![](https://www.dharitri.com/wp-content/uploads/2019/12/Gujarat-fire.jpg)
ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍ ରିଫାଇନେରି ପାଖରେ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ନିଖୋଜ ଥିବା ନେଇ ପୋଲିସ ସୂଚନା ଦେଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।