁକ୍‌କଁର ଖେଜାବୁଜା ସାମାନ ବଦଲାବାରଟା ବି ବଦିଲସି। ଚାର, ମହୁଲ, ଟୋଲ ସମିଆକେ ଗରାଖ ସିଧାସଲଖ ଇଟାକେ କୁଚନିକେ ଦେଇ ନିଜର ମନଚାହି ଜିନିଷ ଆନିଥିସି। ଖେଜାବୁଜାନୁ ପାଇଥିବାର ଧାନଚାଉଳ, ଚାରମହୁଲକେ ଠୁଲେଇ କୁଚନି ସାହୁକାର ଠାନେ ନପେଇ ଦେସି। ଇ ରିକ୍‌ମାକେ ଦେଖ୍‌ଲେ ଇତିହାସ ଯୁଗର୍‌ କଥା ସୋରପଡସି। ସେ ସମିଆରେ ଲୁକକର ହାତେପନ୍‌ତେ ପଏସାକଉଡ ନାଇଁଥାଇ। ଯେନ୍‌ଥିର୍‌ ଲାଗି ଲୋକ ନିଜର ଜିନିଷ ଦେଇ ଆଉ ଗୁଟେ ଜିନିଷ ଘିନୁଥିଲେ। ଠିକ୍‌ ସେନ୍‌ତା ଇ ଆଧୁନିକ୍‌ ଯୁଗେ ବି ସିଧାସଲଖ ପଏସା ପତରର ଦେନଲେନଟା କମି ବସଲାନ। ସବୁ ଡିଜିଟାଲ ଲେନ୍‌ଦେନ ହେଇ ବସଲାନ। ଏନ୍‌ତା କି ଲୋକ ଘରେ ବସି ନିଜର ମନଚାହି ଜିନିଷ ମଗାବାର୍‌ ତରିକା ମୂଲ ହେଲାନ। ଭେଁଡିଆ ଚାଷୀ ସୁଶାନ୍ତ ପୁଟେଲକୁ ପଚରାଲାରୁ ଗଁାଗଁଲିଥି ଖେଜାବୁଜା ବଦଲା କାମ ଚାଲିଛେ। କଁାକରି ବଏଲେ ଚାଷୀର ହାତେପନ୍‌ତେ ସବୁବେଲେ ପଏସା ନାଇଁଥାଏ। କମାଲା ଧାନ, ମୁଗ, ବିରି, ଚାର, ମହୁଲ, ଟୋଲକେ ଛୋଟ ଚାଷୀ ଭାଇ ଗଁାର କୁଚନି ପସରାଥି ଖେଜାବୁଜା ଦେଇ ତୁନଶାଖ୍‌, ମିକ୍‌ଚର, ବିସକୁଟ ଘିନୁଛନ୍‌। ସେନ୍‌ତା କୁଚନି ପସରାବାଲି ହେମକାନ୍ତି ଡନସନାକୁଁ ପଚରାଲାରୁ ମହରଗର ଦୁନିଅଁାଥି ଦିନୁ ଦିନକେ ଦରଦାମ ବଢ଼ୁଛେ। ହେ କଁଟେ ଆର୍‌ ଆଘୋର ମିତାର୍‌ ଲାଭ୍‌ ନାଇଁ ମିଲ୍‌ବାର। ବାପଅଜା ଅମଲର ବୁର୍‌ତିକେ ବଁଚେଇ ରଖ୍‌ବାର ସାର୍‌ ହେଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ତୁଷାରପାତ ସହ ପ୍ରବଳ ଶୀତ

ଜି.ଉଦୟଗିରି,୧୪।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ରଜ୍ୟର ସବୁଠାରୁ ଥଣ୍ଡା ସହର କନ୍ଧମାଳ ଜିଲା ଜି.ଉଦୟଗିରି। ଉକ୍ତ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଲାଗି ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ତୁଷାରପାତ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri