ଗିରଫ ହେଲେ ୟସ୍‌ ବ୍ୟାଙ୍କର ଫାଉଣ୍ଡର ରାଣା

ମୁମ୍ବାଇ,୮।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାଖାପାଖି ୨୦ ଘଣ୍ଟା ଜେରା କରିବା ପରେ ରବିବାର ଗିରଫ କରିଛି। ଇଡି ରାଣାଙ୍କୁ ରବିବାର ମୁମ୍ବାଇର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଇଥିଲା। ପଚରାଉଚରା ପାଇଁ କୋର୍ଟ ରାଣାଙ୍କୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି କଷ୍ଟୋଡିକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ୟସ୍‌ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେବା ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ପକ୍ଷରୁ ଏହାର କାରବାର ଉପରେ କଟକଣା ଲଗାଯାଇଥିଲା। ଏହାପରେ ମନିଲଣ୍ଡ୍ରିଂ ମାମଲାରେ ଇଡି ୟସ୍‌ ବ୍ୟାଙ୍କର ସଂସ୍ଥାପକ ରାଣାଙ୍କୁ ପଚରାଉଚରା ପାଇଁ ନେଇଥିଲା। ଶୁକ୍ରବାର ରାଣାଙ୍କ ଘର ଉପରେ ଚଢାଉ କରାଯାଇଥିବା ବେଳେ ଏବେ ସେ ସହଯୋଗ କରୁ ନ ଥିବା ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱାକାଥନ୍‌ ଜରିଆରେ ଜାଗରୁକତା ସୃଷ୍ଟି

ଭୁବନେଶ୍ୱର,୫।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କଟକ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩...

ନାଲ୍‌କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪...

ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ନିକଟରେ ଶେଷ ହୋଇଯାଇଛି। ଏପରିକି ୨୦୨୪...

ଦିନକରେ ୬ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୫।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଭୂ-ରାଜନୈତିକ ବାତାବରଣ ଯୋଗୁ ଭାରତୀୟ ପୁଞ୍ଜି ବଜାର ଓ ଷ୍ଟକ ମାର୍କେଟ କାରବାରରେ ଏକ ପ୍ରକାରର ବଡ ଧରଣର ପ୍ରଭାବ...

ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’

ଭୁବନେଶ୍ୱର,୫।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ୟାରିୟର ମ୍ୟାପ୍‌ ପକ୍ଷରୁ ଚଳିତ ବର୍ଷ ନଭେମ୍ବର ୮ରୁ ଏକ ୨ଦିନିଆ ପ୍ରଦର୍ଶନୀ ‘ପଥ ପ୍ରଦର୍ଶକ...

ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି

ନୂଆଦିଲ୍ଲୀ,୫ା୧୧(ପି.ଟି.): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ...

କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

କାର୍‌ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍‌ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…

ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍‌ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri